ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଯୁବ କଂଗ୍ରେସ

ପୁରୀ ଅଫିସ,୩୧ା୧୨: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ପୁରୀ ଲୋକସଭା ଯୁବ କଂଗ୍ରେସ। ଏ ସଂକ୍ରାନ୍ତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ପ୍ରତି ୩ ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଧନରତ୍ନ ତନଖି କରିବା ଏବଂ ପୂର୍ବ ବିବରଣୀ ସହିତ ମେଳକ କରିବା କଥା । କିନ୍ତୁ ଦୀର୍ଘବର୍ଷ ହେଲାଣି ଏହା ଖୋଲାଯାଇ ନ ଥିବାବେଳେ ରତ୍ନଭଣ୍ଡାର ଚାବି ହଜିବା ଏବଂ ପରେ ନାଟକୀୟ ଢଙ୍ଗରେ ନକଲି ଚାବି ମିଳିବା ଘଟଣା ଏହାକୁ ଅଧିକ ରହସ୍ୟମୟ କରିଛି । ସେହିପରି ଚାବି ହଜିବା ଘଟଣା ପାଇଁ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କଲେ । ଏ ବାବଦରେ ପ୍ରାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ରତ୍ନଭଣ୍ଡାର ଏବେ ଖୋଲାଯିବାର ପ୍ରସ୍ତାବ ନାହିଁ କହିବା ପରେ ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମନରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷାକୁ ନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି । ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ କହିଛନ୍ତି । ତେଣୁ ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର ତନଖି କରିବାକୁ ଯୁବ କଂଗ୍ରେସ ଦାବିପତ୍ରରେ ଉଲ୍ଲେଖ କରିଛି । ଏଥିସହ ଏମାର ମଠରୁ ମିଳିଥିବା ୫୧୨ ଖଣ୍ଡ ରୁପା ଇଟା ରତ୍ନଭଣ୍ଡାରରେ ରଖାଯିବା ସହିତ ଶ୍ରୀମନ୍ଦିରର ଆୟବ୍ୟୟର ପ୍ରତିବର୍ଷର ଅଡିଟ୍‌ କରାଯାଇ ସମସ୍ତ ତଥ୍ୟ ସାର୍ବଜନୀନ କରିବା ଦରକାର ବୋଲି ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ନଚେତ ଆଗାମୀ ଦିନରେ ରାଜ୍ୟ ସରକାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆକ୍ରୋଶର ଶିକାର ହେବେ ବୋଲି ଏଥିରେ ଚେତାବନୀ ଦିଆଯାଇଛି । ବିଶ୍ୱନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ବୀରେନ୍ଦ୍ର ଭୂଷଣ ହୋତା, ସୌରଭ ରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ବିଦ୍ୟୁତ୍‌ଲତା ଆଚାର୍ଯ୍ୟ, ଚେତନ ମିଶ୍ର, ଅମିୟ ମହାପାତ୍ର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri