ପୁରୀ ଅଫିସ,୧୩ା୬: ରଥଯାତ୍ରାକୁ ଆଉ ମାତ୍ର ରହିଲା ୧୦ଦିନ। ହେଲେ କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍ ଧରିଲାଣି। ବିଭିନ୍ନ ସେବାୟତ ନିଯୋଗ ସହ ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଅନ୍ୟ ଅଧିକାରୀମାନେ ବାରମ୍ବାର ବୈଠକ କରୁଛନ୍ତି। ଶୁକ୍ରବାର ପୁଣି ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଛି ରୁଦ୍ଧଦ୍ୱାର ବୈଠକ। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପିଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ରଥଯାତ୍ରା ଆୟୋଜନକୁ ନେଇ ସହମତି ପ୍ରକାଶ ପାଇଥିବାବେଳେ ଘୋଷଣାକୁ ଅପେକ୍ଷା ବୋଲି କୁହାଯାଉଛି।
ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କଟକଣା ଭିତରେ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସେବାୟତମାନେ କଟକଣାଯୁକ୍ତ ରଥଯାତ୍ରା ସପକ୍ଷରେ ଅଛନ୍ତି। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି। କିନ୍ତୁ ରାଜ୍ୟ ସରକାର ଏଯାବତ କିଛି ସ୍ପଷ୍ଟ କରି ନ ଥିବାରୁ ବିରୋଧୀମାନେ ବି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଇତିମଧ୍ୟରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଦଇତାପତିଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି। ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି, ମୁଖ୍ୟ ପ୍ରଶାସକ ଆମ ସହିତ ଆଲୋଚନା ବେଳେ ତାଙ୍କ ଆଭିମୁଖ୍ୟରୁ ସରକାର ରଥଯାତ୍ରା କରିବା ଲାଗି ପ୍ରସ୍ତୁତ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟର ଚିଠା ମଧ୍ୟ ପ୍ରସ୍ତୁତ କରିସାରିଥିବା ଶୁଣିବାକୁ ମିଳୁଛି। ଏଥିରେ ଭୋର ୪ଟାରେ ପହଣ୍ଡି ଏବଂ ପୂର୍ବାହ୍ନ ୧୧ଟାରେ ରଥଟଣା ଯିବା ଲାଗି ଆପାତତଃ ସ୍ଥିର କରାଯାଇଛି। କିନ୍ତୁ ଏହି ଚିଠା ନୀତି ସବ୍ କମିଟି, ଛତିଶା ନିଯୋଗରେ ଆଲୋଚନା ପରେ ପରିଚାଳନା କମିଟି ବୈଠକରେ ଅନୁମୋଦନ ହେବାକୁ ଥିବାରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ଶୁକ୍ରବାର ପୁନଶ୍ଚ ବୈଠକ ବସିଛି। ପ୍ରଥମେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପୂଜାପଣ୍ଡା ନିଯୋଗ ଏବଂ ପରେ ପୁଷ୍ପାଳକ ନିଯୋଗ ସହ ଆଲୋଚନା କରିଥିଲେ। ରଥଯାତ୍ରା ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପନ୍ନ ହେବ ସେନେଇ ସମସ୍ତେ ଗୁରୁତ୍ୱ ଦେବାକୁ କହିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ବସିଥିଲା ରୁଦ୍ଧଦ୍ୱାର ବୈଠକ। ଏଥିରେ ଜିଲାପାଳ ବଲୱନ୍ତ ସିଂ, ଏସ୍ପି ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପରେ ମୁଖ୍ୟ ପ୍ରଶାସକ ମନ୍ଦିର ଭିତରକୁ ଯାଇ ଦଇତାପତି ସେବାୟତଙ୍କ ସହ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମସ୍ତଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ଖୁବଶୀଘ୍ର ସରକାର ରଥଯାତ୍ରା ସଂକ୍ରାନ୍ତରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
“ଆମ ଗାଁରେ ଆମ ସରକାର, ବିଦେଶୀ କମ୍ପାନୀ ନାହିଁ ଦରକାର”: ଖଣ୍ଡୁଆଲ ମାଳି ବଞ୍ଚାଇବାକୁ କୋରାପୁଟ-କଳାହାଣ୍ଡି ସୀମାନ୍ତରେ ବିଶାଳ ଗର୍ଜନ
ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଖଣ୍ଡୁଆଲ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ରରୁ ତୀବ୍ରତର…
ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…
ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…
କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍
ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…
ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…
ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…
୧୪ ଦିନର କସରତ ପରେ ସଫଳତା: କଣ୍ଟାବାଞ୍ଜିରୁ ହିଂସ୍ର ଭାଲୁକୁ କାବୁ କଲା ବନ ବିଭାଗ
ବଲାଙ୍ଗୀର,୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଗତ ଦୁଇ ସପ୍ତାହ ହେଲା ଆତଙ୍କ ଖେଳାଇଥିବା ଏକ ହିଂସ୍ର ଭାଲୁକୁ ଶେଷରେ ବନ ବିଭାଗ କାବୁ…
ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଜୁନାଗଡ଼ରେ ପୋଲିସ୍-ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ୧୫ କିଲୋ ବାସି ମିଠା ଜବତ, ମୋଟା ଜରିମାନା…
ଜୁନାଗଡ଼,୩।୧୧(ସୁନୀଲ କୁମାର ସିଂହ): ଆସନ୍ତା ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା, ନିରାପତ୍ତା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜୁନାଗଡ଼ ସହରର…
ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର
ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ବିଦ୍ୟାଳୟ ପରିସର ଓ…
ଡେରାବିଶ ବ୍ଲକ କ୍ୟାସିୟରଙ୍କ ୧.୦୬ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡିଟ୍
ଡେରାବିଶ,୩।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର କ୍ୟାସିୟର ଶଶିକାନ୍ତ ରଣାଙ୍କ ଦ୍ୱାରା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ବିଶାଳ…

