Odisha Elections 2024

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା ଅପ୍‌ନା ଥଣ୍ଡା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ମାଧ୍ୟମରେ କାମ୍ପାକୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ୍‌ଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଶେଷକରି ଘରୋଇ ବଜାରରେ ଗ୍ରୀଷ୍ମଋତୁ ଆରମ୍ଭ ହେବା ସହ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲାର ‘ନଏ ଇଣ୍ଡିଆ କା ଅପ୍‌ନା ଥଣ୍ଡା’ ଅର୍ଥାତ୍‌ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଆରମ୍ଭ ହୋଇଯାଇଛି।
ଏ ସମ୍ପର୍କରେ ଆର୍‌ସିପିଏଲ୍‌ର ସିଓଓ କେତନ ମୋଡ଼ି କହିଛନ୍ତି, ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ ହେବ। ଏହି ଅଭିଯାନ ସହ ଆର୍‌ସିପିଏଲ୍‌ ଥଣ୍ଡା ପାନୀୟ ବଜାରରେ ତା’ର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜଭୁତ କରୁଛି। ଏପରିକି ବଜାର ଉପଲବ୍ଧତାକୁ ସୁଗମ ଏବଂ ପ୍ରଭାବଶାଳୀ କରିବା ସହ କାମ୍ପାକୋଲାକୁ ଯୁବ ଭାରତୀୟଙ୍କ ଆକାଂକ୍ଷା ଅନୁରୂପ ପ୍ରସ୍ତୁତ କରାଯାଉଛି। ଅପରପକ୍ଷରେ ପ୍ରଖ୍ୟାତ ଲେଖକ ଓ ଆଡ୍‌ ଗୁରୁ ପ୍ରସୂନ୍‌ ଜୋଷୀଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ଏକକାଳୀନ ଟିଭି, ଡିଜିଟାଲ, ଆଉଟଡୋର ଏବଂ ପ୍ରିଣ୍ଟ ମିଡିଆରେ ଆରମ୍ଭ ହେଉଛି।
ସେହିଭଳି ଏହି ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ପ୍ରସୂନ୍‌ କହିଛନ୍ତି, ଏହି ନୂତନ ସୃଜନଶୀଳତା ସହ ବ୍ରାଣ୍ଡ୍‌ କାମ୍ପାକୋଲା ଏକ ନୂତନ ଉଦୀୟମାନ ଭାରତ ସହ ସମତାଳରେ ରହିବାକୁ ଲକ୍ଷ୍ୟ ରଖିଛି, ଯାହା ନୂତନ ଅନ୍ବେଷଣ କରିବା ପାଇଁ ଆତ୍ମବିଶ୍ୱାସୀ ଏବଂ ବ୍ୟଗ୍ର ରହିଛି। ଏହି ନୂତନ ଭାରତରେ ଏକ ଶୋଷ ରହିଛି, ଯାହାକୁ ମେଣ୍ଟାଇବା ପାଇଁ ସ୍ବତନ୍ତ୍ର କିଛିର ଆବଶ୍ୟକତା ଅଛି। ଏହି ଅଭିଯାନ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅରୁଣ ଗୋପାଳନ୍‌ ଏବଂ ଗାୟକ-ସଙ୍ଗୀତକାର ହେଉଛନ୍ତି ଶଙ୍କର ମହାଦେବନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri