ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି, କିନ୍ତୁ ଝିଅମାନଙ୍କ ସହ ଭେଦଭାବ ଥମିବାର ନାଁ ଧରୁନି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ପରିଲକ୍ଷିତ ହେଉଛି। ବାଳିକାମାନଙ୍କ ପ୍ରତି ଅନ୍ୟାୟ ହେଉଛି। ଏହି କଥାକୁ ଗମ୍ଭୀରତାର ସହ ଉପଲବ୍ଧି କରି ମିଳିତ ଜାତିସଂଘ ପକ୍ଷରୁ ବାଳିକାଙ୍କ ସଶକ୍ତୀକରଣ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ରେ ‘ଆନ୍ତର୍ଜାତିକ ବାଳିକା ଦିବସ’ ପାଳନ କରାଯାଉଛି। ୧୯ ଡିସେମ୍ବର ୨୦୧୧ରେ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ କରାଯିବା ପାଇଁ ଘୋଷଣା କରାଯିିବା ପରେ ୨୦୧୨ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ବାଳିକାମାନଙ୍କୁ ସମାନତାର ଅଧିକାର ଦେବା ତଥା ସେମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌‘ଗର୍ଲ ଫୋର୍ସ: ଅନ୍‌ସ୍କ୍ରିପ୍‌ଟେଡ୍‌ ଆଣ୍ଡ୍‌ ଅନ୍‌ଷ୍ଟପେବଲ’ ବା ’ବାଳିକାଙ୍କ ଶକ୍ତି: ଅପ୍ରକାଶିତ ଓ ଅଜେୟ’ବୋଲି ରଖାଯାଇଛି। ବାଳିକାମାନଙ୍କ ପ୍ରତି କୌଣସି ଭେଦଭାବ ନକରିବା ପାଇଁ ବାର୍ତ୍ତା ଦିଏ ଏହି ଦିବସ। ଏକ ମହତର ଜୀବନ ବଞ୍ଚିବା ଲାଗି ସେମାନଙ୍କ ଅଧିକାର ରହିଛି ବୋଲି ଲୋକମାନଙ୍କୁ ଏହି ଦିବସରେ ସଚେତନ କରାଯାଏ। ଆଜି ବି ବାଳିକାମାନେ ସବୁ କ୍ଷେତ୍ରରେ ଉପେକ୍ଷିତ । ନା ମିଳୁଛି ସେମାନଙ୍କୁ ସମାନ ଶିକ୍ଷା,ନା ପୋଷଣ ଓ ନା ମିଳୁଛି କାମ କରିବାର ସୁଯୋଗ। ଏଣୁ ସେମାନଙ୍କ ପାଇଁ ବି ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ସେମାନଙ୍କ ପ୍ରତି ହେଉଥିତ୍ବା ହିଂସା ଶେଷ କରିବାର ଏବର ଏକ ବଡ଼ ଆହ୍ବାନ। ଏହା ସହ ବାଲ୍ୟ ବିବାହ, ଭ୍ରୂଣହତ୍ୟା ରୋକିବାର ଆବଶ୍ୟକତା ରହିଛି। ଏହି ସବୁ ସମସ୍ୟାକୁ ସମାଧାନ କରିବା ଲାଗି ଆନ୍ତର୍ଜାତିକ ବାଳିକା ଦିବସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏକ ଆକଳନରୁ ଜଣାପଡିଛି ଯେ,ବିଶ୍ୱରେ ୬୨ ମିଲିୟନରୁ ଅଧିକ ବାଳିକା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୧୮ ବର୍ଷ ହେବା ପୂର୍ବରୁ ୪ ଜଣରେ ଜଣେ ବିବାହ କରୁଛନ୍ତି। ଦୁର୍ଭାଗ୍ୟର କଥା, ଭାରତରେ ଏବେ ବି କେତେକ ରାଜ୍ୟରେ ବାଳିକାଙ୍କ ପ୍ରତି ଭେଦଭାବ ରହିଥିବାରୁ ସେହି ସବୁ ରାଜ୍ୟରେ ବାଳିକାମାନଙ୍କ ସଂଖ୍ୟା କମ୍‌ ରହିଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଭାରତ ସରକାର ‘ ବେଟୀ ବଚାଓ, ବେଟୀ ପଢାଓ’ ଆରମ୍ଭ କରିଛନ୍ତି। ଆଜିର ବାଳିକା ଭବିଷ୍ୟତର କର୍ମକର୍ତ୍ତା,ମାତା,ପରାମର୍ଶଦାତା, ପରିବାରର ମୁଖିଆ ଓ ରାଜନୈତିକ ନେତା ଭାବେ ନିଜକୁ ଠିଆ କରିବାର କ୍ଷମତା ରଖେ। ଏଣୁ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ବାଳିକାଙ୍କ ଜୀବନକୁ ସୁରକ୍ଷିତ, ଶିକ୍ଷା ଓ ଭଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଭୂମିକା ନେଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?