ସଜନାଗଡ, ୪ା୧୦(ଡି.ଏନ.ଏ.)-ଦିଲ୍ଲୀର ନୋଏଡାସ୍ଥିତ ରାଇଜିନ୍ ଟେକ୍ ପ୍ରାଇଭେଟ୍ କମ୍ପାନୀରେ ନାମକ ଏକ ସଫ୍ଟୱେୟାର କମ୍ପାନୀର ଏଜେଣ୍ଟ ହୋଇ ଅଭିନବ ଉପାୟରେ ବହୁ ରିଟେଲରଙ୍କଠାରୁ ୮ ଲକ୍ଷ ଟଙ୍କା ହଡ଼ପ ଘଟଣାର ପର୍ଦ୍ଦାଫାଶ ହୋଇଛି। ବରହମପୁର ଓ ନୀଳଗିରି ପୋଲିସ ମିଳିତ ଉଦ୍ୟମରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ଗୋଟିଏ ଲ୍ୟାପ୍ଟପ, ଗୋଟିଏ ଟ୍ୟାବ, ୫ଟି ମୋବାଇଲ ସହ ନଗଦ ୮୨ ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ ଗୁରୁବାର କୋର୍ଟଚାଲଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ବରହମପୁର ଥାନା ଅଧୀନ ମାଟିଆଳି ଗ୍ରାମର ସମୀର ପାତ୍ର(୨୮), ପ୍ରଶାନ୍ତ ପ୍ରଧାନ(୨୫) ଓ ମନୋରଞ୍ଜନ ବେହେରା(୩୧) ୩ଜଣ ଯୁବକ ଦିଲ୍ଲୀସ୍ଥିତ ରାଇଜିନ୍ ଟେକ୍ ପ୍ରାଇଭେଟ୍ କମ୍ପାନୀରେ ସମସ୍ତ ତଥ୍ୟଗତ ପ୍ରମାଣପତ୍ର ଦେଇ ଉକ୍ତ କମ୍ପାନୀର ରିଟେଲର ହୋଇଥିଲେ ା ସେଥିପାଇଁ କମ୍ପାନୀ ପକ୍ଷରୁ ଏମାନଙ୍କୁ ଏକ ଆଇଡି ମିଳିଥିଲା ା ଏହି ୩ ଯୁବକ ୮ଲକ୍ଷ ଟଙ୍କା ହଡ଼ପ କରି ନିଜ ଗଁା ମାଟିଆଳିକୁ ପଳାଇ ଆସିଥିଲେ ା କମ୍ପାନୀ ପକ୍ଷରୁ ଅଧିକାରୀ ମନୋଜ କୁମାର ଶର୍ମା ବରହମପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା ପକ୍ଷରୁ ଏକ ମାମଲା(ନଂ. ୫୦/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ନୀଳଗିରି ଆଇଆଇସି ନଳିତା ମୋଦି ଓ ବରହମପୁର ଓଆଇସି ଅଜୟ ମୁର୍ମୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।
Posted inଆମ ଜିଲା ଖବର, ବାଲେଶ୍ୱର View All
ଗେଟ୍ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ
ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…
ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି
ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…
ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ
ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…
ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର
ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…
ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି
ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…
ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…
ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…
ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…
ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…
ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

