ରାଜଧାନୀରେ ସିରିଜ୍‌ ଏନ୍‌କାଉଣ୍ଟର ଘଟଣା: ଲୁଟ୍‌ କାର୍‌ରେ ରାତି କାଟୁଥିଲେ ଗ୍ୟାଙ୍ଗ୍‌ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): କମିଶନରେଟ ପୋଲିସ ରାଜଧାନୀରେ ଗୋଟିଏ ଗ୍ୟାଙ୍ଗ୍‌ର ୫ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ପରେ ସେମାନଙ୍କ ସମ୍ପର୍କରେ ବହୁ ଗୁମର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ପୋଲିସର ପଞ୍ଚମ ଗୁଳିରେ ଆହତ ରବି ରାଓ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଥିବାବେଳେ ସିଲୁ ଓରଫ ସିପୁନ କବି ଓ ପୋଡ଼ା ଓରଫ ଅରୁଣ ମଲ୍ଲିକ ସାର୍ପ ସୁଟର ଥିଲେ। ଏହି ଗ୍ୟାଙ୍ଗ୍‌ ବିଶେଷକରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, କନ୍ଧମାଳ, ମୟୂରଭଞ୍ଜ ଓ ବରଗଡ଼ ଜିଲାରେ କାର୍‌ ଲୁଟ୍‌ ସହ ନାନା ଅପରାଧ ଘଟାଉଥିଲେ। ଲୁଟ୍‌ କାର୍‌ରେ ଡୁପ୍ଲିକେଟ ନମ୍ବର ଲଗାଇ ଅପରାଧରେ ବ୍ୟବହାର କରୁଥିଲେ। ଗୋଟିଏ ଜିଲାରେ ଅପରାଧ ଘଟାଇ ଅନ୍ୟ ଜିଲାକୁ ପଳାଉଥିଲେ। ସବୁଠୁ ବଡ଼କଥା ହେଲା ଘଟଣା ଘଟାଇବା ପରେ ପୋଲିସକୁ ଚକ୍‌ମା ଦେବାପାଇଁ ରବି ଓ ଅନ୍ୟ ସଦସ୍ୟମାନେ କାର୍‌ ଭିତରେ ରାତି କଟାଉଥିଲେ। ଏଥିପାଇଁ କାର୍‌ରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀ ମଧ୍ୟ ରଖିଥିଲେ। ସେମାନେ କାରକୁ ଏକ ନିରୋଳା ସ୍ଥାନରେ ପାର୍କିଂ କରି ତା’ଭିତରେ ଶୋଉଥିଲେ। ତେଣୁ ସେମାନଙ୍କୁ ପୋଲିସ ଧରିବାରେ ବିଫଳ ହେଉଥିଲା। ଗତ ୩ ତାରିଖ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ସେତୁ ନିକଟରେ ଏନ୍‌କାଉଣ୍ଟର ପରେ ଜବତ କାରରୁ ପୋଲିସ ତିକିଆ, ମସାରି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ରବି ଢେଙ୍କାନାଳରେ ଏକ ହତ୍ୟା, ଲୁଟ୍‌, ଡକାୟତି, ରାହାଜାନି ଆଦି ମାମଲାରେ ସମ୍ପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗ୍‌ ସଦସ୍ୟମାନେ ସବୁବେଳେ ଲୁଟ୍‌ ତରିକାକୁ ବଦଳାଇଥାନ୍ତି। ସେମାନେ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କୁ ଭୁଜାଲିରେ ହାଣିବା ପରେ ଲୁଟପାଟ କରି ଚମ୍ପଟ ମାରନ୍ତି।
ଏସ୍‌ସିବିରେ କଡ଼ା ନଜରରେ ୫ ଅଭିଯୁକ୍ତ
ପୋଲିସ ଗୁଳିରେ ଆହତ ୫ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି। ସେମାନେ କ୍ରମଶଃ ସୁସ୍ଥ ହେବାରେ ଲାଗିଛନ୍ତି। ଯେପରି କେହି କାହାସହ କଥା ହୋଇ ନ ପାରିବେ ସେଥିଲାଗି ମଧ୍ୟ ପୋଲିସ କଡ଼ା ନଜର ରଖିଛି। ଦୁଇଦିନ ଭିତରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ଏହାସହ ରବିଙ୍କ ସମେତ ଅନ୍ୟମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ଗ୍ୟାଙ୍ଗ୍‌ ସଦସ୍ୟଙ୍କ ମଧ୍ୟରେ ନ ଥିଲା ତାଳମେଳ
ରବି ଗଢିଥିବା ୧୧ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ମଧ୍ୟରେ ଗତ କିଛିଦିନ ହେବ ଠିକ୍‌ଠାକ ନ ଥିଲା। ପୂର୍ବରୁ ଯେଉଁଠି ଲୁଟ୍‌ପାଟ ଓ ଡକାୟତି ହେବ ତାହାକୁ ରବି ସ୍ଥିର କରୁଥିବାବେଳେ ଏବେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ମନଇଚ୍ଛା ବାଇକରେ ଯାଇ ଲୁଟପାଟ କରୁଥିଲେ। ବିନା ଯୋଜନାରେ କିଛି ବି ନ କରିବାକୁ ରବି ମନା କରିଥିଲେ ମଧ୍ୟ ସେମାନେ ଶୁଣୁ ନ ଥିଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାଇପାସ୍‌ ରୋଡ୍‌ ମହିମା ମୋଟର୍ସରେ ଲୁଟ୍‌ ମାମଲାରେ ରବି, ସିପୁନ ଓ ହରେକୃଷ୍ଣ ବନ୍ଧୁକ ଏବଂ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଥିଲେ। ଏହାପରେ ରବି ସ୍ଥାନ ପରିବର୍ତ୍ତନ କରିବାକୁ କହିଥିଲେ ମଧ୍ୟ ସିପୁନ ଓ ହରେକୃଷ୍ଣ କିଛି ନ ଶୁଣି ଆଉ ଏକ ଲୁଟ୍‌ ପାଇଁ ଲୋଭ କରିଥିଲେ। ସେମାନେ ପୂର୍ବରୁ ଜାଣିଥିଲେ ଯେ, ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରା ପ୍ରତିଦିନ ବିପୁଳ ଟଙ୍କା ନେଇ ଘରକୁ ଯାଇଥାନ୍ତି। ତେଣୁ ସେମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ରବି ଗ୍ୟାଙ୍ଗ୍‌ର ଅନ୍ୟ ୩ଜଣଙ୍କୁ ପୋଲିସ ସୋମବାର ରାତିରେ ଉଠାଇ ନେଇଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ କେଉଁ କେଉଁ ସ୍ଥାନରେ ଅପରାଧ ଘଟାଇଛନ୍ତି ସେନେଇ ପୋଲିସ ଖୋଳତାଡ କରୁଛି। ସେପଟେ ଧଉଳି ଥାନା ପୋଲିସ ସୋମବାର ସିପୁନ ଓ ହରେକୃଷ୍ଣ ରହୁଥିବା ବାପୁଜୀ ହାଇଟେକ୍‌ ଆପାର୍ଟମେଣ୍ଟର ମାଲିକଙ୍କୁ ପଚରାଉଚରା କରିଛି। କେଉଁ ପରସ୍ଥିତିରେ ସେ ଘର ଭଡା ଦେଇଥିଲେ, ଭଡା ନେଇଥିବା ବ୍ୟକ୍ତିର ତଥ୍ୟ ଥାନାରେ ଦାଖଲ କରିଥିଲେ କି ନାହିଁ, ଆଦି ଅନେକ ପ୍ରଶ୍ନ ପୋଲିସ ତାଙ୍କୁ ପଚାରିଥିବା ଜଣାପଡିଛି। ଏହାସହ ସିପୁନ ଓ ହରେକୃଷ୍ଣ ସହ ରହୁଥିବା ସହଯୋଗୀଙ୍କୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri