ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌ (ଝାରସୁଗୁଡ଼ା) ଅଧୀନ ଲଖନପୁର ବ୍ଲକର ବେଲପାହାଡ଼ ଅଞ୍ଚଳରେ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ହୋଇଛି।
ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପଞ୍ଛି ଜରିଆରେ ଭାରତର ଆର୍ଥିକ ଦୁର୍ବଳ ଶ୍ରେଣୀର ୧୦୦୦ ବାଳିକାଙ୍କୁ ବିଭିନ୍ନ ବ୍ୟବସାୟରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି।
ସମ୍ପ୍ରତି ଲଖନପୁର ବ୍ଲକ୍‌ରୁ ୧୪ଜଣ ଝିଅଙ୍କୁ ନିଯୁକ୍ତି ପାଇଁ ନିକଟରେ କମ୍ପାନୀ ପକ୍ଷରୁ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗରର ସବ୍‌ଡିଭିଜନାଲ ପୋଲିସ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ଦ୍ୱାରା ମନୋନୀତ ଉପରୋକ୍ତ ପ୍ରାର୍ଥୀଙ୍କୁ ଅଫର ଲେଟର ପ୍ରଦାନ କରାଯାଇଥିଲାବେଳେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ ଉକ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ।
ବେଦାନ୍ତ ଆଲୁମିନିୟମର ଖଣି ଟିମ୍‌ ପ୍ରଥମ ବର୍ଷ ଆରମ୍ଭରେ ଛତିଶଗଡ଼ଠାରେ ପ୍ରତିଷ୍ଠିତ ଓ.ପି.ଜିନ୍ଦଲ.ବିଶ୍ୱବିଦ୍ୟାଳୟ ପାଇଁ ପ୍ରକଳ୍ପ ପଞ୍ଛିର ପ୍ରାର୍ଥୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ବେଦାନ୍ତର ଅପରେଶନ କ୍ଷେତ୍ରରେ ପ୍ରକଳ୍ପ ପଞ୍ଛି ମାଧ୍ୟମରେ ୨୩୦ରୁ ଅଧିକ ବାଳିକାଙ୍କୁ ଚୟନ କରାଯାଇଛି, ଯେଉଁଥିରେ ଛତିଶଗଡ଼ର କୋର୍ବା, ଓଡ଼ିଶାର ଲାଞ୍ଜିଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବେଲପାହାଡ଼ର ପ୍ରାର୍ଥୀମାନେ ରହିଛନ୍ତି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଥିଲେ, ଆମର ଅଧ୍ୟକ୍ଷଙ୍କ ଦୂରଦୃଷ୍ଟି ଉପରେ ଆଧାରିତ ଏହି ପଦକ୍ଷେପ ଝିଅମାନଙ୍କ ପାଇଁ କେବଳ ସେମାନଙ୍କ ଶିକ୍ଷା ନୁହେଁ ବରଂ ଏକ ଜୀବନ ପରିବର୍ତ୍ତନକାରୀ ମାଧ୍ୟମରେ ପରିଣତ ହୋଇଛି। ଏହାଦ୍ୱାରା ମହିଳା ସଶକ୍ତୀକରଣ ହେବା ସହ ସମାଜରେ ସେମାନଙ୍କ ସ୍ଥାନ ସୁଦୃଢ଼ ହୋଇପାରିବ। ସେହିଭଳି ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତୀକରଣକୁ ମଜଭୁତ କରିବା ସହ ପ୍ରତ୍ୟେକ ଝିଅଙ୍କ ଜୀବନରେ କ୍ୟାରିୟର ଓ ସୁଯୋଗକୁ ସୁନିଶ୍ଚିତ କରିବା ଲାଗି ଆମର ପ୍ରତିବଦ୍ଧତାର ଏହା ପ୍ରମାଣ ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?