Posted inଖେଳ

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ ଆର୍ଜେଣ୍ଟିନା ଜୋରଦାର ପ୍ରସ୍ତୁତି ଚଳାଇଛି। ୩୯ ବର୍ଷୀୟ ଲିଓନେଲ ମେସି କ୍ୟାରିୟରରେ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ଭେଟିବାକୁ ଥିବା ବେଳେ ଆର୍ଜେଣ୍ଟିନା ମ୍ୟାଚ୍‌ ପୂର୍ବରୁ ମନସ୍ତାତ୍ୱିକ ଫାଇଦାରେ ରହିବାକୁ ଚାହୁଁଛି। ଏଥିଲାଗି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସ୍କାଏ-ବ୍ଲ୍ୟୁ ଜର୍ସି ବଦଳରେ ଡାର୍କ ବ୍ଲ୍ୟୁ ଜର୍ସି ପରିଧାନ କରିବାକୁ ଫିଫା ପକ୍ଷରୁ ଅନୁମତି ମଗାଯାଇଛି। ଏହା ପଛରେ ଏକ ବଡ଼ ଐତିହାସିକ କାରଣ ରହିଛି।

ଦଳ ୧୯୮୬ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଡିଏଗୋ ମାରାଡୋନାଙ୍କ ଲୋକପ୍ରିୟ ‘ହାଣ୍ଡ ଅଫ୍‌ ଗଡ’ ଓ ‘ଗୋଲ ଅଫ୍‌ ଦି ସେଞ୍ଚୁରୀ’ ଗୋଲ ବଳରେ ଆର୍ଜେଣ୍ଟିନା ୨-୧ ଗୋଲରେ ମ୍ୟାଚ୍‌ ଜିତି ନେଇଥିଲା। ମେକ୍ସିକୋରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ଦଳ ଡାର୍କ ବ୍ଲୁ ଜର୍ସି ପିନ୍ଧିଥିଲା।

ସେମିଫାଇନାଲରେ ସମାନ ରଙ୍ଗର ଜର୍ସି ପିନ୍ଧିବାକୁ ଅନୁରୋଧ କରିବା ସହ ଆର୍ଜେଣ୍ଟିନା ସେହି ଐତିହାସିକ ମୁକାବିଲାର ସ୍ମୃତିକୁ ଉଜ୍ଜୀବିତ କରିବା ସହ ପ୍ରତିପକ୍ଷଙ୍କ ଉପରେ ମାନସିକ ପ୍ରଭାବ ପକାଇବାକୁ ଚାହୁଁଛି।

୧୯୮୬ ପରେ ଦୁଇ ଦଳ ଦୁଇ ଥର ପରସ୍ପରକୁ ଭେଟିଛନ୍ତି। ୧୯୯୮ରେ ମ୍ୟାଚ୍‌ ୨-୨ ଗୋଲରେ ବରାବର ରହିବା ପରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟଆଉଟ୍‌ରେ ୪-୩ରେ ଜିତିନେଇଥିଲା। ୨୦୦୨ରେ ପେନାଲ୍ଟିରୁ ଡେଭିଡ ବେକହାମଙ୍କ ଗୋଲ ବଳରେ ଇଂଲଣ୍ଡ ୧-୦ ଗୋଲରେ ବିଜୟୀ ହୋଇଥିଲା। ୧୯୯୮ ସଂସ୍କରଣରେ ଆର୍ଜେଣ୍ଟିନା ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିଥିବା ବେଳେ ୨୦୦୨ରେ ସ୍କାଏ-ବ୍ଲ୍ୟୁ ଜର୍ସି ବ୍ୟବହାର କରିଥିଲା।

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୬ରୁ ୫ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସ୍କାଏ-ବ୍ଲ୍ୟୁ ଜର୍ସି ବ୍ୟବହାର କରିଥିବା ବେଳେ କେବଳ ଥରେ ଜୋର୍ଡାନ ବିପକ୍ଷ ମ୍ୟାଚ୍‌ରେ ଡାର୍କ ବ୍ଲ୍ୟୁ ଜର୍ସିରେ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୋଦି ବିଦେଶରୁ ଜାରି କରିଛନ୍ତି ନୂଆ ଭିଡ଼ିଓ, ସୁନା କ୍ରୟ ସହ ବିଦେଶ ଯାତ୍ରା ଉପରେ ଦେଲେ ବଡ଼ ପରାମର୍ଶ

ବିଶକେକ/ନୂଆଦିଲ୍ଲୀ,୧।୯: ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

ପତ୍ନୀଙ୍କ ନାମ ନେବାରୁ ରାଗିଲେ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ, ହେଲେ କାହିଁକି? ଜାଣନ୍ତୁ…

ଓ୍ବାଶିଂଟନ,୧।୯: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମିଶିଗନର ଡେମୋକ୍ରାଟିକ ସିନେଟ ପ୍ରାର୍ଥୀ ଅବଦୁଲ ଏଲ-ସାୟଦଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଏକ ପ୍ରଚାର ରାଲିରେ ଭାଷଣ ଦେଇ…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ସର୍ଭେ

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri