Posted inଜାତୀୟ

ରାଜନୈତିକ ଦଳ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ଦେଶର ରାଜନୈତିକ ଦଳଗୁଡ଼ିକ ପାଇଁ ବୁଧବାରଠାରୁ ନୂଆ ନିୟମ ଆରମ୍ଭ ହୋଇଛି। ଜନ ପ୍ରତିନିଧି ଆଇନ, ୧୯୫୧ ଅଧୀନରେ ପଞ୍ଜୀକୃତ ହେବାକୁ ଚାହୁଁଥିବା ଦଳଗୁଡ଼ିକୁ ଗଠନ ହେବାର ୩୦ ଦିନ ମଧ୍ୟରେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ନିକଟରେ ଏକ ଆବେଦନ ଦାଖଲ କରିବାକୁ ପଡ଼ିବ।
ଡିସେମ୍ବର ଆରମ୍ଭରେ ଇସିଆଇ ଏହି ନୂଆ ଗାଇଡ୍‌ଲାଇନ୍‌ ତିଆରି କରିଥିଲେ। ରାଜନୈତିକ ଦଳ ପଞ୍ଜୀକରଣ ଟ୍ରାକିଂ ପରିଚାଳନା ବ୍ୟବସ୍ଥା (ପିପିଆର୍‌ଟିଏମ୍‌ଏସ୍‌) ଅଧୀନରେ ସ୍ବଚ୍ଛ ବ୍ୟବସ୍ଥା ପ୍ରତିଷ୍ଠା କରିବା ହେଉଛି ଏହାର ଲକ୍ଷ୍ୟ। ଏପରି କରାଗଲେ ରାଜନୈତିକ ଦଳଗୁଡ଼ିକ ସମ୍ପର୍କରେ ତଥ୍ୟଗୁଡ଼ିକୁ ସାର୍ବଜନୀନ କରାଯାଇପାରିବ। ସମ୍ବିଧାନର ଅନୁଚ୍ଛେଦ ୩୨୪ ଏବଂ ଜନପ୍ରତିନିଧି ଆଇନର ଧାରା ୨୯ଏ ଅନୁଯାୟୀ ଇସିଆଇଙ୍କ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ‘ରାଜନୈତିକ ଦଳର ମାନ୍ୟତା ଲାଭ ପାଇଁ ଆଗ୍ରହୀ ଏକ ସଙ୍ଗଠନକୁ ପଞ୍ଜୀକରଣ ଲାଗି ୩୦ ଦିନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ।’ ଏହା ୨୦୨୦ ଜାନୁୟାରୀ ୧ ତାରିଖରୁ ଲାଗୁ ହୋଇଛି। ଗାଇଡ୍‌ଲାଇନ୍‌ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ http://eci.gov.in ରେ ବିସ୍ତୃତ ତଥ୍ୟ ଉପଲବ୍ଧ କରାଯାଇଛି। ଆବେଦନକାରୀମାନେ ସେମାନଙ୍କ ଆବେଦନର ସ୍ଥିତି ସମ୍ପର୍କରେ ପିପିଆର୍‌ଟିଏମ୍‌ଏସ୍‌ରୁ ଜାଣିପାରିବେ। ଏହାସହ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ଏବଂ ଇ-ମେଲ୍‌ ଜରିଆରେ ମଧ୍ୟ ଷ୍ଟାଟସ୍‌ ଅପ୍‌ଡେଟ୍‌ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

ବାରିପଦାର ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ବରରୁ ଉଦ୍ଧାର, ଜନଗଣନା କାର୍ଯ୍ୟ ଚାପରେ…

ବାରିପଦା,୨୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲର ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ ନିଖୋଜ ଘଟଣା ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri