ଯାତ୍ରାଜଗତର ଭର୍ସାଟାଇଲ୍‌ ବ୍ୟକ୍ତିତ୍ୱ ଦୀପକ ରଞ୍ଜନ ବୋଷ: ଗାୟକ-ଘୋଷକ-ନାୟକ-ଖଳନାୟକ ଚରିତ୍ରକୁ ପ୍ରଦର୍ଶିତ କରିପାରନ୍ତି

ଶୀର୍ଷକରେ ଚାରିଗୋଟି ଚରିତ୍ରର କଥା କୁହାଯାଇଛି। ଅର୍ଥାତ୍‌, ଗୀତ ଗାଉଥିବା ଗାୟକ। ଆଙ୍କରିଂ କରୁଥିବା ଘୋଷକ। ଯାତ୍ରାରେ ହିରୋ ଭୂମିକା ନିର୍ବାହ କରୁଥିବା ନାୟକ। ପୁଣି ଦର୍ଶକଙ୍କ ଛାତି ଭିତରେ ଭୟର ଭୂମିକମ୍ପ ସୃଷ୍ଟି କରୁଥିବା ଖଳନାୟକ। ଚାରିଗୋଟି ଚରିତ୍ର ପାଇଁ ଅତିକମ୍‌ରେ ଚାରିଜଣ କଳାକାର ଆବଶ୍ୟକ। ତେବେ ଯଦି ଏକଥା କୁହାଯାଏ ଯେ, ଏହି ଚାରିଗୋଟି ଚରିତ୍ର ପାଇଁ ଚାରିଜଣ କଳାକାର ନୁହନ୍ତି; ଜଣେ କଳାକାର ହିଁ ଏହି ଚାରିଗୋଟି ଭିନ୍ନଭିନ୍ନ ଚରିତ୍ରକୁ ଖୁବ୍‌ ସୁନ୍ଦର ଭାବରେ ମଞ୍ଚରେ ପ୍ରଦର୍ଶିତ କରିପାରନ୍ତି ତା’ହେଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ହିଁ ହେଉଛି ସତ। ଆଉ ସେହି କଳାକାର ଜଣକ ହେଉଛନ୍ତି ଯାତ୍ରାଜଗତର ଭର୍ସାଟାଇଲ୍‌ ବ୍ୟକ୍ତିତ୍ୱ ଦୀପକ ରଞ୍ଜନ ବୋଷ। ଯାତ୍ରାଜଗତରେ କେବଳ ଦୀପୁ ବୋଲି ଜଣା ଏହି କଳାକାର ଜଣକ ଗାୟକ ସାଜି ଗୀତ ଗାଇପାରନ୍ତି। ଘୋଷକ ସାଜି ମଞ୍ଚରେ ଆଙ୍କରିଂ କରିପାରନ୍ତି। ନାୟକ ସାଜି ଦର୍ଶକଙ୍କୁ ରୋମାଞ୍ଚତ୍ତ କରିପାରନ୍ତି। ପୁଣି ଖଳନାୟକ ହୋଇ ଡରେଇ ପାରନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ଜନ୍ମିତ ଏହି ମିଷ୍ଟଭାଷୀ କଳାକାର ଜଣକ ପିଲାଟି ବେଳକୁ ଗୀତ ଗାଉଥିଲେ। ଈଶ୍ୱର ତାଙ୍କୁ ଦେଇଥିଲେ ଏକ ସୁନ୍ଦର ଗଳା। କେବେ କାହାଠୁ ଗୀତ ଶିଖି ନ ଥିଲେ। ମାତ୍ର ଜଣେ ତାଲିମ୍‌ପ୍ରାପ୍ତ ଗାୟକ ଭଳି ସୁର-ତାଳ-ଲୟରେ ଗୀତ ଗାଇ ପାରୁଥିଲେ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ। ଉଦ୍ଦେଶ୍ୟ, ଜଣେ ଗାୟକ ହେବେ। ତେବେ ପାର୍ଟିକୁ ଆସିବା ପରେ ତାଙ୍କୁ ମାଲିକ ତଥା ମ୍ୟାନେଜର କହିଲେ, ତୁମେ ତ ଦେଖିବାକୁ ଖୁବ୍‌ ସୁନ୍ଦର। ପୁଣି ଆକ୍ଟିଂ ବି ଭଲଅଛି। ତୁମେ ଗୋଟେ କାମ କର। ପାର୍ଟିରେ ହିରୋ ହୁଅ। ଅଧିକ ଟଙ୍କା ମିଳିବ। ବାସ୍‌, ସେ ଗାୟକ ହେବାକୁ ଆସିଥିଲେ ସିନା; ନାୟକ ବନିଗଲେ। ତେବେ ସେତିକିନୁହେଁ, ପାର୍ଟି ପକ୍ଷରୁ ତାଙ୍କୁ ଆଙ୍କରିଂ କରିବା ପାଇଁ ବି କୁହାଗଲା। ସେ କଲେ। ଆଉ ସଫଳ ବି ହେଲେ। ଏଭଳି ଟ୍ୟାଲେଣ୍ଟ ଥିବା ଜଣେ କଳାକାରଙ୍କୁ ପାଇ ପରୀକ୍ଷା ନିରୀକ୍ଷା କରିବାରେ ଲାଗି ପଡ଼ିଲେ ନିର୍ଦ୍ଦେଶକମାନେ। ତାଙ୍କୁ ଆଣ୍ଟି ଚରିତ୍ରରେ ଠିଆ କରେଇଲେ। ଦୀପୁବାବୁ ସେଥିରେ ବି ସଫଳ। ଯେମିତି ସଫଳତା ପାଇବାକୁ ତାଙ୍କର ଜନ୍ମ। ଇତିମଧ୍ୟରେ ତ୍ରିନାଥ, ଧଉଳି, ଓମ୍‌ଶ୍ରୀ, ପାର୍ବତୀ, ଗୌରୀ ଆଦିରେ ସଫଳ ଅଭିନୟ କରି ସମ୍ପ୍ରତି ନୂଆ ଯାତ୍ରା ସିଜନ୍‌ରେ ଯୋଗ ଦେଇଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି- ‘ଚିରାକାଗଜ’, ‘ଅପାକୁ ସୁନ୍ଦର ରୁପା ପାଉଁଜି’, ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ପାଗଳ ହୋଇଛି ତୋରି ପାଇଁ’, ‘ଦେହଦାନ ମହାପୁଣ୍ୟ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘କାହାର କେତେ ଦମ୍‌’, ‘ଦିଅଁ ପୂଜିବାକୁ ଦେଉଳ ମନା’, ‘ମଣିଷଖିଆ ମଣିଷ’, ‘କହିଦେଲେ ମୁଁ ମରିଯିବୁ ତୁ’, ‘ଗଉରିନାନୀର ନୂଆ ଠିକଣା’, ‘ବେଳେବେଳେ ଭୁଲ୍‌ ହୋଇଯାଏ’, ‘ବାଘ ବୁୁଲୁଛି ରାଜଧାନୀରେ’ ଏବଂ ଆହୁରି ଅନେକ। ନୂଆ ଯାତ୍ରା ସିଜନ୍‌ ପାଇଁ ସେ ଏବେ ‘ସୂର୍ଯ୍ୟମନ୍ଦିର’ ଆଖଡ଼ାଶାଳରେ ଅଛନ୍ତି। ଚଳିତବର୍ଷ ସେ ଯେଉଁ ନାଟକଗୁଡ଼ିକରେ ଅଭିନୟ କରିବେ ବୋଲି ଶୁଣାଯାଉଛି ସେଥିମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’, ‘ମାୟାବିନୀ ମୌସୁମୀ’। ଦୀପୁ କହନ୍ତି, ଗାୟକ ହେବାକୁ ଆସିଥିଲି। ହେଲେ ଘୋଷକ-ନାୟକ-ଖଳନାୟକ ହୋଇଗଲି। ହେଲେ ଏସବୁ ମୋ ପାଇଁ କେବଳ ପେସା। ନିଶା ନୁହେଁ। ନିଶା ହେଉଛି ସଂଗୀତ। ଗୀତ ମୋର ସବୁଠୁ ବଡ଼ ଦୁର୍ବଳତା। ଦରକାର ପଡ଼ିଲେ ଯାତ୍ରା ଛାଡ଼ି ଦେଇପାରେ। ମାତ୍ର ଗୀତ କେବେ ଛାଡ଼ି ପାରିବିନି। ପତ୍ନୀ କନକଲତା ମହାନ୍ତି, ପୁଅ ପୀୟୂଷ ଓ ଝିଅ ପ୍ରତ୍ୟାଶାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି କଳାକାର କହନ୍ତି, ତାଙ୍କ ସଫଳତା ପଛରେ ରହିଛି ବଡ଼ଭାଇ ପ୍ରଦୀପ ବୋଷଙ୍କ ପ୍ରେରଣା।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri