ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣା: ପରକୀୟା ପ୍ରୀତିରୁ ସ୍ତ୍ରୀ ଦ୍ୱାରା ଡାକି ହତ୍ୟା

ସୋରଡା,୨ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡ଼ଗଡ଼ ଥାନା ଏକଲପୁର ଗ୍ରାମ ନିକଟ କେଶବ ତୋଟା ପାଖ ବିଲମାଳରୁ ବୋରସିଂର ନୀଳାଞ୍ଚଳ ପ୍ରଧାନ (୨୩)ଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଥିଲା। ମୃତଦେହର ଗଣ୍ଡି ଧାନ ବିଲରୁ ଓ ୫୦ ଫୁଟ ଦୂର ବୁଦା ମୂଳରୁ ମୁଣ୍ଡ ମିଳିଥିଲା। ନୀଳାଞ୍ଚଳ ଦାଦା ଭାସ୍କରଙ୍କ ଏତଲାକ୍ରମେ ହତ୍ୟା ମାମଲା (ନଂ.୨୧୦/୨୦) ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏକଲପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ଶିବ ଗୌଡ, ତାଙ୍କ ସ୍ତ୍ରୀ ଆରତି ଗୌଡ ଓ ଶିବଙ୍କ ଭିଣୋଇ ଅରଖଡିହ ଗ୍ରାମର ଶିବ ଗୌଡ ବୋଲି ବଡ଼ଗଡ଼ ଥାନା ପରିସରରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ୨ ବର୍ଷ ତଳେ ଶିବ ବୋରସିଂର ଆରତୀଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ନୀଳାଞ୍ଚଳଙ୍କ ସହ ଆରତୀଙ୍କର ସମ୍ପର୍କ ଥିଲା। ଏକଥା ଶିବ ଜାଣିବା ପରେ ବହୁବାର ସ୍ତ୍ରୀଙ୍କୁ ଏଥିରୁ ନିବୃତ ରହିବାକୁ କହୁଥିଲେ, ମାତ୍ର ସେ ମାନୁ ନ ଥିଲେ। ଗତ ମାସ ୨୯ ତାରିଖରେ ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନୀଳାଞ୍ଚଳଙ୍କୁ ଫୋନ୍‌ କରି ଡାକିବାକୁ ଶିବ ଆରତୀଙ୍କୁ ବାଧ୍ୟ କରିଥିଲେ। ସେ ଫୋନ୍‌ କରି ଡାକିବାରୁ ୨୯ ତାରିଖ (ବୁଧବାର) ରାତିରେ ନୀଳାଞ୍ଚଳ ବାଇକ ଯୋଗେ ଏକଲପୁର ଯାଇଥିଲା। ଗଁା ପୂର୍ବରୁ କେଶବ ତୋଟା ନିକଟରେ ଶିବ, ସ୍ତ୍ରୀ ଆରତି ଓ ଭିଣୋଇ ଅରଖଡିହର ଶିବ ଜଗି ରହିଥିଲେ। ନୀଳାଞ୍ଚଳ ସେଠାରେ ପହଞ୍ଚତ୍ବା ପରେ ଶିବ ଏକ କାତିରେ ତାଙ୍କ ବେକକୁ ଚୋଟ ପକାଇଥିଲେ। ମୁଣ୍ଡକୁ ଶରୀରରୁ ଅଲଗା କରି ବୁଦା ମୂଳକୁ ଫିଙ୍ଗି ଦେବା ସହ ଗଣ୍ଡିକୁ ଧାନ ବିଲରେ ପକାଇ ଦେଇଥିଲେ। ପରେ ୩ ଜଣ ଯାକ ଗ୍ରାମ ନିକଟ ଜଙ୍ଗଲରେ ଯାଇ ଲୁଚିଥିଲେ। ମୃତଦେହ ଉଦ୍ଧାର ପରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରତାପ କୁମାର ତ୍ରିପାଠୀ, ଏସ୍‌ଆଇ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ନେଇ ଗଠିତ ଟିମ୍‌ ତଲାସି ଆରମ୍ଭ କରିଥିଲେ। ସୂଚନା ପାଇ ଶନିବାର ରାତିରେ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଧରିଥିଲେ। ମୁଖ୍ୟ ଅଭିଯୁକ୍ତ ଶିବ ସ୍ତ୍ରୀଙ୍କ ଦ୍ୱାରା ଫୋନ୍‌ କରି ଡାକି ନୀଳାଞ୍ଚଳଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଘଟଣାରେ ବ୍ୟବହୃତ କାତି ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରକାଶ ପାଇଲା ନିର୍ବାଚନୀ ବିଜ୍ଞପ୍ତି: ୯ରେ ନାମାଙ୍କନ

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ) : ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ନିର୍ବାଚନ ନେଇ ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?