ରଣପଶି ରେଲ୍‌ଓ୍ବେ ଓଭରବ୍ରିଜ୍‌ରେ ଫାଟ: ଦୋଷ ଢାଙ୍କିବାକୁ ପିଚୁ ପ୍ୟାଚ୍‌

ଢେଙ୍କାନାଳ ଅଫିସ,୧୭ା୭-ଢେଙ୍କାନାଳ ସଦର ବ୍ଲକ ରଣପଶି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ରେଲୱେ ଓଭରବ୍ରିଜରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପଦାକୁ ଆସିବା ପରେ ଦୋଷ ଢାଙ୍କିବାକୁ ତରବରିଆ ଭାବେ ଫାଟ ସ୍ଥାନରେ ପିଚୁ ପ୍ୟାଚ୍‌ ପକାଯାଇଛି। ଅନ୍ୟପଟେ ବକେୟା ବିଲ୍‌ ପୈଠ କରାଯାଇ ନ ଥିବାରୁ ଏନ୍‌ଜେନ୍‌ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଛନ୍ତି। ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ଥିବା ସତ୍ତ୍ୱେ ରାତିରେ ଅନ୍ଧକାରଚ୍ଛନ୍ନ ହୋଇପଡୁଥିବା ବ୍ରିଜ୍‌ ଅସାମାଜିକଙ୍କ ଆଡ୍ଡା ପାଲଟିଛି। ସମସ୍ୟାକୁ ଅଣଦେଖା କରି ପୂର୍ତ୍ତ ବିଭାଗ ଏବଂ ବ୍ଲକ ପ୍ରଶାସନ ପରସ୍ପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଥିବାବେଳେ ହୀନସ୍ତା ହେଉଛନ୍ତି ପଥଚାରୀ।
ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ରଣପଶିରେ ୨୦୧୯ ଫେବୃୟାରୀ ୨୪ରେ ଲୋକାର୍ପିତ ହୋଇଥିଲା ୮୩୭.୬୬ ମିଟର ଲମ୍ବ ଏବଂ ସାଢ଼େ ୧୦ମିଟର ପ୍ରସ୍ଥ ବିଶିଷ୍ଟ ରେଲ୍‌ଓ୍ବେ ଓଭର ବ୍ରିଜ୍‌। ରାଜ୍ୟ ସରକାର ଏବଂ ରେଲଓ୍ବେ ବିଭାଗର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ଉକ୍ତ ବ୍ରିଜ୍‌ରେ ଖର୍ଚ୍ଚ ହୋଇଥିଲା ୨୪ କୋଟି ଟଙ୍କା। ଉଦ୍‌ଘାଟନ ହେବାର ମାତ୍ର ୪ ମାସ ମଧ୍ୟରେ ବ୍ରିଜ୍‌ର ଦ୍ୱିତୀୟ ସ୍ପାନ ନିକଟରେ ଫାଟ ସୃଷ୍ଟି ହୋଇଛି। ବ୍ରିଜ ଉପରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକର ଚକ ଉକ୍ତ ଫାଟରେ ଖୁବ୍‌ ଜୋର୍‌ରେ ପିଟି ହେଉଥିଲା। ଏହା ଜଣାପଡ଼ିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତରବରିଆ ଭାବେ ସେଲମାର୍କ ପିଚୁ ପ୍ୟାଚ ପକାଯାଇଛି।
ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ରିଜର ଉଭୟ ପାର୍ଶ୍ୱରେ ଲାଇଟ୍‌ ଲଗାଯାଇଛି॥ ତେବେ ଉଦ୍‌ଘାଟନ ହେବା ପରଠାରୁ ଏ ଯାଏ ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦ ୪୦ ହଜାର ଟଙ୍କା ଦିଆଯାଇନାହିଁ। ତେଣୁ ଏନ୍‌ଜେନ୍‌ ପକ୍ଷରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ସଞ୍ଜ ହେଉ ହେଉ ବ୍ରିଜ୍‌ରେ ଅନ୍ଧାର ରାଜୁତି କରୁଛି। ପ୍ରଥମରେ ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ଗେଙ୍ଗୁଟିଆ ପଞ୍ଚାୟତକୁ ଦିଆଯାଇଥିବା କୁହାଯାଇଥିଲା। ହେଲେ ପୂର୍ତ୍ତ ବିଭାଗ ବର୍ତ୍ତମାନ ସୁଦ୍ଧା ଏହି ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିନାହିଁ। ତେଣୁ ପଞ୍ଚାୟତ କର୍ତ୍ତୃପକ୍ଷ ଏନ୍‌ଜେନ୍‌ ଉପଭୋକ୍ତା ହୋଇପାରିନାହାନ୍ତି। ଏପରି ସ୍ଥିତିରେ ବକେୟା ବିଦ୍ୟୁତ୍‌ ବିଲ୍‌ କିଏ ପ୍ରଦାନ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ଭିତରେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ ଦେୟ ପ୍ରଦାନ କରିବା ପାଇଁ ୨୦୧୯ ଜୁଲାଇ ୧୧ରେ ପତ୍ର ନଂ. ୩୫୮ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ମଙ୍ଗଳବାର (୧୬ତାରିଖ)ରେ ବ୍ଲକ କର୍ତ୍ତୃପକ୍ଷ ଉକ୍ତ ଚିଠି ପାଇଛନ୍ତି। ଏଥିସହ ଗେଙ୍ଗୁଟିଆ ପଞ୍ଚାୟତକୁ ତୁରନ୍ତ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ହସ୍ତାନ୍ତର କରିବାକୁ ପୂର୍ତ୍ତ ବିଭାଗକୁ ପାଲଟା ଚିଠି ଲେଖିଛନ୍ତି। ସହରରେ ଉଭୟ କାର୍ଯ୍ୟାଳୟ ଥିବା ସତ୍ତ୍ୱେ ଏଥିରୁ ଦୁଇ ବିଭାଗ ମଧ୍ୟରେ କେତେ ସମନ୍ବୟ ରହିଛି ତାହା ସ୍ପଷ୍ଟ ଅନୁମେୟ।
ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ସ୍ବାଇଁ କୁହନ୍ତି, ବ୍ରିଜ୍‌ରେ ଦ୍ୱିତୀୟ ସ୍ପାନ ପାଖରେ ୩ ଇଞ୍ଚର ଓୟାରିଂ କୋଟ୍‌ ଫାଟିଥିଲା। ଏକ ଜଏଣ୍ଟ ଆଙ୍ଗଲ ଛାଡ଼ିଯିବା ଯୋଗୁ ଗାଡ଼ିଗୁଡିକର ଚକା ପିଟି ହେଉଥିଲା। ଆଙ୍ଗଲକୁ ୱେଲଡିଂ କରିବାକୁ ପଡିବ। ଏବେ ପିଚୁ ପ୍ୟାଚ୍‌ ଦିଆଯାଇଛି। ଏଥିରେ କୌଣସି ବିପଦ ନାହିଁ। ଲାଇଟ୍‌ ବ୍ୟବସ୍ଥା ପାଇଁ ଗେଙ୍ଗୁଟିଆ ପଞ୍ଚାୟତକୁ ଉପଭୋକ୍ତା କରିବାକୁ ଜୁଲାଇ ୧୧ରୁ ବିଡିଓଙ୍କୁ ଚିଠି କରାଯାଇଛି। ସେ ୧୨ ତାରିଖରେ ଚିଠି ପାଇଥିବା ଜଣାପଡ଼ିଛି। ହେଲେ ମଙ୍ଗଳବାର ଚିଠି ପାଇଥିବା କହୁଛନ୍ତି। ପୂର୍ତ୍ତ ବିଭାଗ ମନ୍ତ୍ରୀ ମୌଖିକ ଭାବେ ଗେଙ୍ଗୁଟିଆ ପଞ୍ଚାୟତକୁ ଆଲୋକୀକରଣ ବ୍ୟବସ୍ଥାର ଉପଭୋକ୍ତା ହେବାକୁ କହିଦେଇଥିଲେ। ତଦନୁଯାୟୀ ଏହି କାର୍ଯ୍ୟ ହୋଇଯାଇଥିବ ବୋଲି ଭାବିଥିଲୁ କହି ସେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ଏ ନେଇ ସଦର ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ଝାଡେଶ୍ୱର ଦାସ କୁହନ୍ତି, ମଙ୍ଗଳବାର ଆମେ ଚିଠି ପାଇଛୁ। ଲାଇଟ୍‌ ରକ୍ଷଣାବେକ୍ଷଣା ବ୍ୟବସ୍ଥା ପୂର୍ତ୍ତ ବିଭାଗ ହସ୍ତାନ୍ତର କରିନାହିଁ। ଏଥିପାଇଁ ଚିଠି ଲେଖାଯାଇଛି। ଏନ୍‌ଜେନ୍‌ ଏସ୍‌ଡିଓ ବିବେକ ମହାପାତ୍ର କୁହନ୍ତି, ୪ମାସର ୪୦ହଜାର ଟଙ୍କା ବିଲ ବାକି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri