ରକ୍ତ ଅଭାବ ଦୂର ପାଇଁ ଆଗକୁ ଆସିଲେଣି ବିଭିନ୍ନ ସଂଗଠନ

ବ୍ରହ୍ମପୁର ଅଫିସ୍‌,୨୭ା୪-  ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ରକ୍ତ ସଂଗ୍ରହ ବହୁ ପରିମାଣରେ କମିଯାଇଛି। ଆବଶ୍ୟକ ଅନୁଯାୟୀ ରକ୍ତ ସଂଗ୍ରହ ହୋଇପାରୁନି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ରକ୍ତ ମିଳିପାରୁନି। ଏହି ଅଭାବ ଦୂର କରିବା ପାଇଁ ଏବେ ବିଭିନ୍ନ ସଂଗଠନ ଆଗକୁ ଆସୁଛନ୍ତି। ଶୁକ୍ରବାର ଅଶୋକନଗର ଯୁବକ ସଂଘ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଶିବିରରେ ମୋଟ ୨୩୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଛାତ୍ର, ସାମାଜିକ କର୍ମୀ, ଅଞ୍ଚଳବାସୀ ଏବଂ ସଂଘ କର୍ମକର୍ତ୍ତାମାନେ ରକ୍ତଦାନ କରିଛନ୍ତି।  କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ୁଛି। ଖରାଦିନେ ରକ୍ତଦାନ କଲେ ଦୁର୍ବଳ ଲାଗିବ ବୋଲି ଏକ ଭୁଲ ଧାରଣା ରହିଥିବା ବେଳେ ଯୁବକ ସଂଘର ଶିବିର ଆୟୋଜନକୁ   ସବୁ ମହଳଷର ପ୍ରଶଂସା ମିଳୁଛି। ଅନ୍ୟାନ୍ୟ ସାମାଜିକ ସଂଗଠନ ମଧ୍ୟ ଏଭଳି ଜଟିଳ ସ୍ଥିତିରେ ରକ୍ତଦାନ ଶିବିର ଆୟୋଜନ କରନ୍ତୁ ବୋଲି ସଂଘ ତରଫରୁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିବିର ଚାଲିଥିଲା। ପୂର୍ବତନ କର୍ପୋରେଟର୍‌ ସୁରେନ୍ଦ୍ର କୁମାର ମହାରଣା ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ଏ.ସନ୍ତୋଷ ପାତ୍ର, ଉପସଭାପତି କାଳୁ ମହାରଣା, ସାଧାରଣ ସଂପାଦକ ଜି.ନରେଶ ପାତ୍ର, ବ୍ରହ୍ମପୁର ପାଇକାରୀ ଭଣ୍ଡାର ସଭାପତି ସୁଧିର କୁମାର ରାଉତ, ଏ.ଶିବରାମ ପାତ୍ର, ଶିବରାମ ପାଢ଼ୀ, ପ୍ରଭୁ କଲ୍ୟାଣ ପଣ୍ଡା, ଦଣ୍ଡ ପାଳ, କିରଣ ସାହୁ, ଜିତୁ ପଣ୍ଡା, ବିକ୍ରମ ଜେନା, ବିକାଶ ନାୟକ, ରୋହନ୍‌, କେଦାର ସାହୁ, ରିତିକ, ଶାଶ୍ୱତ ଗୌଡ଼, ବାପୁନି ଦଳବେହେରା ଏବଂ ପିଣ୍ଟୁ ଦୋରା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ରକ୍ତ ଭଣ୍ଡାରର ଡା. ସୁଶ୍ମିତା ବେହେରା, ଜେ.କେ ପଣ୍ଡା, ପି.କେ ବେହେରା, ଏସ୍‌.କେ  ପାଣିଗ୍ରାହୀ, ସିଏସ୍‌ ଗୌଡ଼, ଡି.କେ ରେଡ୍ଡୀ, ଆର୍‌ଏଚ୍‌ ପଣ୍ଡା, ବି.କେ ବ୍ରହ୍ମା, ଲକ୍ଷ୍ମଣ ବେହେରା ଏବଂ ଡି.ବି. କାର୍କେ ରକ୍ତ ସଂଗ୍ରହ କରିଥିଲେ।  ସଭାପତି ଏ. ସନ୍ତୋଷ ପାତ୍ର  କହିଛନ୍ତି, ଖରାଦିନେ ଲୋକେ ରକ୍ତ ଦେବାକୁ ଭୟ କରୁଛନ୍ତି। ତେଣୁ ରକ୍ତ ଭଣ୍ଡାରରେ ଷ୍ଟକ୍‌ ରହୁନି। ରୋଗୀଙ୍କ ଚିକିତ୍ସାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ବିଭିନ୍ନ ଗ୍ରାମରୁ ବଡ଼ ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଅଧିକ ହଇରାଣ ହେଉଛନ୍ତି।

ଏହି ସମସ୍ୟା ଦୂର ପାଇଁ ସଂଘ ପକ୍ଷରୁ ଶିବିର ଆୟୋଜନ କରାଯାଇଛି।  ସୂଚନାଯୋଗ୍ୟ, ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶ ପରେ ବିଭିନ୍ନ ସଂଗଠନ ତରଫରୁ ଶିବିର ଆୟୋଜନ କରାଯାଉଛି। ଗତ ୨୨ତାରିଖ ପରଠୁ ପୋଚଲିମା ନିରାଙ୍କାରୀ ମିଶନ ପକ୍ଷରୁ ୭୨ୟୁନିଟ୍‌, ସାବୁଳିଆ ସତ୍ୟସାଇ ସେବା ସମିତି ତରଫରୁ ୫୪ ୟୁନିଟ୍‌ ଏବଂ ଆସିକା ସତ୍ୟସାଇ ସେବା ସମିତି ପକ୍ଷରୁ ୨୧ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଗତ ବର୍ଷ ଖରାଦିନେ ଏଭଳି ରକ୍ତ ଅଭାବ ପରିସ୍ଥିତି  ସୃଷ୍ଟି ହୋଇଥିଲା। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଏକ ଶିବିର ଆୟୋଜନ କରାଯାଇ ୧୪୪ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri