ଯାନ୍ତ୍ରିକ ଯନ୍ତ୍ରଣା

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ହାଟରେ ପରିବା କିଣୁଥିଲି। ପଛରୁ ମୋ ହାତକୁ ଧରି ଟାଣିନେଲେ କେହି। ବୁଲି ଦେଖିଲି ଜଣେ ଅବସରପ୍ରାପ୍ତ ଶିକ୍ଷକ। କିଛି ପଚାରିବା ଆଗରୁ ସେ କହିଲେ – ସାହୁ ବାବୁ! ଆପଣଙ୍କୁ ଖବରକାଗଜରେ ହିଁ ଦେଖୁଛି। ଭଲ ଲେଖୁଛନ୍ତି। ଅନେକ ସମୟରେ ଆପଣଙ୍କ ଲେଖା ପଢ଼ି ପାରୁନି। ମିସ୍‌ ହୋଇଯାଉଛି। ମୁଁ ଉତ୍ସାହିତ ହୋଇ କହିଲି – ସାର! ଆପଣଙ୍କ ହ୍ବାଟ୍ସଆପ୍‌ ନମ୍ବର ଦିଅନ୍ତୁ ଲେଖା ପ୍ରକାଶିତ ହେଲେ ମୁଁ ପଠେଇ ଦେବି। ସେ ତୁରନ୍ତ ତାଙ୍କ ପ୍ୟାଣ୍ଟ ପକେଟରୁ ଗୋଟେ ମୁଣ୍ଡା ମୋବାଇଲ ବାହାର କରି ଦେଖାଇଲେ ଓ କହିଲେ – ବୁଝିଲେ ଆଜ୍ଞା ! ଏଇଟା ମୋର ମୋବାଇଲ। ହାଲୋ କଲେ ସରିଲା। ଗାଡ଼ି ଘୋଡ଼ା ନାହିଁ। ନିଜ ସାଇକେଲକୁ ଦେଖାଇ ପୁଣି କହିଲେ – ଏଇଟା ମୋର ସର୍ବସ୍ବ। ବାହାରେ ଖାଇବା ନାହିଁ। ଯାହା ଖାଇବି ଘରେ। ଅବସର ନେଇ ୧୩ ବର୍ଷ ହେଲାଣି। ବିନା ଚଷମାରେ ପଢ଼ିପାରୁଛି। ଚାଲବୁଲରେ ସମସ୍ୟା ନାହିଁ। ଭଗବାନଙ୍କ ଦୟାରୁ ସୁସ୍ଥ ଅଛି। ଏଣିକି ମୋର ପାଟିରୁ କଥା ବାହାରୁ ନ ଥାଏ। ଖାଲି ବିସ୍ମୟ ହେଉଥାଏ। ବୋଧେ ହୁଏ ନିଜ ଦମ୍ଭରେ ସେ ବଞ୍ଚି ପାରୁଛନ୍ତି ବୋଲି ପରିଣତ ବୟସରେ ରୋଗ ତାଙ୍କୁ ସ୍ପର୍ଶ କରିପାରିନି। ଅସୁସ୍ଥତା ପାଇଁ ଅନେକ ସମୟରେ ଆମେ ଚାରିପାଖର ପରିବେଶ, ଖାଦ୍ୟ, ପାନୀୟ ଉପରେ ଦାୟୀ କରୁ। ଯଦିଓ ଏହା କିଛି ମାତ୍ରାରେ ଦାୟୀ, କିନ୍ତୁ ଏହା କେବଳ ଭେଳିକି ମାତ୍ର। ନିଜକୁ ନିଜେ ତୁଷ୍ଟି କରିବା ଲାଗି ଆମର ଏଭଳି ଉଦ୍ୟମ। ବାସ୍ତବରେ ଏସବୁଠାରୁ ଆମର ଜୀବନଶୈଳୀ ଅଧିକମାତ୍ରାରେ ଆମ ଅସୁସ୍ଥତାର ପ୍ରମୁଖ କାରଣ ହୋଇଥାଏ। ଆଜିକାଲି ୟାଠାରୁ ବଡ଼ ଅଧିକ ସମସ୍ୟା ହେଉଛି ଯାନ୍ତ୍ରିକ ଯନ୍ତ୍ରଣା।
ଯେତକ ଯାବତୀୟ କାରବାର ଆଜି ମୋବାଇଲରେ। ଖଣ୍ଡେ ମୋବାଇଲ ପକେଟରେ ଅଛି। ଆଉ ସେଥିରେ ନେଟ ରହିଛି। ଜାଣ ଦୁନିଆ ତୁମ ପାଦ ତଳେ ଚୁମୁଛି। କେବଳ ଫୋନ ପାଇଁ ମୋବାଇଲ ଯଥେଷ୍ଟ ନୁହଁ। ବିବିଧ କର୍ମରେ ମୋବାଇଲର ଆବଶ୍ୟକତା ଅଧିକ। ଆଙ୍ଗୁଠି ଟିପିଲେ ସବୁ କାମ ହୋଇପାରୁଛି। ଅନ୍‌ଲାଇନରେ କିଣା ବିକା, ପରୀକ୍ଷା, ପାଠପଢ଼ାଠାରୁ ଆରମ୍ଭ କରି ଖବର, ସିନେମା, ମନୋରଞ୍ଜନ ଇତ୍ୟାଦି ଇତ୍ୟାଦି। ଘରେ ରୋଷେଇ କାମ ହେଉଥିବ ଏପଟେ ମୋବାଇଲରେ ସିରିଏଲ ଦେଖାଚାଲିବ। ଆଜିକାଲି ହଠାତ୍‌ କାହାର ମୋବାଇଲ ହଜିଗଲା କିମ୍ବା ଖରାପ ହୋଇଗଲା। ତେବେ ସେଇ ବ୍ୟକ୍ତିଙ୍କର ଖାଲି ଆଚରଣ ଓ ଉଚ୍ଚାରଣକୁ ଦେଖିବେ। ସେ ବ୍ୟସ୍ତ ହୋଇପଡିବା ସହ ଆଖପାଖର ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେବେ। ଲାଇନରେ ଟିକେଟ ପାଇଁ ଠିଆ ହୋଇଛନ୍ତି ସେପଟ କାଚ ଗୁମୁଟି ଭିତରେ ଥିବା ଲୋକଟି କହିବ ଏବେ ହୋଇପାରିବନି। ଲିଙ୍କ୍‌ ଫେଲ୍ୟୁର। ବ୍ୟାଙ୍କରେ ଟଙ୍କା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହୋଇ ବିରକ୍ତର ଶେଷ ସୀମା ପାର ହୋଇ ସାରିଥିବେ। ସେତେବେଳେ ଦରଜା ପାଖରେ ଗୋଟେ ମଲାଟରେ ଲେଖାଥିବ ଲିଙ୍କ୍‌ ଫେଲ୍ୟୁର। ସେଇଠି ଜୀବନ ଅଚଳ। ପୃଥିବୀ ଅନ୍ଧାର। ଧୈର୍ଯ୍ୟର ବନ୍ଧ ଭାଙ୍ଗିିଯିବ। ନିତି ବାଇକରେ ଯାଉଥିବେ। ହଠାତ କୋଉ କାମରେ ବାହାରିଲାବେଳକୁ ଗାଡ଼ି ଅଚଳ ହୋଇଯିବ। ନିଜର ବୋଲ ମାନିବନି। ଦି’ ତିନିଟା ଗୋଇଠା କେହି କେହି ମାରିବେ। ଷ୍ଟେସନରେ ଲାଗିଲେ ଯାଇ ଭାରତୀୟ ରେଳର ଠିକ ଟାଇମ। ରେଳ ଚଢ଼ିଲା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲେ ଯାଇ ରକ୍ଷା। ତାରି ଭିତରେ ଘଟି ଯାଇପାରେ ଅନେକ କଥା। ବିଳମ୍ବ ସ୍ବାଭାବିକ ପ୍ରକ୍ରିୟା। ଠିକ ସମୟରେ ପହଞ୍ଚତ୍ବା ଅଲୌକିକତା। ଯାତ୍ରୀର ଯନ୍ତ୍ରଣା ଅକଥନୀୟ ଓ ଅବର୍ଣ୍ଣନୀୟ। ଶୀଘ୍ର ପହଞ୍ଚତ୍ବା ଲାଗି ବିମାନରେ ଯିବେ ଭଲ କଥା। କିନ୍ତୁ ବିମାନରେ ବି ଏବେ ସେଇ ଅବସ୍ଥା। ଟ୍ରାଫିକ ସମସ୍ୟା, ପାଗ ସମସ୍ୟା, ଯାନ୍ତ୍ରିକ ତ୍ରୁଟି ଏମିତି ଅନେକ ବ୍ୟଥା। ତାକୁ ହଜମ କରି ଗଲେ ଦୋଷ ନାହିଁ। ନ ହେଲେ ଠିକ୍‌ ସମୟରେ ପହଞ୍ଚିବେ ବୋଲି ଗ୍ୟାରେଣ୍ଟି ନାହିଁ।
କମ୍ପୁଟର ଓ ଲାପଟପର କାହାଣୀ ବହୁତ। ଲାପଟପ ବହୁ ଚାକିରିଆଙ୍କ ଆତ୍ମା। ଉଠିଲାଠାରୁ ପୁଣି ଶୋଇବାକୁ ଗଲା ଯାଏ ତାରି ସହ ଉଠାବସା। କେତେ କେତେ ତଥ୍ୟ ସୁରକ୍ଷିତ ରହିଛି ବୋଲି ଚିନ୍ତାମୁକ୍ତ। ସବୁକିଛି ସଫ୍ଟ କପି ଆକାରରେ ରହିଥିବାରୁ ତଥ୍ୟ ଆଦାନପ୍ରଦାନରେ ସମସ୍ୟା ନାହିଁ। ଭାରି ଭରସା ଦେଇ ଚାଲିଥାଏ ସେ। କିନ୍ତୁ ଯେତେବେଳେ ଏହି ଲାପଟପ ଧୋକା ଦିଏ ସେତେବେଳେ ଅକଲ ଗୁଡୁମ ହୋଇଯାଏ। ଯାବତୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଉ ଖୋଲି ହୁଏନି। ତାକୁ ପୁଣି ଟଣାଓଟରା ନାନାଦି ପରପଞ୍ଚ କରି ହୁଏତ ତଥ୍ୟ ସବୁକୁ ଆଦାୟ କରିହୁଏ। କିନ୍ତୁ ସେଥିରେ ବି ଶତ ପ୍ରତିଶତ ଗ୍ୟାରେଣ୍ଟି ନାହିଁ। ଯନ୍ତ୍ର ଯେତିକି ସହଜ ଓ ସୁବିଧା। ତା’ର ପଛରେ ସେତିକି କଷ୍ଟ ଓ ଯନ୍ତ୍ରଣା ରହିଛି। ଯନ୍ତ୍ର ଉପରେ ଭରସା କରି ବଞ୍ଚୁଥିବା ମଣିଷ ଏମିତି ସଙ୍କଟଜନକ ସ୍ଥିତିରେ ପଡୁଛି। ଯନ୍ତ୍ର ଖାଲି କଷ୍ଟ ଦେଉନି। ମଣିଷର ଶକ୍ତି ଓ ସାମର୍ଥ୍ୟ ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯନ୍ତ୍ରବତ୍‌ ମଣିଷ ଅସମୟରେ ଯାବତୀୟ ରୋଗକୁ ଆମନ୍ତ୍ରଣ କରୁଛି। ପିଲାଟି ବେଳରୁ ମୋବାଇଲ ଦେଖି ଭାତ ଖାଉଥିବା ପିଲା ସ୍କୁଲକୁ ଗଲାବେଳକୁ ଆଖିରେ ଚଷମା ଲଗେଇବାକୁ ପଡୁଛି। ସମୟ ପୂର୍ବରୁ ବୟସର ଭାରରେ ମଣିଷ ଯେତିକି ନଇଁ ପଡୁଛି, ସେତିକି ରୋଗର ଶିକାର ହେଉଛି। ଆଖି କାନର କ୍ଷମତା ଶୀଘ୍ର ଚାଲି ଯାଉଛି। ବୌଦ୍ଧିକ ପରିଚାଳନାରେ ମଣିଷ ଅନେକ ସମୟରେ ବ୍ୟର୍ଥ ହେଉଛି। ଯାନ୍ତ୍ରିକ ସମସ୍ୟା ହୁଏତ ସାମୟିକ ଛଟପଟ କରେ। ଯନ୍ତ୍ର ସଜାଡିଗଲେ ଜୀବନ ପୁଣି ମଧୁମୟ ହୋଇଯାଏ। କିନ୍ତୁ ଅଦୃଶ୍ୟ ଭାବେ ନିଜର ସାଥୀ ପାଲଟି ଯାଇଥିବା ଯାନ୍ତ୍ରିକ ଯନ୍ତ୍ରଣା କ୍ରମଶଃ ନିଜର ଅଗୋଚରରେ ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ପରିଣତ ହୋଇପଡେ। ତାରି ପରିସରରୁ ମୁକୁଳିବା ସହଜ ହୋଇପାରେନା ମଣିଷ। ପରେ ଛଟପଟ ହୋଇ ଜୀବନ ଜିଇବାକୁ ବାଧ୍ୟ। ଏସବୁ କଥା ମନକୁ ଛୁଇଁଲାବେଳେ ସେହି ତଥାକଥିତ ଅବସରପ୍ରାପ୍ତ ସାର୍‌ଙ୍କ ହସହସ ଚେହେରା ମନେ ପଡିଗଲା। ମନରେ ପ୍ରଶ୍ନ ସୃଷ୍ଟି ହେଲା ଆଜି ବି କ’ଣ ସତରେ ସାର୍‌ଙ୍କ ଭଳି ବଞ୍ଚିହେବ ଏବଂ ଯାନ୍ତ୍ରିକ ଯନ୍ତ୍ରଣାରୁ ମୁକ୍ତି ମିଳିବ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ- ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?