Posted inଖେଳ

ରଣ୍‌ଜୀ ଟ୍ରଫି: ମିଲିନ୍ଦ କୁମାରଙ୍କ ଶତକ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ବର୍ଷା ଯୋଗୁ କ୍ରମାଗତ ୨ ଦିନ ଖେଳ ବାତିଲ ପରେ ରବିବାର ଅଗରତାଲାର ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଓଡ଼ିଶା-ତ୍ରିପୁରା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ଖେଳାଳି ଅଧିନାୟକ ମିଲିନ୍ଦ କୁମାରଙ୍କ ଶତକ, ମଣିଶଙ୍କର ମୁରା ସିଂ ଓ ସମ୍ରାଟ ସିଂଙ୍କ ଅର୍ଦ୍ଧଶତକ ବଳରେ ତ୍ରିପୁରା ୨୮୮/୬ରେ ଏହାର ପ୍ରଥମ ଇନିଂସ୍‌ ଘୋଷଣା କରିଛି। ତୃତୀୟ ଦିବସ ଖେଳ ଶେଷବେଳକୁ ଓଡ଼ିଶା କୌଣସି ଉଇକେଟ ନ ହରାଇ ୫ ରନ ସଂଗ୍ରହ କରିଛି। ଗୋବିନ୍ଦ ପୋଦ୍ଦାର ୪ ଓ ଶାନ୍ତନୁ ମିଶ୍ର ୧ ରନ୍‌ କରି ଅପରାଜିତ ରହିଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ପ୍ରଥମ ଇନିଂସ୍‌ ଅଗ୍ରଣୀ ପାଇଁ ଓଡ଼ିଶାକୁ ସୋମବାର ଅନ୍ତିମ ଦିବସରେ ୨୮୪ ରନ୍‌ ଆବଶ୍ୟକ ହେଉଛି।
ଟସ୍‌ ଜିତି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପେସ୍‌ ସେନ୍‌ସେଶନ ରାଜେଶ ମହାନ୍ତି ୨୭ ରନ୍‌ ମଧ୍ୟରେ ୨ଟି ଉଇକେଟ ନେଇ ତ୍ରିପୁରାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୪ ନମ୍ବର ଖେଳାଳି କମଲ ଦାସ ୨୦ ରନ୍‌ରେ ଆଉଟ ହୋଇଥିଲେ ହେଁ ସମ୍ରାଟ ଓ ମିଲିନ୍ଦ ସତର୍କତାର ସହ ବ୍ୟାଟିଂ କରି ଇନିଂସ୍‌ ସମ୍ଭାଳିଥିଲେ। ସମ୍ରାଟ୍‌ ୧୬୨ ବଲ୍‌ରୁ ୧୦ ଚୌକା ସହାୟତାରେ ୬୫ ରନ୍‌ କରି ବସନ୍ତ ମହାନ୍ତିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ମିଲିନ୍ଦ ପ୍ରଥମ ଶ୍ରେଣୀ କ୍ରିକେଟରେ ୯ମ ଶତକ ହାସଲ କରି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ରଜତ ଦେ ୪ ରନ୍‌ କରି ଆଉଟ ହୋଇଥିବାବେଳେ ଲୋୟର ଅର୍ଡରରେ ମଣିଶଙ୍କର ମୁରାସିଂ ୭୨ ରନ୍‌ କରି ତ୍ରିପୁରାକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ୮୨ତମ ଓଭରରେ ମଣିଶଙ୍କର ଆଉଟ ହେବାପରେ ମିଲିନ୍ଦ ଇନିଂସ ଘୋଷଣା କରିଥିଲେ। ମଣିଶଙ୍କର ୭୦ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହ ୭୨ ରନ୍‌ କରି ଆଉଟ ହୋଇଥିବାବେଳେ ମିଲିନ୍ଦ ୧୫୨ ବଲ୍‌ରୁ ୧୫ ଚୌକା ଓ ୨ ଛକା ସହାୟତାରେ ୧୦୫ ରନ୍‌ରେ ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୩ଟି ଏବଂ ବସନ୍ତ ମହାନ୍ତି, ପପୁ ରୟ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ତ୍ରିପୁରା ପ୍ରଥମ ଇନିଂସ୍‌: ୨୮୮/୬/ଘୋଷଣା(ମିଲିନ୍ଦ-୧୦୫*, ମଣିଶଙ୍କର-୭୨, ସମ୍ରାଟ୍‌-୬୫, ରାଜେଶ-୩/୭୮, ବସନ୍ତ-୧/୫୦, ପପୁ-୧/୫୧, ଗୋବିନ୍ଦ-୧/୩୯)। ଓଡ଼ିଶା ପ୍ରଥମ ଇନିଂସ: ୫/୦।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri