ରାଜକୋଷକୁ କରୋନା ମାଡ଼

ଭୁବନେଶ୍ୱର,୯।୬(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦ ସାଜିଛି। ଏହା କେବଳ ଯେ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ବିଗାଡ଼ି ଦେଇଛି। ଯାହାଫଳରେ ଗତ କିଛି ମାସ ହେବ ରାଜକୋଷ ଉପରେ ମଧ୍ୟ ଶକ୍ତ ଚାପ ପଡ଼ିଛି। ସମସ୍ତ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଯେଉଁ ନୂତନ ଯୋଜନାର ମୂଳଦୁଆ ପକାଇଥିଲେ ସେସବୁ ଫାଇଲ ଭିତରେ ରହିଯାଇଛି। ଏଥିଯୋଗୁ କେନ୍ଦ୍ର ସରକାର ଚଳିତ ବର୍ଷ କାୈଣସି ନୂତନ ଯୋଜନା ଆରମ୍ଭ ନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ଏ ନେଇ କାୈଣସି ନିଷ୍ପତ୍ତି ଏଯାବତ୍‌ ନେଇନାହାନ୍ତି। ଏଭଳିସ୍ଥିତିରେ ରାଜ୍ୟ ରାଜକୋଷର ଅବସ୍ଥା ଯାହା କହୁଛି ଚଳିତ ଆର୍ଥିକ ବର୍ଷରେ ଚାଲୁ ରହିଥିବା ଯୋଜନାକୁ ଆଗକୁ ନେବା ପାଇଁ ସରକାରଙ୍କ ପାଖରେ ବଳ ନାହିଁ। ଏପରି କି ଆର୍ଥିକ ପରିସ୍ଥିତିରେ ସୁଧାର ନ ଆସିଲେ ଆସନ୍ତା ଅକ୍ଟୋବର ବେଳକୁ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ମଧ୍ୟ ମୁସ୍କିଲ ହୋଇପଡ଼ିବ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିବା ବେଳେ କୋଭିଡ୍‌-୧୯ ପରିସ୍ଥିତିକୁ ଆହୁରି ବିଗାଡ଼ିଦେଇଛି। ଗତ ଦୁଇ ମାସ ହେବ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ବିଶେଷଭାବେ ହ୍ରାସ ପାଇଛି। ରାଜକୋଷର ସିଂହଭାଗ ଆସୁଥିବା ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ମୁତାବକ ୨୦୧୫-୧୬ରେ ମୂଲ୍ୟଯୁକ୍ତ କର(ଭାଟ୍‌), କେନ୍ଦ୍ରୀୟ ବିକ୍ରି କର(ସିଏସ୍‌ଟି), ଆମୋଦପ୍ରମୋଦ କର(ଇଟି), ରାଜ୍ୟ ବିକ୍ରି କର(ଓଏସ୍‌ଟି) ଓ ପ୍ରବେଶ କର ବାବଦରେ ୧୧୦୨୨.୬୯ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୧୬-୧୭ରେ ଏହା ୧୧୮୩୪.୪୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୭ ଜୁଲାଇ ପହିଲାରୁ ରାଜ୍ୟରେ ଜିଏସ୍‌ଟି ଲାଗୁ ହୋଇଥିଲା। ୨୦୧୭-୧୮ରେ ଜିଏସ୍‌ଟି ବାବଦରେ ୬୧୨୭.୨୭ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୪୫୨୫.୫୪ କୋଟିକୁ ମିଶାଇ ମୋଟ ୧୦୬୫୨.୮୧ ଟଙ୍କା ରାଜକୋଷକୁ ମିଳିଥିଲା। ୨୦୧୮-୧୯ରେ ଜିଏସ୍‌ଟି ବାବଦରେ ୧୦୧୪୮.୧୪ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୧୮୪.୨୯ କୋଟିକୁ ମିଶାଇ ୧୦୩୩୨.୪୩ କୋଟି ଟଙ୍କା ମିଳିଥିଲା। ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଟି ଆଦାୟ ହାର ୧୦.୪୧ ପ୍ରତିଶତ ଅଧିକ ହେଇଥିଲା। ସେହିପରି ୨୦୧୯-୨୦ରେ ଜିଏସ୍‌ଟି ବାବଦରେ ୧୨୭୪୭.୯୯ କୋଟି ଏବଂ ଅନ୍ୟାନ୍ୟ ଟିକସ ବାବଦରେ ୧୦୧.୭୯ କୋଟି ଆଦାୟ ହୋଇଥିଲା; ଯାହାକି ଗତ ବର୍ଷ ତୁଳନାରେ ଜିଏସ୍‌ଟି ଆଦାୟ ଶତକଡ଼ା ୨୫.୬୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ଆଦାୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଜିଏସ୍‌ଟି ଆଦାୟ ୨୦୨୦ ମେ ମଧ୍ୟରେ ୧୦୯୨.୦୫ କୋଟି ଟଙ୍କାକୁ ଖସି ଯାଇଥିବା ବେଳେ ଅନ୍ୟାନ୍ୟ ଟିକସ ଆଦାୟ ମାତ୍ର ୯.୯୦ କୋଟି ଟଙ୍କା ରହିଛି। ଏହା ଗତ ବର୍ଷ ତୁଳନାରେ ମେ ମାସ ଶେଷ ମଧ୍ୟରେ ଜିଏସ୍‌ଟି ଆଦାୟର -୪୮.୬୦ ପ୍ରତିଶତ ଅଟେ। ୨୦୨୦ ଏପ୍ରିଲ ଓ ମେ ମାସରେ ସରକାର ସବୁଠାରୁ ଅଧିକ କ୍ଷତି ସହିଛନ୍ତି। ଏହି ଦୁଇମାସରେ ଜିଏସ୍‌ଟି ଆଦାୟ -୫୧.୫୩ ପ୍ରତିଶତକୁ ଖସି ଆସି ମାତ୍ର ୧୪୫୩.୮୨କୋଟି ରହିଛି। ସେହିପରି ଯାନବହାନ ଟିକସ ଆଦାୟ ମଧ୍ୟ ବହୁ ତଳକୁ ଖସିଯାଇଛି। ୨୦୧୯ ଏପ୍ରଲ ଓ ମେ ମାସ ମାସରେ ଯାନବାହନରୁ ୨୭୧.୨୮ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବା ବେଳେ ୨୦୨୦ ମେ ଶେଷ ସୁଦ୍ଧା ମାତ୍ର ୬୯ କୋଟି ଟଙ୍କା ଆଦାୟ ହୋଇଛି। ପ୍ରାୟ ୭୫ ପ୍ରତିଶତ ଟିକସ କମି ଯାଇଛି। ନୂତନ ଗାଡ଼ି ବିକ୍ରି ନ ହେବା ସାଙ୍ଗକୁ ବସ୍‌ ଓ ଅନ୍ୟାନ୍ୟ ବାଣିଜି୍ୟକ ଯାନବାହନରୁ ୩ ମାସ ପାଇଁ ଟିକସ ଛାଡ଼ କରିବା ଯୋଗୁ ସରକାରଙ୍କୁ ଆହୁରି କ୍ଷତି ସହିବାକୁ ପଡ଼ିଛି। ରାଜ୍ୟଗୁଡ଼ିକର ଜଏସ୍‌ଟି ଜନିତ କ୍ଷତିଭରଣା କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଥାନ୍ତି। ଏହି କ୍ରମରେ ଗତ ୫ତାରିଖରେ ସମସ୍ତ ରାଜ୍ୟକୁ ୨୦୧୯ ଡିସେମ୍ବର ଓ ୨୦୨୦ ଜାନୁୟାରୀ ଓ ଫେବୃୟାରୀ ମାସ ପାଇଁ ୩୬,୪୦୦କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାକୁ ମାତ୍ର ୧୧୧୬.୨୪କୋଟି ମିଳିଛି।
ଗୋଟିଏ ପଟେ ରାଜସ୍ବ ତଳମୁହାଁ ହୋଇଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶଧନକୁ ନ ଦେବା ଦ୍ୱାରା ଆର୍ଥିକ ଚାପ ବହୁତ ବଢ଼ିଯାଇଛି। ୨୦୧୫ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର କେନ୍ଦ୍ରୀୟ ଟିକସ ବାବଦ ଅଂଶଧନ ୮୨୫୬ କୋଟି ଟଙ୍କା ଦେଇନାହାନ୍ତି। ସେହିପରି କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌) ବାବଦରେ ଗତ ୫ ବର୍ଷ ମଧ୍ୟରେ ପାଇବାକୁ ଥିବା ୩୭୧୮ କୋଟି ଟଙ୍କାରୁ ୩୦୯୭ କୋଟି ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଅର୍ଥରାଶି ଏବେ ବି ପଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri