ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ବାବଦରେ ୧୧୫୨.୩୭ କୋଟି ଟଙ୍କା ସଂଗ୍ରହ ହୋଇଛି। ଫଳରେ ୨୦୨୧ ଫେବୃୟାରୀରେ ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୩୩୪୦.୫୬ କୋଟି ଥିବା ବେଳେ ଚଳିତ ବର୍ଷ ସେଥିରେ ୨୩% ଅଭିବୃଦ୍ଧି ଘଟିଛି। ସେହିପରି ଗତବର୍ଷ ଫେବୃୟାରୀରେ ଓଡ଼ିଶାର ରାଜ୍ୟ ଜିଏସ୍‌ଟି ସଂଗ୍ରହ ୭୮୧.୦୬ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏଥିରେ ୪୭% ବୃଦ୍ଧି ଘଟିଛି। ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ରାଜ୍ୟ ଜିଏସ୍‌ଟି ସଂଗ୍ରହ। ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ସଂଗୃହୀତ ସାମଗ୍ରିକ ଜିଏସ୍‌ଟି ୨୬୫୬୭.୪୭ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷ ସେଥିରେ ୫୧.୩୫% ବୃଦ୍ଧି ଘଟି ଫେବୃୟାରୀ ପର୍ଯ୍ୟନ୍ତ ମୋଟ୍‌ ଜିଏସ୍‌ଟି ସଂଗ୍ରହ ୪୦୨୧୦.୦୧ କୋଟି ଟଙ୍କା ରହିଛି। ସେହିଭଳି ୨୦୨୦ ଫେବୃୟାରୀ ସୁଦ୍ଧା ୨୭୦୪୪.୩୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ଏହାଛଡା ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ପର୍ଯ୍ୟନ୍ତ ରାଜ୍ୟର ମୋଟ୍‌ ଜିଏସ୍‌ଟି ସଂଗ୍ରହ ୧୧୩୯୧.୭୬ କୋଟି ଥିବାବେଳେ ଗତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଏହା ୭୩୩୭.୫୩ କୋଟି ଟଙ୍କା ରହିଥିଲା। ଫଳରେ ଏ କ୍ଷେତ୍ରରେ ୫୫.୨୫% ବୃଦ୍ଧି ଘଟିଛି। ୨୦୨୨ ଫେବୃୟାରୀୟରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଟିକସ (ସେସ୍‌) ବାବଦକୁ ଯଥାକ୍ରମେ ୯୮୯.୪୯ କୋଟି, ୧୨୨୩.୯୨ କୋଟି ଓ ୭୩୫.୭୧କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥିସହିତ ରିଟର୍ନ ଦାଖଲ ଖିଲାପୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିୟମିତ ରିଟର୍ନ ଯାଞ୍ଚ ତଥା ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକଳାପ ଯୋଗୁ ମଧ୍ୟ ଚଳିତବର୍ଷ ଜିଏସ୍‌ଟିରେ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ମୋଟ୍‌ ୪୩,୫୪୨ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ଯୋଗ୍ୟ ଜିଏସ୍‌ଟି ଏବଂ ବୃତ୍ତିଗତ ଟିକସଦାତାଙ୍କୁ ପଞ୍ଜୀକୃତ କରିବା ଉଦ୍ଦେଶ୍ୟରେ ୨ମାସ ବ୍ୟାପୀ ସର୍ଭେ ଓ ପଞ୍ଜୀକରଣ କାର୍ଯ୍ୟ ଶେଷ ହୋଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତିକମ୍‌ରେ ୯୦% ରିଟର୍ନ ଦାଖଲ ସୁନିଶ୍ଚିତ କରିବା ପାଇଁ ସମସ୍ତ ସର୍କଲକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଏସ୍‌ଟି ଆଇନର ଧାରା ୬୨ ଅନ୍ତର୍ଗତ ରିଟର୍ନ ଖିଲାପୀଙ୍କ ବିରୋଧରେ ଚଳିତ ବର୍ଷ ୧୭,୦୧୫ ଗୋଟି ଆସେସ୍‌ମେଣ୍ଟ ହାତକୁ ନିଆଯାଇଛି।
୨୦୨୨ ଫେବୃୟାରୀରେ ୧୫.୯୭ ସଂଖ୍ୟକ ଇ-ଓ୍ବେବିଲ୍‌ ନିର୍ଗମନ କରାଯାଇଥିବା ବେଳେ ୨୦୨୧ ଫେବୃୟାରୀରେ ଏହା ଥିଲା ୧୪.୪୨ ଲକ୍ଷ। ଏ କ୍ଷେତ୍ରରେ ୧୦.୭୨% ଅଭିବୃଦ୍ଧି ଘଟିଛି। ଅତିକମ୍‌ରେ ୯୦% ରିଟର୍ନ ଦାଖଲ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସନ୍ଦିଗ୍ଧ ଏବଂ ବୃହତ୍‌ ଟିକସଦାତାଙ୍କ ରିଟର୍ନ ଯାଞ୍ଚ କରି ସେଥିରେ ତ୍ରୁଟି ପରିଲକ୍ଷିତ ହେଲେ ତୁରନ୍ତ ଡିମାଣ୍ଡ ଓ ଆଦାୟ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ୫-ଟି ନିୟମ ପାଳନ ପୂର୍ବକ ସଚ୍ଚୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?