ରସୁଲପୁର ଗସ୍ତରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ : ଅପହଞ୍ଚ ପଞ୍ଚାୟତରେ ପଡ଼ୁନି ଦୃଷ୍ଟି

ରସୁଲପୁର,୧୧।୧୦(ଡି.ଏନ୍‌.ଏ.)- ରସୁଲପୁର ବ୍ଲକକୁ ଗୁରୁବାର ଅପରାହ୍ନରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ସତ୍ୟନାରାୟଣ ଦାଶ ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସମୀକ୍ଷା କରିବା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ। ଏହି ଅବସରରେ ସେ ବ୍ଲକର ମୁଗୁପାଳ, ନରସିଂହପୁର, ରାଜେନ୍ଦ୍ରପୁର ପଞ୍ଚାୟତକୁ ପରିଦର୍ଶନରେ ଯାଇଥିଲେ। ବିଶେଷକରି ପଞ୍ଚାୟତର ପାନୀୟଜଳ ପ୍ରକଳ୍ପ, ସ୍ବଚ୍ଛତା ମିଶନ କାର୍ଯ୍ୟକାରୀତାର ସ୍ଥିତି ପରଖିଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମାସରେ ସଚିବମାନେ ଜିଲାଗସ୍ତରେ ଆସି ଗାଁକୁ ଯିବେ। ତୃଣମୂଳସ୍ତରରେ ହୋଇଥିବା ଉନ୍ନୟନକାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ଏହିକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ମୋନା ଶର୍ମା, ପୂର୍ବତନ ଯୋଗାଣ ସଚିବ ବୀର ବିକ୍ରମ ଯାଦବ, ବୟନ ଶିଳ୍ପ ସଚିବ ଶୋଭାଶର୍ମା ପ୍ରମୁଖ ପୂର୍ବରୁ ଏହି ବ୍ଲକ ଗସ୍ତରରେ ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ ପଞ୍ଚାୟତ ପରିଦର୍ଶନ କରି ଫେରି ଯାଇଛନ୍ତି। ଗୁରୁବାର ଗସ୍ତରେ ଆସିଥିବା ଅତିରିକ୍ତ ସଚିବ ଦାଶ ପୁରୁଣା ଦୋଷକୁ ଦୋହରାଇବାକୁ ଭୁଲି ନାହାନ୍ତି। ସେ ମଧ୍ୟ ତାଙ୍କ ଗସ୍ତ କାଳରେ ରାଜପଥ ପାର୍ଶ୍ୱସ୍ଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରିବାରେ ସାମିଲ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବିଭାଗୀୟ ସଚିବ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ବ୍ଲକର ଅପହଞ୍ଚ ପଞ୍ଚାୟତ ଭାବରେ ଜଣାଶୁଣା ବ୍ରହ୍ମବରଦା, ବନ୍ଧଡିହ, ଲକ୍ଷ୍ମୀନଗର, ଟିକରପଡା, ଶ୍ରୀବନ୍ତପୁର ଆଦି ପଞ୍ଚାୟତରେ ସଚିବମାନଙ୍କ ପାଦ ପଡୁନାହିଁ। ଫଳରେ ବ୍ଲକର ବାସ୍ତବ ବିକାଶ ଚିତ୍ର ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଏବେ ବି ସେ ସବୁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ରହିଛି। ତେବେ ବ୍ଲକ ଆଖପାଖ ଅଞ୍ଚଳର କେତେକ ସଫଳ ପଞ୍ଚାୟତର ରିପୋର୍ଟକାର୍ଡକୁ ନେଇ ବ୍ଲକର ସାମଗ୍ରିକ ବିକାଶର ରିପୋର୍ଟ ଭାବରେ ଗ୍ରହଣ କରାଯିବା ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନାପସନ୍ଦ କରାଯାଇଛି। ଅତିରିକ୍ତ ସଚିବ ଦାଶଙ୍କ ସହ ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଅସିତ୍‌ କୁମାର ପାତ୍ର, ଗ୍ରାମ୍ୟପାନୀୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ସାହୁ, ଗ୍ରାମପଞ୍ଚାୟତ ଅଧିକାରିଣୀ ଦିବ୍ୟକାନ୍ତି ମିଶ୍ର, ବ୍ଲକ ସହକାରୀ ଯନ୍ତ୍ରୀ ଯତିନ୍ଦ୍ର ମୋହନ ସ୍ବାଇଁ, ଯନ୍ତ୍ରୀ ଅନିତା ପ୍ରଧାନ, ସ୍ମୃତିରେଖା ଧଡ଼ା ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ସଚିବ ଦାଶ ପୂର୍ବାହ୍ନରେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକକୁ ପରିଦର୍ଶନରେ ଯାଇଥିଲେ। ଉକ୍ତ ବ୍ଲକରେ ସେ ପାନୀୟ ଜଳ ପ୍ରକଳ୍ପ, ପାଇଖାନା, ପୋଖରୀ ପୁନଃରୁଦ୍ଧାର, ସୌରଚାଳିତ ପାଣି ପ୍ରକଳ୍ପ, ବିଦ୍ୟାଳୟ ଗୃହ ନିର୍ମାଣ ଆଦିକୁ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri