ରାଜଧାନୀରେ ଗାଡ଼ି ପଲ୍ୟୁଶନ ସାର୍ଟିଫିକେଟ କେଳେଙ୍କାରୀ: ଧୂଆଁ ବାହାରିଲେ ବି ମେଶିନକୁ ଭୂଆଁ

ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ବାଇକ୍‌ରୁ ବାହରୁଥିଲା ଧୂଆଁ, ହେଲେ ଚାଳକଙ୍କ ହାତରେ ଥିଲା ପଲ୍ୟୁଶନ ସାର୍ଟିଫିକେଟ। ଅସଲି ନା ନକଲି ପରଖୁ ପରଖୁ କଥା ପହଞ୍ଚତ୍ଥିଲା ରାଜଧାନୀରେ ତିଆରି ହେଉଥିବା ଜାଲ୍‌ ସାର୍ଟିଫିକେଟ ପାଖରେ। ଖୋଳତାଡ଼ ପରେ ନଜରକୁ ଆସିଲା ପ୍ରକୃତ କେଳେଙ୍କାରୀ। କାର୍‌ ହେଉ କି ବାଇକ୍‌, ଧୂଆଁ ବାହାରୁ କି ନିଆଁ, ମେଶିନ କିନ୍ତୁ କରୁଥିଲା ଓକେ। ପଲ୍ୟୁଶନ ମାପିବାକୁ ମେଶିନରୁ ଗାଡି ସାଇଲେନ୍ସରକୁ ଲମ୍ବିଥିଲା ପାଇପ୍‌। ଗାଡ଼ି ଷ୍ଟାର୍ଟ କରି କିଛି ସମୟ ରଖାଯିବା ପରେ ପାଇପକୁ କାଡ଼ି ଜୋର୍‌ରେ ବାରମ୍ବାର ଫୁଙ୍କି ପଲ୍ୟୁଶନ ମାତ୍ରାକୁ ଆଡ୍‌ଜଷ୍ଟ କରାଯାଉଥିଲା। ମେଶିନ ଓକେ କରିବାର କିଛି ସମୟ ମଧ୍ୟରେ କମ୍ପ୍ୟୁଟରରେ ଯୋଡ଼ାଯାଇଥିବା ପ୍ରିଣ୍ଟରରୁ ବାହାରିପଡୁଥିଲା ସାର୍ଟିଫିକେଟ। ରାଜଧାନୀର ବିଭିନ୍ନ ଗାଡ଼ି ଶୋ’ରୁମ୍‌, ପେଟ୍ରୋଲ ପମ୍ପ୍‌ ଓ ପଲ୍ୟୁଶନ ସେଣ୍ଟରେ ଏଭଳି ମେଶିନକୁ ଭୁଆଁ ବୁଲାଇ ବେଆଇନ ଭାବେ ତିଆରି ଚାଲିଛି ଅସଲି ପଲ୍ୟୁଶନ ସାର୍ଟିଫିକେଟ।
ଗତ ୧ ତାରିଖରୁ ନୂଆ ମୋଟର ଯାନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଣ୍ଡରୁ ମୁକ୍ତି ପାଇଁ ଲାଇସେନ୍ସ ସହ ଗାଡ଼ିର କାଗଜପତ୍ର ଠିକ୍‌ କରିବାରେ ଲାଗି ପଡ଼ିଛନ୍ତି। ଇତିମଧ୍ୟରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୁକିଂ ନ ଥିବାରୁ ଆର୍‌ଟିଓରୁ ଭିଡ଼ କମିଛି, ହେଲେ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ପ୍ରବଳ ଭିଡ଼ ଲାଗି ରହୁଛି। ଏହାର ସୁଯୋଗ ନେଇ ରାଜଧାନୀରେ ଜାଲ୍‌ ପଲ୍ୟୁଶନ ସାର୍ଟିଫିକେଟ ର଼୍ୟାକେଟ ସକ୍ରିୟ ହୋଇପଡିଥିବାବେଳେ ଆଉ କେତେକ ସ୍ଥାନରେ ବେଆଇନ ଭାବେ ସାର୍ଟିଫିକେଟ ପ୍ରସ୍ତୁତ କରାଯାଉଛି। ପଲ୍ୟୁଶନ ସାର୍ଟିଫିକେଟ ଦେବାକୁ କେତେକ ଗାଡ଼ି ଶୋ’ରୁମ୍‌ ଅନୁମତି ପାଇଛନ୍ତି। ହେଲେ ଫିଟ୍‌ ନ ଥିବା ଗାଡ଼ିକୁ ମଧ୍ୟ ସାର୍ଟିଫିକେଟ ଦେଉଛନ୍ତି। ଠିକ୍‌ ଥିବା ଗାଡ଼ିର ସାର୍ଟିଫିକେଟ ପାଇଁ ୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଗାଡ଼ିରୁ ଧୂଆଁ ବାହାରୁଥିଲେ ମଧ୍ୟ ବହୁଗୁଣା ଅଧିକ ଟଙ୍କା ନିଆଯାଇ ପଲ୍ୟୁଶନ ସାର୍ଟିଫିକେଟ ଦିଆଯାଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଭୁବନେଶ୍ୱରର କେତେକ ଗାଡ଼ି ଶୋ’ରୁମ୍‌ ଓ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରକୁ ଯାଇ ଆମ ପ୍ରତିନିଧି ପ୍ରକୃତ ଘଟଣା ଦେଖିଥିଲେ। ବରମୁଣ୍ଡାରେ ଥିବା ଏକ ବାଇକ ଶୋ’ରୁମ୍‌ରେ ପଲ୍ୟୁଶନ ସାର୍ଟିଫିକେଟ ପାଇଁ ଭିଡ଼ ଲାଗିଥିଲା। ଜଣକ ପରେ ଜଣେ ସାର୍ଟିଫିକେଟ ଧରି ବାହାରୁଥିଲେ। କମ୍ପ୍ୟୁଟର ପାଖରେ ଜଣେ ବସି ମେଶିନ ଅପରେଟ କରୁଥିବାବେଳେ ଆଉଜଣେ ପାଇପ୍‌ ଫୁଙ୍କିବା ଦାୟିତ୍ୱରେ ଥିଲେ। ମଝିରେ ମଝିରେ କେହି କେହି ଆସି କହୁଥିଲେ, ଭାଇ ମୋର ବହୁ ପୁରୁଣା ଗାଡ଼ି ଯେତେ ପଇସା ନିଅନ୍ତୁ ପଛେ ସାର୍ଟିଫିକେଟ କରିଦିଅନ୍ତୁ। ବ୍ୟକ୍ତି ଜଣକ କହୁଥିଲେ ଏଠି ଆମର ସବୁ ପାସ୍‌। ‘ଓଆର’ ହେଉ କି ‘ଓଆଇଏକ୍ସ’ ସବୁ ଗାଡ଼ି ସାର୍ଟିଫିକେଟ ଧରି ହିଁ ଯିବେ। ବାସ୍‌ ତା’ପରେ ୨ଶହ, ୫ଶହ ଟଙ୍କା ବଦଳରେ ସାର୍ଟିଫିକେଟ ଧରାଇ ଦିଆଯାଇଥିଲା। ଚାଳକ ବି ଖୁସି ମନରେ ସ୍ଥାନ ଛାଡୁଥିଲା। କାହିଁକି ନା ଆଉ ପୋଲିସ ଓ ଆର୍‌ଟିଓକୁ ଭୟ ନାହିଁ। ଗାଡ଼ି ସଜାଡିବାକୁ ୫ହଜାର ଖର୍ଚ୍ଚ କରିବାକୁ ପଡ଼ିବନି କି ରାସ୍ତାରେ ତଣ୍ଡ ଗଣିବାକୁ ହେବନି।
କିଛିଦିନ ତଳେ ଚନ୍ଦ୍ରଶେଖରପୁର ଓ ଡମଣା ଅଞ୍ଚଳରେ ଭ୍ରାମ୍ୟମାଣ ଗାଡ଼ିରେ ଜାଲ୍‌ ପଲ୍ୟୁଶନ ସାର୍ଟିଫିକେଟ ଦିଆଯାଉଥିଲା। ଶହ ଶହ ଲୋକ ୨ଶହ ଲେଖାଏ ଟଙ୍କା ଦେଇ ସାର୍ଟିଫିକେଟ ନେଇଥିଲେ। ପରେ ଏହା ଜାଲ୍‌ ବୋଲି ଜଣାପଡିବା ପରେ ଉକ୍ତ ଗାଡ଼ି ଓ ଲୋକ ଉଭାନ ହୋଇଯାଇଥିଲେ। ଯାଞ୍ଚ କଡ଼ାକଡି ହେବା ପରଠାରୁ ରାଜଧାନୀରେ ଏଭଳି ଅନେକ ଘଟଣା ନଜରକୁ ଆସୁଛି। ଏଭଳି ଗଳାବାଟ ବନ୍ଦ ପାଇଁ ପୋଲିସ ଓ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri