ରାଜଧାନୀରେ ୧ ଲକ୍ଷ ଲୁଟ୍‌, ବ୍ୟବସାୟୀ ଆହତ

ଭୁବନେଶ୍ୱର,୧୮।୨(ବ୍ୟୁରେ): ଗତ ସପ୍ତାହରେ ଖାରବେଳନଗର ଥାନା ଅନ୍ତର୍ଗତ ରେଡ୍‌କ୍ରସ୍‌ ଭବନ ସମ୍ମୁଖରୁ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଠାବ କରିପାରି ନ ଥିବାବେଳେ ସୋମବାର ଆଉ ଏକ ଘଟଣା ଘଟିଛି। ୟୁନିଟ-୪ ମସ୍‌ଜିଦ ପଛପାର୍ଶ୍ୱ ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆହତ ବ୍ୟବସାୟୀ ଜଣକ ହେଲେ ତମାଣ୍ଡୋ ଅଞ୍ଚଳର କାର୍ତ୍ତିକଚନ୍ଦ୍ର ଜେନା। ସେ ଶାସ୍ତ୍ରୀନଗରରେ ଘର ଭଡା ନେଇ ଗୁଟ୍‌ଖା ବ୍ୟବସାୟ କରନ୍ତି। ଘଟଣା ସଂକ୍ରାନ୍ତରେ କାର୍ତ୍ତିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଏହି ଥାନାଞ୍ଚଳରେ ବାରମ୍ବାର ଲୁଟ୍‌ ହେଉଥିବାରୁ ସମାନ ଗ୍ୟାଙ୍କ୍‌ର ସମ୍ପୃକ୍ତି ସନ୍ଦେହ କରି ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଣି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ତମାଣ୍ଡୋରେ କାର୍ତ୍ତିକଙ୍କ ଘର କାମ ଚାଲିଥିବାରୁ ଟଙ୍କା ଆବଶ୍ୟକ ଥିଲା। ତେଣୁ ସେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ କେଶରୀ ହଲ୍‌ ନିକଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଲକ୍ଷେ ଟଙ୍କା ଉଠାଇବା ପରେ ଏକ ଜରିରେ ବାନ୍ଧି ନିଜ ଅଣ୍ଟାରେ ଖୋସି ସାଇକେଲରେ ରବୀନ୍ଦ୍ରମଣ୍ଡପ ଗଳି ଦେଇ ୟୁନିଟ-୪ ମାର୍କେଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକରେ ଦୁଇଜଣ ଲୁଟେରା ତାଙ୍କ ନିକଟତର ହୋଇଥିଲେ। ଗାଡ଼ି ଚଳାଉଥିବା ଲୁଟେରା ଜଣକ ହେଲ୍‌ମେଟ୍‌ ପିନ୍ଧିଥିଲେ। ପଛରେ ବସିଥିବା ଲୁଟେରା ଜଣକ ହଠାତ୍‌ ତାଙ୍କ ସାଇକେଲକୁ ଗୋଇଠା ମାରିବାରୁ କାର୍ତ୍ତିକ ତଳେ ପଡିଯାଇଥିଲେ। ଏହି ସମୟରେ ଗୋଇଠା ମାରିଥିବା ଲୁଟେରା ଗାଡିରୁ ଓହ୍ଲାଇ କାର୍ତ୍ତିକଙ୍କ ଅଣ୍ଟାରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସେମାନେ ମାଛ ମାର୍କେଟ ଗଳି ଦେଇ ଭେଙ୍କେଟେଶ୍ୱର ସ୍କୁଲ ଆଡକୁ ପଳାଇଥିଲେ। କାର୍ତ୍ତିକଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚତ୍ବାବେଳକୁ ଆଉ କିଛି ବାକି ନ ଥିଲା। ପରିବାର ଲୋକେ ଖବର ପାଇ ଆହତ କାର୍ତ୍ତିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସାବଧାନ: ବ୍ୟାଙ୍କ୍‌ରେ ଲୁଚି ବୁଲୁଛନ୍ତି ଲୁଟେରା
ଆପଣ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆଣୁଛନ୍ତି କି? ସାବଧାନ ରୁହନ୍ତୁ। କାରଣ ଲୁଟେରାମାନେ ବ୍ୟାଙ୍କ୍‌ରେ ଲୁଚି ବୁଲୁଛନ୍ତି। ସେମାନେ ଆପଣଙ୍କ ଟଙ୍କା ଉପରେ ନଜର ରଖି ଅଧାବାଟରୁ ଲୁଟି ନେଇପାରନ୍ତି। ମିଳିଥିବା ସୂଚନାନୁସାରେ, କମିଶନରେଟ ପୋଲିସ ଇଲାକାରେ ବି ଲୁଟେରା ବାରମ୍ବାର ଚ୍ୟାଲେଞ୍ଜ କରିଚାଲିଛନ୍ତି। ଏଥିରେ ପୂରା ଗ୍ୟାଙ୍ଗ୍‌ ଯୋଜନାବଦ୍ଧ ଭାବେ ସମ୍ପୃକ୍ତ ରହୁଛି। ବ୍ୟାଙ୍କ୍‌ ଭିତରେ ଗ୍ୟାଙ୍ଗ୍‌ର କେତେଜଣ ସଦସ୍ୟ ଲୁଚି ରହି ଉଠୁଥିବା ଟଙ୍କା ଓ ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଲିଡରଙ୍କୁ ସୂଚନା ଦେଇଥାନ୍ତି। ଟଙ୍କା ଉଠାଇବାକୁ ଯାଉଥିବା ଲୋକ କେମିତି, କାହା ସହ ଓ କେମିତି ଆସିଛନ୍ତି, ସବୁକିଛି ତଥ୍ୟ ମିଳିବା ପରେ ଲୁଟ୍‌ ଓ ଖସିବା ପାଇଁ ଯୋଜନା ହୋଇଥାଏ। କାହାକୁ ଆକ୍ରମଣ ତ ଆଉ କାହାକୁ ନାନା ଉପାୟରେ ବୋକା ବନାଇ ଟଙ୍କା ଲୁଟି ଫେରାର ହୋଇଯାଉଛନ୍ତି।

ଦୁଇ ମାମଲାରେ ଗୋଟିଏ ଗ୍ୟାଙ୍ଗ୍‌
ଖାରବେଳନଗର ଥାନା ଅନ୍ତର୍ଗତ ରେଡକ୍ରସ୍‌ ସମ୍ମୁଖରେ ଗତ ସପ୍ତାହରେ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟ ହୋଇଥିଲା। ସୋମବାର ସମାନ ଢଙ୍ଗରେ ପୁଣି ଜଣେ ବ୍ୟବସାୟୀଙ୍କଠାରୁ ଲୁଟ ହୋଇଛି। ଏହି ଦୁଇ ଲୁଟ୍‌ ପଛରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏହି ର଼୍ୟାକେଟରେ ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସ ସୂଚନା ପାଇଛି। ତେଣୁ ନିକଟରେ ଜେଲ୍‌ରୁ ମୁକୁଳିଥିବା ଲୁଟେରା ଓ ଅନ୍ୟ ଅଭିଯୁକ୍ତଙ୍କର ତାଲିକା ଖୋଜା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବି.ଏନ୍‌. ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?