କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା ଅପ୍‌ନା ଥଣ୍ଡା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ମାଧ୍ୟମରେ କାମ୍ପାକୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ୍‌ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଶେଷକରି ଘରୋଇ ବଜାରରେ ଗ୍ରୀଷ୍ମଋତୁ ଆରମ୍ଭ ହେବା ସହ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲାର ‘ନଏ ଇଣ୍ଡିଆ କା ଅପ୍‌ନା ଥଣ୍ଡା’ ଅର୍ଥାତ୍‌ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଆରମ୍ଭ ହୋଇଯାଇଛି।
ଏ ସମ୍ପର୍କରେ ଆର୍‌ସିପିଏଲ୍‌ର ସିଓଓ କେତନ ମୋଡ଼ି କହିଛନ୍ତି, ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ ହେବ। ଏହି ଅଭିଯାନ ସହ ଆର୍‌ସିପିଏଲ୍‌ ଥଣ୍ଡା ପାନୀୟ ବଜାରରେ ତା’ର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜଭୁତ କରୁଛି। ଏପରିକି ବଜାର ଉପଲବ୍ଧତାକୁ ସୁଗମ ଏବଂ ପ୍ରଭାବଶାଳୀ କରିବା ସହ କାମ୍ପାକୋଲାକୁ ଯୁବ ଭାରତୀୟଙ୍କ ଆକାଂକ୍ଷା ଅନୁରୂପ ପ୍ରସ୍ତୁତ କରାଯାଉଛି। ଅପରପକ୍ଷରେ ପ୍ରଖ୍ୟାତ ଲେଖକ ଓ ଆଡ୍‌ ଗୁରୁ ପ୍ରସୂନ୍‌ ଜୋଷୀଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ଏକକାଳୀନ ଟିଭି, ଡିଜିଟାଲ, ଆଉଟଡୋର ଏବଂ ପ୍ରିଣ୍ଟ ମିଡିଆରେ ଆରମ୍ଭ ହେଉଛି।
ସେହିଭଳି ଏହି ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ପ୍ରସୂନ୍‌ କହିଛନ୍ତି, ଏହି ନୂତନ ସୃଜନଶୀଳତା ସହ ବ୍ରାଣ୍ଡ୍‌ କାମ୍ପାକୋଲା ଏକ ନୂତନ ଉଦୀୟମାନ ଭାରତ ସହ ସମତାଳରେ ରହିବାକୁ ଲକ୍ଷ୍ୟ ରଖିଛି, ଯାହା ନୂତନ ଅନ୍ବେଷଣ କରିବା ପାଇଁ ଆତ୍ମବିଶ୍ୱାସୀ ଏବଂ ବ୍ୟଗ୍ର ରହିଛି। ଏହି ନୂତନ ଭାରତରେ ଏକ ଶୋଷ ରହିଛି, ଯାହାକୁ ମେଣ୍ଟାଇବା ପାଇଁ ସ୍ବତନ୍ତ୍ର କିଛିର ଆବଶ୍ୟକତା ଅଛି। ଏହି ଅଭିଯାନ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅରୁଣ ଗୋପାଳନ୍‌ ଏବଂ ଗାୟକ-ସଙ୍ଗୀତକାର ହେଉଛନ୍ତି ଶଙ୍କର ମହାଦେବନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri