Odisha Elections 2024

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସରେ ବ୍ୟାଙ୍କ ମୋଟ ୪୫% ଅଭିବୃଦ୍ଧି ହାର ହାସଲକରି ୧,୨୧୮କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିପାରିଥିଲାବେଳେ ବ୍ୟାଙ୍କର ନେଟ୍‌ ସୁଧ ଆୟ ଓ ଅଣ-ସୁଧ ଆୟରେ ବୃଦ୍ଧି ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି।
ସେହିଭଳି ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପ୍ରତି ଇକ୍ୟୁଟି ଶେୟାର ପାଇଁ ୧.୪୦ର ଲାଭାଂଶ ଘୋଷଣା କରିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଇକ୍ୟୁଟି ଇସ୍ୟୁ କରିବା ସହ ୭,୫୦୦କୋଟିର ପୁଞ୍ଜି ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛି।
ଏ ସମ୍ପର୍କରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଧୁ ସକ୍ସେନା କହିଛନ୍ତି, ବ୍ୟାଙ୍କ ଲଗାତର ୧୫ଟି ତ୍ରୈମାସ ଧରି ଲାଭପ୍ରଦ ରହିଥିବାବେଳେ ନିଜର ଅଭିବୃଦ୍ଧି ବଜାୟ ରଖିପାରିଛି। ଏପରିକି ବ୍ୟାଙ୍କର ନେଟ୍‌ ସୁଧ ଆୟ ୧୮% ଅଭିବୃଦ୍ଧି ହାର ହାସଲକରି ୨,୫୮୪ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ୩.୯୨% କୁ ବୃଦ୍ଧି ପାଇଛି। ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ କିମ୍ବା ଅନାଦେୟ ଋଣ ୧.୮୮%କୁ ହ୍ରାସ ପାଇଥିବାବେଳେ ନେଟ୍‌ ଏନ୍‌ପିଏ ୦.୨୦%କୁ ହ୍ରାସ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୧୬.୩୦% ବୃଦ୍ଧି ପାଇ ୨,୦୩,୬୬୪ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ସମୁଦାୟ ଜମା ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୧୫.୬୬% ବୃଦ୍ଧି ପାଇ ୨,୭୦,୭୪୭ କୋଟି ଟଙ୍କାରେ ପହଞ୍ଚତ୍ଛି। ସକ୍ସେନା କହିଛନ୍ତି, ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୫ରେ ଅଗ୍ରିମ ଏବଂ ଜମା ରାଶିରେ ଯଥାକ୍ରମେ ୧୬ ରୁ ୨୦% ଓ ୧୨ ରୁ ୧୫% ବୃଦ୍ଧିର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ...

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୨୨।୫(ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ରୁପା ଦର ବୃଦ୍ଧି ପାଇବା ସହ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭୁବନେଶ୍ୱର ବଜାରରେ...

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri