ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ବାବଦରେ ୧୧୫୨.୩୭ କୋଟି ଟଙ୍କା ସଂଗ୍ରହ ହୋଇଛି। ଫଳରେ ୨୦୨୧ ଫେବୃୟାରୀରେ ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୩୩୪୦.୫୬ କୋଟି ଥିବା ବେଳେ ଚଳିତ ବର୍ଷ ସେଥିରେ ୨୩% ଅଭିବୃଦ୍ଧି ଘଟିଛି। ସେହିପରି ଗତବର୍ଷ ଫେବୃୟାରୀରେ ଓଡ଼ିଶାର ରାଜ୍ୟ ଜିଏସ୍‌ଟି ସଂଗ୍ରହ ୭୮୧.୦୬ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏଥିରେ ୪୭% ବୃଦ୍ଧି ଘଟିଛି। ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ରାଜ୍ୟ ଜିଏସ୍‌ଟି ସଂଗ୍ରହ। ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ସଂଗୃହୀତ ସାମଗ୍ରିକ ଜିଏସ୍‌ଟି ୨୬୫୬୭.୪୭ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷ ସେଥିରେ ୫୧.୩୫% ବୃଦ୍ଧି ଘଟି ଫେବୃୟାରୀ ପର୍ଯ୍ୟନ୍ତ ମୋଟ୍‌ ଜିଏସ୍‌ଟି ସଂଗ୍ରହ ୪୦୨୧୦.୦୧ କୋଟି ଟଙ୍କା ରହିଛି। ସେହିଭଳି ୨୦୨୦ ଫେବୃୟାରୀ ସୁଦ୍ଧା ୨୭୦୪୪.୩୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ଏହାଛଡା ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ପର୍ଯ୍ୟନ୍ତ ରାଜ୍ୟର ମୋଟ୍‌ ଜିଏସ୍‌ଟି ସଂଗ୍ରହ ୧୧୩୯୧.୭୬ କୋଟି ଥିବାବେଳେ ଗତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଏହା ୭୩୩୭.୫୩ କୋଟି ଟଙ୍କା ରହିଥିଲା। ଫଳରେ ଏ କ୍ଷେତ୍ରରେ ୫୫.୨୫% ବୃଦ୍ଧି ଘଟିଛି। ୨୦୨୨ ଫେବୃୟାରୀୟରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଟିକସ (ସେସ୍‌) ବାବଦକୁ ଯଥାକ୍ରମେ ୯୮୯.୪୯ କୋଟି, ୧୨୨୩.୯୨ କୋଟି ଓ ୭୩୫.୭୧କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥିସହିତ ରିଟର୍ନ ଦାଖଲ ଖିଲାପୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିୟମିତ ରିଟର୍ନ ଯାଞ୍ଚ ତଥା ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକଳାପ ଯୋଗୁ ମଧ୍ୟ ଚଳିତବର୍ଷ ଜିଏସ୍‌ଟିରେ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ମୋଟ୍‌ ୪୩,୫୪୨ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ଯୋଗ୍ୟ ଜିଏସ୍‌ଟି ଏବଂ ବୃତ୍ତିଗତ ଟିକସଦାତାଙ୍କୁ ପଞ୍ଜୀକୃତ କରିବା ଉଦ୍ଦେଶ୍ୟରେ ୨ମାସ ବ୍ୟାପୀ ସର୍ଭେ ଓ ପଞ୍ଜୀକରଣ କାର୍ଯ୍ୟ ଶେଷ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତିକମ୍‌ରେ ୯୦% ରିଟର୍ନ ଦାଖଲ ସୁନିଶ୍ଚିତ କରିବା ପାଇଁ ସମସ୍ତ ସର୍କଲକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଏସ୍‌ଟି ଆଇନର ଧାରା ୬୨ ଅନ୍ତର୍ଗତ ରିଟର୍ନ ଖିଲାପୀଙ୍କ ବିରୋଧରେ ଚଳିତ ବର୍ଷ ୧୭,୦୧୫ ଗୋଟି ଆସେସ୍‌ମେଣ୍ଟ ହାତକୁ ନିଆଯାଇଛି।
୨୦୨୨ ଫେବୃୟାରୀରେ ୧୫.୯୭ ସଂଖ୍ୟକ ଇ-ଓ୍ବେବିଲ୍‌ ନିର୍ଗମନ କରାଯାଇଥିବା ବେଳେ ୨୦୨୧ ଫେବୃୟାରୀରେ ଏହା ଥିଲା ୧୪.୪୨ ଲକ୍ଷ। ଏ କ୍ଷେତ୍ରରେ ୧୦.୭୨% ଅଭିବୃଦ୍ଧି ଘଟିଛି। ଅତିକମ୍‌ରେ ୯୦% ରିଟର୍ନ ଦାଖଲ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସନ୍ଦିଗ୍ଧ ଏବଂ ବୃହତ୍‌ ଟିକସଦାତାଙ୍କ ରିଟର୍ନ ଯାଞ୍ଚ କରି ସେଥିରେ ତ୍ରୁଟି ପରିଲକ୍ଷିତ ହେଲେ ତୁରନ୍ତ ଡିମାଣ୍ଡ ଓ ଆଦାୟ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ୫-ଟି ନିୟମ ପାଳନ ପୂର୍ବକ ସଚ୍ଚୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri