Posted inଜାତୀୟ

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ଭୋଟର ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରୁ ୯୬୭ ପ୍ରାର୍ଥୀଙ୍କ ସତ୍ୟପାଠ ଯାଞ୍ଚ୍‌ କରାଯାଇଛି। ପ୍ରାର୍ଥୀମାନଙ୍କ ମଧ୍ୟରୁ ୩ ଶହ ୩୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି। ୧୮୯ ଜଣଙ୍କ ନାମରେ ସାଧାରଣ ଆପରାଧିକ ମାମଲା ରହିଥିବାବେଳେ ୧୪୬ଙ୍କ ନାମରେ ଗୁରୁତର ମାମଲା ରହିଛି। ସେହିପରି ୩୧୧ ଜଣ କୋଟିପତି ପ୍ରାର୍ଥୀ ଏହୀ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ଷଷ୍ଠ ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସମ୍ପତ୍ତି ପରିମାଣ ୩ ଶହ ୭୪ କୋଟିରୁ ଅଧିକ ରହିଛି। ସେହିପରି ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କ ସମ୍ପତ୍ତି ପରିମାଣ ଶହେ ୪୭ କୋଟି ବୋଲି ଜଣାପଡ଼ିଛି। ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ପରିମାଣ ୩.୪୧ କୋଟି ରହିଛି। ପଶ୍ଚିମବଙ୍ଗ ପୁରୁଲିଆ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଏସ୍‌ୟୁସିଆଇ (ସି)ର ରଙ୍ଗଲାଲ କୁମାରଙ୍କ ପାଖରେ କେବଳ ୫ଶହ ଟଙ୍କା ଥିବା ସେ ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ବାଙ୍କୁରା ଲୋକ ସଭା ଆସନରୁ ନିର୍ବାଚନ ଲଢୁଥିବା ସୁଖଚନ୍ଦ୍‌ ସରେନ୍‌ଙ୍କ ପାଖରେ ୮ ଶହ ଟଙ୍କା ଏବଂ ସୋନିପତ୍‌ ଆସନରୁ ଲଢୁଥିବା ଅଶ୍ୱିନୀଙ୍କ ପାଖରେ ୧୭ ଶହ ଟଙ୍କା ଥିବା ସତସ୍ୟପାଠାରେ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

ଅଢ଼େଇ ମାସ ପୂର୍ବରୁ ହୋଇଥିଲା ୧୨ ବର୍ଷ ପୁଅର ମୃତ୍ୟୁ; ମାଟିତଳୁ ଶବ ବାହାରକଲା ପୋଲିସ, କାରଣ ଜାଣିଲେ..

ମୁମ୍ବାଇ,୩ା୬: ମହାରାଷ୍ଟ୍ରର ଜଳଗାଁର ଧାରାଙ୍ଗାଓଁ ତହସିଲ ଅନ୍ତର୍ଗତ ରେଲ୍ ଗ୍ରାମରେ କ୍ରିକେଟ୍ ଖେଳୁଥିବା ସମୟରେ ୧୨ ବର୍ଷୀୟ ଗଣେଶ ନାଭାଲ୍ ପାଟିଲଙ୍କ ମୃତ୍ୟୁ ହୋଇଥିଲା । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri