ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର

ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଜଙ୍ଗଲ କର୍ମଚାରୀମାନେ ହାତୀ ଘଉଡ଼ାଇ ନାକେଦମ୍‌ ହେଉଥିବା ବେଳେ ସଫଳ ହେଉନାହାନ୍ତି। ହାତୀପଲ କେତେକ ଘର ଭାଙ୍ଗି ଦେବା ସହ ବ୍ୟାପକ ପାଚିଲା ଧାନ ନଷ୍ଟ କରୁଛନ୍ତି। ଏ ସମ୍ପର୍କରେ ବହୁ ବ୍ୟକ୍ତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଚଳିତବର୍ଷ ଶିମିଳିପାଳ, ପଶ୍ଚିମବଙ୍ଗର ଦଲମା ଓ ଝାଡ଼ଖଣ୍ଡ ହାତୀ ରାଇବଣିଆ ଅଞ୍ଚଳରେ ୫ ଥର ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି। ୧୫ଦିନ ଧରି ରାଇବଣିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧୨ଟି ହାତୀ ଶ୍ୟାମନଗର, ରାଇବଣିଆ, କାଳିକ, ବରଡ଼ିହା, କଳମା, ଖୁଆଡ଼ ଆଦି ପଞ୍ଚାୟତରେ ଉପଦ୍ରବ ଚଳାଇଛନ୍ତି। ଅନ୍ୟପକ୍ଷରେ ପଶ୍ଚିମମେଦନୀପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବନବିଭାଗ କର୍ମକର୍ତ୍ତାଙ୍କ ମଧ୍ୟରେ ସହମତି ଅଭାବରୁ ହାତୀ ଘଉଡ଼ାଇବା ସଫଳ ହେଉନାହିଁ ା ୨ଦିନ ତଳେ କାଳିକ ପଞ୍ଚାୟତର ୪ଟି ଘର ଭାଙ୍ଗିଥିବାବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ା ଚାଙ୍ଗୁ ମୁର୍ମୁ, ରୁହିଆ ସୋରେନ୍‌, କର ସୋରେନ୍‌ ଓ ବୋକାଇ ସରେନ୍‌ଙ୍କ ଘର ମାଟି ମିଶିଯାଇଛି ା ଏବେ ହାତୀଗୁଡିକ ପାଚିଲା ଧାନ ଆଡ଼େ ମୁହଁାଇଛନ୍ତି। ପ୍ରତିଦିନ ହାତୀପଲ ଦିନରେ ରଙ୍ଗାମାଟିଆ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ଚାକୁଆପାଳ, ଧରମପୁର, ରଙ୍ଗାମାଟିଆ ଓ ଦୁଧିଆଶୋଳ ଗାଁ ଓ ପାଖ ଅଞ୍ଚଳରେ କ୍ଷତି ଘଟାଇ ଚାଲିଛନ୍ତି ା ଗତ ରାତିରେ ଏକ ମାଈ ହାତୀର ଆକ୍ରମଣରେ ଜଣେ ସବୁଜ ବାହିନୀର ଯୁବକ ଆହତ ହୋଇଛନ୍ତି ା ଏବେ ଆଦିବାସୀ ମାନଙ୍କର ଭୁଲୁଟ୍‌ ପର୍ବ ଚାଲିଥିବାରୁ ବହୁ ଆଦିବାସୀଙ୍କ ଘରେ ହାଣ୍ଡିଆ ଓ ମଦ ମହଜୁଦ୍‌ ରହୁଛି। ହାତୀମାନେ ଗ୍ରାମ ଅଭିମୁଖେ ମୁହଁାଉଥିବାରୁ ପ୍ରତିଦିନ ରେଞ୍ଜର ଦେବେନ୍ଦ୍ର ପାତ୍ର ସଦଳବଳେ ସ୍ଥାନୀୟ ଅଞ୍ଚଳରେ ଜଗି ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?