ରଣପଶି ରେଲ୍‌ଓ୍ବେ ଓଭରବ୍ରିଜ୍‌ରେ ଫାଟ: ଦୋଷ ଢାଙ୍କିବାକୁ ପିଚୁ ପ୍ୟାଚ୍‌

ଢେଙ୍କାନାଳ ଅଫିସ,୧୭ା୭-ଢେଙ୍କାନାଳ ସଦର ବ୍ଲକ ରଣପଶି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ରେଲୱେ ଓଭରବ୍ରିଜରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପଦାକୁ ଆସିବା ପରେ ଦୋଷ ଢାଙ୍କିବାକୁ ତରବରିଆ ଭାବେ ଫାଟ ସ୍ଥାନରେ ପିଚୁ ପ୍ୟାଚ୍‌ ପକାଯାଇଛି। ଅନ୍ୟପଟେ ବକେୟା ବିଲ୍‌ ପୈଠ କରାଯାଇ ନ ଥିବାରୁ ଏନ୍‌ଜେନ୍‌ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଛନ୍ତି। ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଥିବା ସତ୍ତ୍ୱେ ରାତିରେ ଅନ୍ଧକାରଚ୍ଛନ୍ନ ହୋଇପଡୁଥିବା ବ୍ରିଜ୍‌ ଅସାମାଜିକଙ୍କ ଆଡ୍ଡା ପାଲଟିଛି। ସମସ୍ୟାକୁ ଅଣଦେଖା କରି ପୂର୍ତ୍ତ ବିଭାଗ ଏବଂ ବ୍ଲକ ପ୍ରଶାସନ ପରସ୍ପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଥିବାବେଳେ ହୀନସ୍ତା ହେଉଛନ୍ତି ପଥଚାରୀ।
ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ରଣପଶିରେ ୨୦୧୯ ଫେବୃୟାରୀ ୨୪ରେ ଲୋକାର୍ପିତ ହୋଇଥିଲା ୮୩୭.୬୬ ମିଟର ଲମ୍ବ ଏବଂ ସାଢ଼େ ୧୦ମିଟର ପ୍ରସ୍ଥ ବିଶିଷ୍ଟ ରେଲ୍‌ଓ୍ବେ ଓଭର ବ୍ରିଜ୍‌। ରାଜ୍ୟ ସରକାର ଏବଂ ରେଲଓ୍ବେ ବିଭାଗର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ଉକ୍ତ ବ୍ରିଜ୍‌ରେ ଖର୍ଚ୍ଚ ହୋଇଥିଲା ୨୪ କୋଟି ଟଙ୍କା। ଉଦ୍‌ଘାଟନ ହେବାର ମାତ୍ର ୪ ମାସ ମଧ୍ୟରେ ବ୍ରିଜ୍‌ର ଦ୍ୱିତୀୟ ସ୍ପାନ ନିକଟରେ ଫାଟ ସୃଷ୍ଟି ହୋଇଛି। ବ୍ରିଜ ଉପରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକର ଚକ ଉକ୍ତ ଫାଟରେ ଖୁବ୍‌ ଜୋର୍‌ରେ ପିଟି ହେଉଥିଲା। ଏହା ଜଣାପଡ଼ିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତରବରିଆ ଭାବେ ସେଲମାର୍କ ପିଚୁ ପ୍ୟାଚ ପକାଯାଇଛି।
ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ରିଜର ଉଭୟ ପାର୍ଶ୍ୱରେ ଲାଇଟ୍‌ ଲଗାଯାଇଛି॥ ତେବେ ଉଦ୍‌ଘାଟନ ହେବା ପରଠାରୁ ଏ ଯାଏ ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦ ୪୦ ହଜାର ଟଙ୍କା ଦିଆଯାଇନାହିଁ। ତେଣୁ ଏନ୍‌ଜେନ୍‌ ପକ୍ଷରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ସଞ୍ଜ ହେଉ ହେଉ ବ୍ରିଜ୍‌ରେ ଅନ୍ଧାର ରାଜୁତି କରୁଛି। ପ୍ରଥମରେ ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ଗେଙ୍ଗୁଟିଆ ପଞ୍ଚାୟତକୁ ଦିଆଯାଇଥିବା କୁହାଯାଇଥିଲା। ହେଲେ ପୂର୍ତ୍ତ ବିଭାଗ ବର୍ତ୍ତମାନ ସୁଦ୍ଧା ଏହି ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିନାହିଁ। ତେଣୁ ପଞ୍ଚାୟତ କର୍ତ୍ତୃପକ୍ଷ ଏନ୍‌ଜେନ୍‌ ଉପଭୋକ୍ତା ହୋଇପାରିନାହାନ୍ତି। ଏପରି ସ୍ଥିତିରେ ବକେୟା ବିଦ୍ୟୁତ୍‌ ବିଲ୍‌ କିଏ ପ୍ରଦାନ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ଭିତରେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ ଦେୟ ପ୍ରଦାନ କରିବା ପାଇଁ ୨୦୧୯ ଜୁଲାଇ ୧୧ରେ ପତ୍ର ନଂ. ୩୫୮ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ମଙ୍ଗଳବାର (୧୬ତାରିଖ)ରେ ବ୍ଲକ କର୍ତ୍ତୃପକ୍ଷ ଉକ୍ତ ଚିଠି ପାଇଛନ୍ତି। ଏଥିସହ ଗେଙ୍ଗୁଟିଆ ପଞ୍ଚାୟତକୁ ତୁରନ୍ତ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ହସ୍ତାନ୍ତର କରିବାକୁ ପୂର୍ତ୍ତ ବିଭାଗକୁ ପାଲଟା ଚିଠି ଲେଖିଛନ୍ତି। ସହରରେ ଉଭୟ କାର୍ଯ୍ୟାଳୟ ଥିବା ସତ୍ତ୍ୱେ ଏଥିରୁ ଦୁଇ ବିଭାଗ ମଧ୍ୟରେ କେତେ ସମନ୍ବୟ ରହିଛି ତାହା ସ୍ପଷ୍ଟ ଅନୁମେୟ।
ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ସ୍ବାଇଁ କୁହନ୍ତି, ବ୍ରିଜ୍‌ରେ ଦ୍ୱିତୀୟ ସ୍ପାନ ପାଖରେ ୩ ଇଞ୍ଚର ଓୟାରିଂ କୋଟ୍‌ ଫାଟିଥିଲା। ଏକ ଜଏଣ୍ଟ ଆଙ୍ଗଲ ଛାଡ଼ିଯିବା ଯୋଗୁ ଗାଡ଼ିଗୁଡିକର ଚକା ପିଟି ହେଉଥିଲା। ଆଙ୍ଗଲକୁ ୱେଲଡିଂ କରିବାକୁ ପଡିବ। ଏବେ ପିଚୁ ପ୍ୟାଚ୍‌ ଦିଆଯାଇଛି। ଏଥିରେ କୌଣସି ବିପଦ ନାହିଁ। ଲାଇଟ୍‌ ବ୍ୟବସ୍ଥା ପାଇଁ ଗେଙ୍ଗୁଟିଆ ପଞ୍ଚାୟତକୁ ଉପଭୋକ୍ତା କରିବାକୁ ଜୁଲାଇ ୧୧ରୁ ବିଡିଓଙ୍କୁ ଚିଠି କରାଯାଇଛି। ସେ ୧୨ ତାରିଖରେ ଚିଠି ପାଇଥିବା ଜଣାପଡ଼ିଛି। ହେଲେ ମଙ୍ଗଳବାର ଚିଠି ପାଇଥିବା କହୁଛନ୍ତି। ପୂର୍ତ୍ତ ବିଭାଗ ମନ୍ତ୍ରୀ ମୌଖିକ ଭାବେ ଗେଙ୍ଗୁଟିଆ ପଞ୍ଚାୟତକୁ ଆଲୋକୀକରଣ ବ୍ୟବସ୍ଥାର ଉପଭୋକ୍ତା ହେବାକୁ କହିଦେଇଥିଲେ। ତଦନୁଯାୟୀ ଏହି କାର୍ଯ୍ୟ ହୋଇଯାଇଥିବ ବୋଲି ଭାବିଥିଲୁ କହି ସେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ଏ ନେଇ ସଦର ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ଝାଡେଶ୍ୱର ଦାସ କୁହନ୍ତି, ମଙ୍ଗଳବାର ଆମେ ଚିଠି ପାଇଛୁ। ଲାଇଟ୍‌ ରକ୍ଷଣାବେକ୍ଷଣା ବ୍ୟବସ୍ଥା ପୂର୍ତ୍ତ ବିଭାଗ ହସ୍ତାନ୍ତର କରିନାହିଁ। ଏଥିପାଇଁ ଚିଠି ଲେଖାଯାଇଛି। ଏନ୍‌ଜେନ୍‌ ଏସ୍‌ଡିଓ ବିବେକ ମହାପାତ୍ର କୁହନ୍ତି, ୪ମାସର ୪୦ହଜାର ଟଙ୍କା ବିଲ ବାକି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?