Posted inଖେଳ

ରଣଜୀ ଟ୍ରଫି: ରୋମାଞ୍ଚକ ସ୍ଥିତିରେ ଓଡ଼ିଶା-ହରିୟାଣା ମ୍ୟାଚ୍‌

କଟକ ଅଫିସ,୧୩ା୧-  ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିୟାଣା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଦ୍ୱିତୀୟ ଦିବସରେ ଘରୋଇ ହରିୟାଣା ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଭ୍ରମଣକାରୀ ଓଡ଼ିଶାକୁ ପ୍ରଥମ ଇନିଂସରେ ୧୬୦ରନରେ ସୀମିତ ରଖିବା ପରେ ହରିୟାଣା ଦ୍ୱିତୀୟ ଇନିଂସ ଆରମ୍ଭ କରି ୫ ଉଇକେଟ ବିନିମୟରେ ୨୧୮ରନ କରିଛି। ଫଳରେ ପ୍ରଥମ ଇନିଂସରେ ମାତ୍ର ୯୦ରନରେ ଅଲଆଉଟ ହୋଇଥିବା ହରିୟାଣା ମୋଟ୍‌ ୧୪୮ରନର ଅଗ୍ରଣୀ ନେଇଛି। ହାତରେ ୫ ଉଇକେଟ ବାକି ରହିଛି। ତେବେ ଅବଶିଷ୍ଟ ୫ ଉଇକେଟ ଅଳ୍ପ ରନ ବ୍ୟବଧାନରେ ଦଖଲ କରି ଓଡ଼ିଶା ଟୁର୍ନାମେଣ୍ଟରେ ୪ର୍ଥ ବିଜୟ ଲକ୍ଷ୍ୟରେ ରହିଛି।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୫ ଉଇକେଟ ହରାଇ ୧୪୧ରନ କରିଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହେବା ପରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ୫ମ ଓ ୬ଷ୍ଠ ଉଇକେଟରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ସୃଷ୍ଟି କରି ଦଳକୁ ଅଗ୍ରଣୀ କରାଇଥିଲେ। ବିପ୍ଳବ ୪୫ରନରେ ଓ ଉଇକେଟ କିପର ସୁଜିତ ଲେଙ୍କା ୨୧ରନରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସର ପ୍ରଥମ ସେସନ୍‌ରେ ଅପ୍ରତ୍ୟାଶିତଭାବେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋରରେ ମାତ୍ର ୧୯ରନ ଯୋଡ଼ି ଦଳ ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ସୁଜିତ ୨୬ରନରେ ଆଉଟ ହୋଇଥିଲେ। ବାମହାତୀ ଅର୍ଥୋଡକ୍ସ ଟିନୁ କୁଣ୍ଡୁ ହରିୟାଣାକୁ ଏହି ବ୍ରେକଥ୍ରୁ ଦେଇଥିଲେ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ୦, ରାଜେଶ ମହାନ୍ତି ୬ ଓ ବସନ୍ତ ମହାନ୍ତି ୦ରେ ଟିନୁଙ୍କ ଶିକାର ହୋଇଥିଲେ। ୧୧୬ବଲରୁ ୫୨ରନ କରିଥିବା ବିପ୍ଳବଙ୍କୁ ହରିୟାଣା ଅଧିନାୟକ ହର୍ଷଲ ପଟେଲ ଏଲବିଡବ୍ଲ୍ୟୁ କରି ଓଡ଼ିଶା ଇନିଂସର ସମାପ୍ତି ଘଟାଇଥିଲେ। ଟିନୁ ସର୍ବାଧିକ ୫ଟି ଉଇକେଟ ଅକ୍ତିଆର କରିଥିବା ବେଳେ ହର୍ଷଲ ୩ଟି, ଆଶିଷ ହୁଦା ଓ ଅଜିତ ଚହଲଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସରେ ଓଡ଼ିଶା ମୋଟ୍‌ ୭୦ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ହରିୟାଣା ଦଳ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ବିନା ଉଇକେଟରେ ୬୫ରନ ସଂଗ୍ରହ କରିଥିଲା। ଓପନର ଶୁଭମ ରୋହିଲା ଓ ଅଙ୍କିତ କୁମାର ୨୮ରନ ଲେଖାଏ କରିଥିଲେ। ଏହି ଦୁଇ ଖେଳାଳି ଓପନିଂ ଭାଗିଦାରୀରେ ୧୦୧ରନ ଯୋଡ଼ିବା ଫଳରେ ଓଡ଼ିଶା ଉପରେ ଚାପ ପଡ଼ିଥିଲା। ଅଙ୍କିତ କୁମାରଙ୍କୁ ୪୬ରନରେ ରାଜେଶ ଧୂପର ରନଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଶୁଭମ ୪୮ରନରେ ଓ ଉଇକେଟ କିପର ନିତିନ ସଇନି ୬ରନରେ ରାଜେଶ ମହାନ୍ତିଙ୍କ ଦ୍ୱାରା ଆଉଟ ହୋଇଥିଲେ। ମଧ୍ୟକ୍ରମର ଖେଳାଳି ଶିବମ ଚୌହ୍ବାନ ୧୩, ହିମାଂଶୁ ରାଣା ୪୦ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ପ୍ରମୋଦ ଚଣ୍ଡିଲା ୨୪ ଓ ଅଧିନାୟକ ହର୍ଷଲ ୨୫ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri