ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ ଯୋଗୁ ଦୀର୍ଘ ବର୍ଷ ହେବ ପଡ଼ି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା, ସରକାରୀ ଉଦ୍ୟୋଗ କୋର୍ଟଙ୍କ ଆଶ୍ରୟ ନେଇ ବହୁ କୋଟି ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହି ବକେୟାକୁ ଆଦାୟ କରିବା ପାଇଁ ସରକାରଙ୍କୁ ଆଣ୍ଠୁଗଣ୍ଠି ଛିଣ୍ଡାଇବାକୁ ପଡୁଛି। ଏ ବାବଦରେ ରାଜକୋଷରୁ ମାମଲା ଲଢ଼ିବା ପାଇଁ ମଧ୍ୟ ବହୁ କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ଅଦାଲତରେ ରହିତାଦେଶ ଯୋଗୁ ଜଳକର, ବିଦ୍ୟୁତ ଶୁଳ୍କ, ଖଣି ରାଜସ୍ବ ଏବଂ ବାଣିଜ୍ୟ ଟିକସ ବାବଦରେ ବିିଭିନ୍ନ ଶିଳ୍ପାନୁଷ୍ଠାନ ଓ ସଂସ୍ଥା ଉପରେ ୧୦ ହଜାର ୪୧୮ କୋଟି ୯୭ ଲକ୍ଷ ଟଙ୍କା ବକେୟା ପଡିଛି।

୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଅର୍ଥ ବାକି ରହିଛି। ଜଳକର ବାବଦରେ କୋର୍ଟ ରହିତାଦେଶ ଯୋଗୁ ବିଭିନ୍ନ ସଂସ୍ଥା ଓ ଉଦ୍ୟୋଗ ଉପରେ ୬୭୫.୫୯ କୋଟି ଟଙ୍କା ବାକି ରହିଛି। ସେଥିରୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଉପରେ ୩୩୧.୪୦ କୋଟି ଟଙ୍କା କୋର୍ଟରେ ମାମଲା ଥିବା ଯୋଗୁ ପଡିରହିଥିବା ବେଳେ ରେଲଓ୍ବେର ବିଭିନ୍ନ ୟୁନିଟ ଉପରେ ୨୯୦.୭୦ କୋଟି ଏବଂ ୭ଟି ସଂସ୍ଥା ଉପରେ ୬ ରୁ ୧୮ କୋଟି ଟଙ୍କା ମଧ୍ୟରେ ଜଳକର ବାକି ରହିଛି। ସେହିପରି ୩୨ଟି ଶିଳ୍ପ ସଂସ୍ଥା ଉପରେ ୧୯୧୯ କୋଟି ୬ ଲକ୍ଷ ଟଙ୍କା ବାକି ରହିଛି। ଅନୁରୂପ ଭାବେ ୬ଟି ସଂସ୍ଥା ଉପରେ ଖଣି ରାଜସ୍ବ ବାବଦରେ ୧୮୫୪ କୋଟି ୧୪ ଲକ୍ଷ ଟଙ୍କା ବାକି ରହିଛି। ସେଥିରୁ କେବଳ ଏମସିଏଲ ଉପରେ ୧୩୩୪ କୋଟି ୪୮ ଲକ୍ଷ ଟଙ୍କାର ଟିକସ ବାକି ପଡ଼ିଛି। ୭୯ଟି ଉଦ୍ୟୋଗ ଓ ଶିଳ୍ପ ସଂସ୍ଥା ଉପରେ ୫ ହଜାର ୯୬୮ କୋଟି ୧୮ ଲକ୍ଷ ଟଙ୍କା ବାକି ରହିଛି। ଏସବୁ ଟିକସ ଆଦାୟ କରିବା ନେଇ ସରକାରଙ୍କୁ ନାକେଦମ ହେବାକୁ ପଡୁଛି।
କେବଳ ଶିଳ୍ପ କିମ୍ବା ସରକାରୀ ଉଦ୍ୟୋଗ ନୁହନ୍ତି ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ନିୟମିତ ବିଦ୍ୟୁତ ଦେୟ ପଇଠ କରୁ ନାହାନ୍ତି। ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୪ଟି ବିଭାଗ ଉପରେ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ କୋଟି ୪୩ ଲକ୍ଷ ଟଙ୍କା ବିଦ୍ୟୁତ ବକେୟା ପଡି ରହିଛି। ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଉପରେ ୭୫୪ କୋଟି ଟଙ୍କା ବକେୟା ଥିବାବେଳେ ସାଉଥ୍‌କୋର ୧୧୨ କୋଟି, ଓ୍ବେସକୋର ୧୦୯ କୋଟି ଏବଂ ନେସ୍‌କୋର ୧୧୭ କୋଟି ଟଙ୍କା ବକେୟା ରହିଛି। ଏହାର ବୋଝ ବିଦ୍ୟୁତ ବଣ୍ଟନ କମ୍ପାନୀ ଉପରେ ପଡୁଛି।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଅଦାଲତ ରହିତାଦେଶ ଯୋଗୁ ବକେୟା ରାଜସ୍ବ ଆଦାୟ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଉଦ୍ୟାଗ ଉପରେ ଥିବା ବକେୟା ରାଜସ୍ବ ଆଦାୟ କରିବାକୁ ଷ୍ଟେଟ ଡିସପୁଟ ରିଜୋଲ୍ୟୁଶନ କମିଟି ଦ୍ୱାରା ଆପୋସ ସମାଧାନ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। କୋର୍ଟ ବାହାରେ ଓ୍ବାନଟାଇମ ସେଟଲମେଣ୍ଟ(ଓଟିଏସ) ଜରିଆରେ ମଧ୍ୟ ଆଦାୟ କରିବାକୁ ଉଦ୍ୟମ କରାଯାଉଛି। ମାମଲାଗୁଡ଼ିକର ତୁରନ୍ତ ଫଇସଲା ନିମନ୍ତେ ପଦକ୍ଷେପ ନିଆଯିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଆପିଲେଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାଗୁଡିକର ଫଇସଲା ପାଇଁ ଆବଶ୍ୟକ ସ୍ଥଳେ ଓକିଲ ନିଯୁକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ଓଡ଼ିଶାରେ ରାହୁଲଙ୍କ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ଶୁକ୍ରବାର ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ...

ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଖାରବେଳ, କଲେ ଘୋଷଣା

ଭୁବନେଶ୍ୱର,୩।୫: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ। ବାଲେଶ୍ୱରରୁ ଭାଜପା ଟିକେଟ୍‌ ପାଇଁ ଖାରବେଳ ଆଶାୟୀ ଥିଲେ।...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ଶନିବାର ଓଡ଼ିଶା ଆସିବେ ଜୟଶଙ୍କର

ଭୁବନେଶ୍ୱର,୩।୫: ଶନିବାର ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ୪ ଓ ୫ ଦୁଇଦିନ ରହିବେ। ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏକ...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri