Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା ବନାମ ଝାଡ଼ଖଣ୍ଡ: ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ

କଟକ ଅଫିସ,୧୫ା୨-
ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସ ୪୩୬ରନ ଜବାବରେ ଶୁକ୍ରବାର ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୯ ଉଇକେଟ ହରାଇ ୩୫୫ ରନ କରିଛି। ଝାଡ଼ଖଣ୍ଡ ୮୧ରନ ପଛରେ ଥିବା ବେଳେ ଓଡ଼ିଶା ଇନିଂସ ଅଗ୍ରଣୀଠାରୁ ମାତ୍ର ଗୋଟିଏ ଉଇକେଟ ଦୂରରେ ଅଛି। ଶନିବାର ତଥା ଅନ୍ତିମ ଦିବସରେ ମ୍ୟାଚରୁ ଫଳାଫଳ ବାହାରିବା କଷ୍ଟସାଧ୍ୟ। ତେଣୁ ମ୍ୟାଚ ଡ୍ର ଅଭିମୁଖେ ଗତି କରୁଛି ବୋଲି କୁହାଯାଇପାରିବ। ତେଣୁ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ ପାଇଁ ବିଜୟ ଲକ୍ଷ୍ୟରେ ଥିବା ଓଡ଼ିଶାକୁ କେବଳ ଡ୍ରରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ତେବେ ମୂଲ୍ୟବାନ ପ୍ରଥମ ଇନିଂସ ଅଗ୍ରଣୀ ପାଇଁ ଓଡ଼ିଶା ନିକଟରେ ଭଲ ସୁଯୋଗ ରହିଛି।
ଓଡ଼ିଶା ୪୩୬ ରନରେ ଅଲଆଉଟ ହେବା ପରେ ଝାଡ଼ଖଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ଗୁରୁବାର ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୭୧ରନ କରିଥିଲା। କୁମାର ସୂରଜ ୪୨ ଓ ଉତ୍କର୍ଷ ସିଂ ୧୦ରନରେ ଅପରାଜିତ ଥିଲେ। ଶୁକ୍ରବାର ଖେଳ ଆରମ୍ଭର ୫ମ ଓଭରରେ ଉତ୍କର୍ଷ ୧୫ରନ କରିଥିବା ବେଳେ ରନଆଉଟ ହୋଇଥିଲେ। ଅଧିନାୟକ ସୌରଭ ତିୱାରୀ ଓ କୁମାର ସୂରଜଙ୍କ ମଧ୍ୟରେ ୭୯ରନର ଭାଗୀଦାରି ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ୭୮ ବଲରୁ ଅର୍ଦ୍ଧଶତକ ଓ ୧୩୦ ବଲରୁ ସୂରଜ ଶତକ ହାସଲ କରିଥିଲେ। ଅଧିନାୟକ ସୌରଭ ଧିମାଗତିରେ ରନ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ୧୩୭ ବଲରୁ ୧୦୭ ରନ କରିଥିବା ବେଳେ ସୂରଜଙ୍କୁ ଗୋବିନ୍ଦ ପୋଦ୍ଦାର କ୍ଲିନବୋଲ୍ଡ କରି ଦଳକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ପରେ ୮୪ ବଲରୁ ୨୧ରନ କରିଥିବା ସୌରଭ ଦେବବ୍ରତ ପ୍ରଧାନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୧୩ରନ ବ୍ୟବଧାନରେ ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ୧୮୩ ରନରେ ଦଳ ୫ଟି ଉଇକେଟ ହରାଇଥିଲା। ବ୍ୟାଟିଂ କ୍ରମ ୬ନଂରେ କ୍ରିଜକୁ ଆସିଥିବା ବାମହାତୀ ବ୍ୟାଟ୍ସମ୍ୟାନ ବିରାଟ ସିଂଙ୍କ ବ୍ୟାଟ୍‌ରୁ ବଡ଼ ଶଟ୍‌ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ଉଇକେଟ କିପର ଇଶାନ କିଶାନ ୧୩, ସାହିଲ ରାଜ ୩୦ ଓ ଆଶିଷ କୁମାର ୪ରନରେ ଆଉଟ ହୋଇଥିଲେ। ୧୦ ଚୌକା ଓ ୩ ଛକା ବଳରେ ୮୩ରନ କରି ବିରାଟ ୯ମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଛନ୍ତି। ଅନ୍ତିମ ଉଇକେଟ ଯୋଡ଼ିରେ ରାହୁଲ ଶୁକ୍ଳା ଓ ଅଜୟ ଯାଦବ ୪୯ରନର ଅପରାଜିତ ଭାଗୀଦାରି ସୃଷ୍ଟି କରିଛନ୍ତି। ଏହି ଦୁଇ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଶୁକ୍ରବାର ଖେଳର ଅନ୍ତିମ ସେସନ୍‌ରେ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଉଭୟ ସତର୍କତାର ସହ ୧୪ ଓଭର ବ୍ୟାଟିଂ କରିଛନ୍ତି। ରାହୁଲ ୨୫ ଓ ଅଜୟ ୨୧ ରନରେ ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ୨ଟି ଲେଖାଏ ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ(ଦେବାଶିଷ ସାମନ୍ତରାୟ-୧୫୬, ବିପ୍ଳବ ସାମନ୍ତରାୟ-୭୪, ଅନୁରାଗ ଷଡ଼ଙ୍ଗୀ-୬୫, ଗୋବିନ୍ଦ ପୋଦ୍ଦାର-୩୧, ଦେବବ୍ରତ ପ୍ରଧାନ-୨୬, ଆଶୁଷ କୁମାର-୬/୭୯, ଅଜୟ ଯାଦବ-୧/୯୨, ରାହୁଲ ଶୁକ୍ଳା-୧/୧୦୧, ସାହିଲ ରାଜ-୧/୪୭, ଉତ୍କର୍ଷ ସିଂ-୧/୧୦୯)।
ଝାଡ଼ଖଣ୍ଡ ପ୍ରଥମ ଇନିଂସ: ୩୫୫/୯(କୁମାର ସୂରଜ-୧୦୭, ବିରାଟ ସିଂ-୮୩, ସାହିଲ ରାଜ-୩୦, ରାହୁଲ ଶୁକ୍ଳା-୨୫*, ଅଜୟ ଯାଦବ-୨୧*, ସୂର୍ଯ୍ୟକାନ୍ତ ପ୍ରଧାନ-୩/୮୬, ବସନ୍ତ ମହାନ୍ତି-୨/୫୨, ଦେବବ୍ରତ ପ୍ରଧାନ-୨/୮୫, ଗୋବିନ୍ଦ ପୋଦ୍ଦାର-୧/୮୦)।

କ୍ବାର୍ଟର ଦୌଡ଼ରେ…
ଚଳିତ ସିଜନରେ ଓଡ଼ିଶା କ୍ବାର୍ଟର ଫାଇନାଲର ନିକଟତର ହୋଇଛି। ୨ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶା କ୍ବାର୍ଟରରେ ପ୍ରବେଶ କରିବାର ସୁଯୋଗ ରହିଛି। ତେବେ ଏଲିଟ୍‌ ଗ୍ରୁପ-ସିରୁ ୩ଟି ଦଳ କ୍ବାର୍ଟର ଫାଇନାଲ ପାଇଁ ପ୍ରମୁଖ ଆଶାୟୀ ରହିଛନ୍ତି। ଏହି ୩ ଦଳ ହେଲେ ଜମ୍ମୁ-କଶ୍ମୀର, ଓଡ଼ିଶା ଓ ସର୍ଭିସେସ୍‌। ୨ ଦଳକୁ ମିଳିବ କ୍ବାର୍ଟର ଫାଇନାଲ ଟିକେଟ୍‌। ୩ଟି ଯାକ ଦଳ ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଖେଳୁଥିବା ବେଳେ ଅଧିକ ପଏଣ୍ଟ ପାଇବାକୁ ନେଇ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। କୌଣସି ବି ଦଳ ନିର୍ଣ୍ଣାୟକ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିପାରିନାହାନ୍ତି। ୮ଟି ମ୍ୟାଚ୍‌ରୁ ୩୫ ପଏଣ୍ଟ ହାସଲ କରି ଓଡ଼ିଶା ଏଲିଟ ଗ୍ରୁପ-ସିର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‌ରୁ ୩୯ ପଏଣ୍ଟ ହାସଲ କରି ଜମ୍ମୁ-କଶ୍ମୀର ଶୀର୍ଷରେ ଥିବା ବେଳେ ୩୩ ପଏଣ୍ଟ ପାଇ ସର୍ଭିସେସ୍‌ ୩ୟ ସ୍ଥାନରେ ରହିଛି। ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ ଡ୍ର ହେବ ବୋଲି ଆଶା କରାଯାଉଛି। ଆଉ ଗୋଟିଏ ଦିନର ଖେଳ ବାକିଥିବା ବେଳେ କୌଣସି ଦଳ ବିଜୟୀ ହେବାର ଚିତ୍ର ସ୍ପଷ୍ଟ ହେଉନି। ସେହିପରି ଜମ୍ମୁଠାରେ ଚାଲିଥିବା ଜମ୍ମୁ-କଶ୍ମୀର ଓ ହରିୟାଣା ମ୍ୟାଚ୍‌ ରେ ଉଭୟ ଦଳ ପାଇଁ ରହିଛି ବିଜୟ ସୁଯୋଗ। ହାତରେ ୫ ଉଇକେଟ ଥିବାବେଳେ ହରିୟାଣା ଚତୁର୍ଥ ଦିବସରେ ବିଜୟ ନିମନ୍ତେ ୧୨୧ରନ ଆବଶ୍ୟକ କରୁଛି। ଜମ୍ମୁ-କଶ୍ମୀର ମଧ୍ୟ ବିଜୟ ପଏଣ୍ଟ ହାସଲ କରି ଏକତରଫା ଭାବେ କ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରିବ ବୋଲି କହିବା ସମ୍ଭବ ନୁହେଁ। କ୍ବାର୍ଟରର ଅନ୍ୟ ଏକ ଆଶାୟୀ ସର୍ଭିସେସ୍‌ ଦଳ ରାୟପୁରଠାରେ ଘରୋଇ ଛତିଶଗଡ଼ ବିପକ୍ଷରେ ମ୍ୟାଚ୍‌ ଖେଳୁଛି। ଛତିଶଗଡ଼ ଦ୍ୱିତୀୟ ଇନିଂସରେ ୧ ଉଇକେଟ ବିନିମୟରେ ୩୨୫ ରନ କରିବା ସହ ୧୦୬ ରନର ଅଗ୍ରଣୀ ହାସଲ କରିଛି। ଏଣୁ ଉକ୍ତ ମ୍ୟାଚ୍‌ର ଫଳାଫଳ ମଧ୍ୟ ନିର୍ଣ୍ଣୟ ହେବା କଷ୍ଟକର ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri