Posted inଭଦ୍ରକ

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ ମନର ଆଶା, ବିଶ୍ୱାସକୁ ଊର୍ଦ୍ଧ୍ୱଗାମୀ କରି ଏକ ଚେତନ ସ୍ତରରେ ସମ୍ମିଳିତ ହୋଇଥାଏ। ଓଡ଼ିଆ ଭାଷା ସାହିତ୍ୟରେ ଭକ୍ତି ସଙ୍ଗୀତର ଧାରା ଶୀର୍ଷସ୍ଥାନ ମଣ୍ଡନ କରି କାହିଁ କେଉଁ କାଳରୁ ଜନମାନସକୁ ପ୍ରଭାବିତ କରିଆସିଛି। ଏହି ଭକ୍ତି ସଙ୍ଗୀତର ଧାରାକୁ ନୂଆ ରୂପ ଦେଇ ନୂତନ କଳାକାର ସୃଷ୍ଟି ଲକ୍ଷ୍ୟରେ କାର୍ଯ୍ୟ କରି ଚାଲିଛନ୍ତି ଯୁବ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ରମାଧବ। ସେ ନିଜେ ଗୀତ ରଚନା କରି ତାକୁ ସ୍ବରରେ ସଜାଇ ଦିଅନ୍ତି। ଏହି କାର୍ଯ୍ୟରେ ତାଙ୍କ ଜୀବନ ସଙ୍ଗିନୀ ମଧୁସ୍ମିତା ସହାୟତା କରିଥାନ୍ତି। ଏହି ଦମ୍ପତି କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଗୀତ ଲେଖି ବୋଲିବାରେ ନିଜ ପ୍ରତିଭାକୁ ସୀମିତ ରଖିନାହାନ୍ତି ରୁଦ୍ରମାଧବ। ଭକ୍ତିସଙ୍ଗୀତର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ପରିବେଷିତ ଗୀତକୁ ସେ ମଧ୍ୟ ଅବିକଳ ସ୍ବରରେ ଗାଇ ପାରନ୍ତି। ଜଗନ୍ନାଥଙ୍କ ଭଜନ ସମେତ ମା’ ଘଟଗଁା ତାରିଣୀ, ଭଦ୍ରକର ଆଖଣ୍ଡଳମଣି, ମା’ ଧାମରାଈ, ଭଦ୍ରକାଳୀ, ଶ୍ରୀଲୋକନାଥ, ମା’ ବଙ୍କବାସୁଳୀ, ବୁଢ଼ାଗଣେଶଙ୍କୁ ନେଇ ଅନେକ ଭଜନ ଅଡିଓ ଏବଂ ଭିଡିଓ ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି।
ରୁଦ୍ରମାଧବଙ୍କ ଘର ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ। ତାଙ୍କ ବାପା ରଘୁନାଥ ବାରିକ ଓ ମା’ ମଞ୍ଜୁଲତା। ବାପା ମଧ୍ୟ ଜଣେ ଗୀତିକାର ଓ କଣ୍ଠଶିଳ୍ପୀ। ମା’ବାପାଙ୍କଠାରୁ ପ୍ରେରଣା, ପ୍ରୋତ୍ସାହନ ପାଇ ସଙ୍ଗୀତ ଦୁନିଆରେ ସେ ପାଦ ରଖିଥିବା କହନ୍ତି। ବିବାହ ପରେ ପତ୍ନୀ ମଧୁସ୍ମିତା ତାଙ୍କ ସଙ୍ଗୀତ ଦୁନିଆରେ ସାଥୀ ପାଲଟିଛନ୍ତି। ରୁଦ୍ରମାଧବଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ବିଶାରଦ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ଡିପ୍ଲୋମା। ସେ ହରିବନ୍ଧୁ ସାହୁ, ଧନେଶ୍ୱର ଦାସ ଓ ରଞ୍ଜିତ ମହାପାତ୍ରଙ୍କୁ ଗୁରୁ ଭାବେ ଗ୍ରହଣ କରି ବିଭିନ୍ନ ସଙ୍ଗୀତ ଜ୍ଞାନ ଆହରଣ କରିଛନ୍ତି। ୪୨ ବର୍ଷରେ ପଦାର୍ପଣ କରିଥିବା ରୁଦ୍ରମାଧବ ଏକ କ୍ୟାସେଟ କମ୍ପାନୀ ପ୍ରତିଷ୍ଠା କରି କଣ୍ଠଶିଳ୍ପୀ ଭାବେ ନୂଆ ଯୁବ ପ୍ରତିଭା ଅନ୍ବେଷଣ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୨୦ରୁ ଊର୍ଦ୍ଧ୍ୱ କ୍ୟାସେଟ ବଜାରରେ ଲୋକପ୍ରିୟତା ହାସଲ କରିଛି। ସେ କହନ୍ତି, ବିଭିନ୍ନ ମନ୍ଦିର, ସଭା, ଭଜନସ୍ଥଳୀ ଏବଂ ବିଦ୍ୟାଳୟରେ ଗୀତ ବୋଲୁ ବୋଲୁ ସେ ତାଙ୍କ ଭିତରର ପ୍ରତିଭାକୁ ଚିହ୍ନିଥିଲେ। ଏହାପରେ ସେ ଭଦ୍ରକ ମନମୋହନ ସଙ୍ଗୀତ ପରିଷଦରୁ ଧାରାବାହିକ ସଙ୍ଗୀତ ଶିକ୍ଷା କରିଥିଲେ। ଜଣେ ଆଗଧାଡ଼ିର ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ଜିଲା ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମୟରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ଭକ୍ତିସଙ୍ଗୀତ ତାଙ୍କ ଜୀବନ। ଏହି ସଙ୍ଗୀତର ସୁରେ ସୁରେ ନିଜେ ହଜି ଅନ୍ୟକୁ ହଜେଇବା ପ୍ରୟାସ କରିଥାନ୍ତି। ଯୁବପିଢ଼ି ନିଜ ଭାଷା, କଳା ଓ ସଂସ୍କୃତିକୁ ଭଲପାଇବା ଶିଖିଲେ ଜୀବନରେ ସାର୍ଥକତା ହାସଲ କରିପାରିବେ ବୋଲି ସେ ଦୃଢ଼ତାର ସହ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri