ରାଜଧାନୀରେ ସିରିଜ୍‌ ଏନ୍‌କାଉଣ୍ଟର ଘଟଣା: ଲୁଟ୍‌ କାର୍‌ରେ ରାତି କାଟୁଥିଲେ ଗ୍ୟାଙ୍ଗ୍‌ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): କମିଶନରେଟ ପୋଲିସ ରାଜଧାନୀରେ ଗୋଟିଏ ଗ୍ୟାଙ୍ଗ୍‌ର ୫ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ପରେ ସେମାନଙ୍କ ସମ୍ପର୍କରେ ବହୁ ଗୁମର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ପୋଲିସର ପଞ୍ଚମ ଗୁଳିରେ ଆହତ ରବି ରାଓ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିବାବେଳେ ସିଲୁ ଓରଫ ସିପୁନ କବି ଓ ପୋଡ଼ା ଓରଫ ଅରୁଣ ମଲ୍ଲିକ ସାର୍ପ ସୁଟର ଥିଲେ। ଏହି ଗ୍ୟାଙ୍ଗ୍‌ ବିଶେଷକରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, କନ୍ଧମାଳ, ମୟୂରଭଞ୍ଜ ଓ ବରଗଡ଼ ଜିଲାରେ କାର୍‌ ଲୁଟ୍‌ ସହ ନାନା ଅପରାଧ ଘଟାଉଥିଲେ। ଲୁଟ୍‌ କାର୍‌ରେ ଡୁପ୍ଲିକେଟ ନମ୍ବର ଲଗାଇ ଅପରାଧରେ ବ୍ୟବହାର କରୁଥିଲେ। ଗୋଟିଏ ଜିଲାରେ ଅପରାଧ ଘଟାଇ ଅନ୍ୟ ଜିଲାକୁ ପଳାଉଥିଲେ। ସବୁଠୁ ବଡ଼କଥା ହେଲା ଘଟଣା ଘଟାଇବା ପରେ ପୋଲିସକୁ ଚକ୍‌ମା ଦେବାପାଇଁ ରବି ଓ ଅନ୍ୟ ସଦସ୍ୟମାନେ କାର୍‌ ଭିତରେ ରାତି କଟାଉଥିଲେ। ଏଥିପାଇଁ କାର୍‌ରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ମଧ୍ୟ ରଖିଥିଲେ। ସେମାନେ କାରକୁ ଏକ ନିରୋଳା ସ୍ଥାନରେ ପାର୍କିଂ କରି ତା’ଭିତରେ ଶୋଉଥିଲେ। ତେଣୁ ସେମାନଙ୍କୁ ପୋଲିସ ଧରିବାରେ ବିଫଳ ହେଉଥିଲା। ଗତ ୩ ତାରିଖ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ସେତୁ ନିକଟରେ ଏନ୍‌କାଉଣ୍ଟର ପରେ ଜବତ କାରରୁ ପୋଲିସ ତିକିଆ, ମସାରି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ରବି ଢେଙ୍କାନାଳରେ ଏକ ହତ୍ୟା, ଲୁଟ୍‌, ଡକାୟତି, ରାହାଜାନି ଆଦି ମାମଲାରେ ସମ୍ପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗ୍‌ ସଦସ୍ୟମାନେ ସବୁବେଳେ ଲୁଟ୍‌ ତରିକାକୁ ବଦଳାଇଥାନ୍ତି। ସେମାନେ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କୁ ଭୁଜାଲିରେ ହାଣିବା ପରେ ଲୁଟପାଟ କରି ଚମ୍ପଟ ମାରନ୍ତି।
ଏସ୍‌ସିବିରେ କଡ଼ା ନଜରରେ ୫ ଅଭିଯୁକ୍ତ
ପୋଲିସ ଗୁଳିରେ ଆହତ ୫ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି। ସେମାନେ କ୍ରମଶଃ ସୁସ୍ଥ ହେବାରେ ଲାଗିଛନ୍ତି। ଯେପରି କେହି କାହାସହ କଥା ହୋଇ ନ ପାରିବେ ସେଥିଲାଗି ମଧ୍ୟ ପୋଲିସ କଡ଼ା ନଜର ରଖିଛି। ଦୁଇଦିନ ଭିତରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ଏହାସହ ରବିଙ୍କ ସମେତ ଅନ୍ୟମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ଗ୍ୟାଙ୍ଗ୍‌ ସଦସ୍ୟଙ୍କ ମଧ୍ୟରେ ନ ଥିଲା ତାଳମେଳ
ରବି ଗଢିଥିବା ୧୧ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ମଧ୍ୟରେ ଗତ କିଛିଦିନ ହେବ ଠିକ୍‌ଠାକ ନ ଥିଲା। ପୂର୍ବରୁ ଯେଉଁଠି ଲୁଟ୍‌ପାଟ ଓ ଡକାୟତି ହେବ ତାହାକୁ ରବି ସ୍ଥିର କରୁଥିବାବେଳେ ଏବେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ମନଇଚ୍ଛା ବାଇକରେ ଯାଇ ଲୁଟପାଟ କରୁଥିଲେ। ବିନା ଯୋଜନାରେ କିଛି ବି ନ କରିବାକୁ ରବି ମନା କରିଥିଲେ ମଧ୍ୟ ସେମାନେ ଶୁଣୁ ନ ଥିଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାଇପାସ୍‌ ରୋଡ୍‌ ମହିମା ମୋଟର୍ସରେ ଲୁଟ୍‌ ମାମଲାରେ ରବି, ସିପୁନ ଓ ହରେକୃଷ୍ଣ ବନ୍ଧୁକ ଏବଂ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଥିଲେ। ଏହାପରେ ରବି ସ୍ଥାନ ପରିବର୍ତ୍ତନ କରିବାକୁ କହିଥିଲେ ମଧ୍ୟ ସିପୁନ ଓ ହରେକୃଷ୍ଣ କିଛି ନ ଶୁଣି ଆଉ ଏକ ଲୁଟ୍‌ ପାଇଁ ଲୋଭ କରିଥିଲେ। ସେମାନେ ପୂର୍ବରୁ ଜାଣିଥିଲେ ଯେ, ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରା ପ୍ରତିଦିନ ବିପୁଳ ଟଙ୍କା ନେଇ ଘରକୁ ଯାଇଥାନ୍ତି। ତେଣୁ ସେମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ରବି ଗ୍ୟାଙ୍ଗ୍‌ର ଅନ୍ୟ ୩ଜଣଙ୍କୁ ପୋଲିସ ସୋମବାର ରାତିରେ ଉଠାଇ ନେଇଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ କେଉଁ କେଉଁ ସ୍ଥାନରେ ଅପରାଧ ଘଟାଇଛନ୍ତି ସେନେଇ ପୋଲିସ ଖୋଳତାଡ କରୁଛି। ସେପଟେ ଧଉଳି ଥାନା ପୋଲିସ ସୋମବାର ସିପୁନ ଓ ହରେକୃଷ୍ଣ ରହୁଥିବା ବାପୁଜୀ ହାଇଟେକ୍‌ ଆପାର୍ଟମେଣ୍ଟର ମାଲିକଙ୍କୁ ପଚରାଉଚରା କରିଛି। କେଉଁ ପରସ୍ଥିତିରେ ସେ ଘର ଭଡା ଦେଇଥିଲେ, ଭଡା ନେଇଥିବା ବ୍ୟକ୍ତିର ତଥ୍ୟ ଥାନାରେ ଦାଖଲ କରିଥିଲେ କି ନାହିଁ, ଆଦି ଅନେକ ପ୍ରଶ୍ନ ପୋଲିସ ତାଙ୍କୁ ପଚାରିଥିବା ଜଣାପଡିଛି। ଏହାସହ ସିପୁନ ଓ ହରେକୃଷ୍ଣ ସହ ରହୁଥିବା ସହଯୋଗୀଙ୍କୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri