ଯାତ୍ରାଜଗତର ଭର୍ସାଟାଇଲ୍‌ ବ୍ୟକ୍ତିତ୍ୱ ଦୀପକ ରଞ୍ଜନ ବୋଷ: ଗାୟକ-ଘୋଷକ-ନାୟକ-ଖଳନାୟକ ଚରିତ୍ରକୁ ପ୍ରଦର୍ଶିତ କରିପାରନ୍ତି

ଶୀର୍ଷକରେ ଚାରିଗୋଟି ଚରିତ୍ରର କଥା କୁହାଯାଇଛି। ଅର୍ଥାତ୍‌, ଗୀତ ଗାଉଥିବା ଗାୟକ। ଆଙ୍କରିଂ କରୁଥିବା ଘୋଷକ। ଯାତ୍ରାରେ ହିରୋ ଭୂମିକା ନିର୍ବାହ କରୁଥିବା ନାୟକ। ପୁଣି ଦର୍ଶକଙ୍କ ଛାତି ଭିତରେ ଭୟର ଭୂମିକମ୍ପ ସୃଷ୍ଟି କରୁଥିବା ଖଳନାୟକ। ଚାରିଗୋଟି ଚରିତ୍ର ପାଇଁ ଅତିକମ୍‌ରେ ଚାରିଜଣ କଳାକାର ଆବଶ୍ୟକ। ତେବେ ଯଦି ଏକଥା କୁହାଯାଏ ଯେ, ଏହି ଚାରିଗୋଟି ଚରିତ୍ର ପାଇଁ ଚାରିଜଣ କଳାକାର ନୁହନ୍ତି; ଜଣେ କଳାକାର ହିଁ ଏହି ଚାରିଗୋଟି ଭିନ୍ନଭିନ୍ନ ଚରିତ୍ରକୁ ଖୁବ୍‌ ସୁନ୍ଦର ଭାବରେ ମଞ୍ଚରେ ପ୍ରଦର୍ଶିତ କରିପାରନ୍ତି ତା’ହେଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ହିଁ ହେଉଛି ସତ। ଆଉ ସେହି କଳାକାର ଜଣକ ହେଉଛନ୍ତି ଯାତ୍ରାଜଗତର ଭର୍ସାଟାଇଲ୍‌ ବ୍ୟକ୍ତିତ୍ୱ ଦୀପକ ରଞ୍ଜନ ବୋଷ। ଯାତ୍ରାଜଗତରେ କେବଳ ଦୀପୁ ବୋଲି ଜଣା ଏହି କଳାକାର ଜଣକ ଗାୟକ ସାଜି ଗୀତ ଗାଇପାରନ୍ତି। ଘୋଷକ ସାଜି ମଞ୍ଚରେ ଆଙ୍କରିଂ କରିପାରନ୍ତି। ନାୟକ ସାଜି ଦର୍ଶକଙ୍କୁ ରୋମାଞ୍ଚତ୍ତ କରିପାରନ୍ତି। ପୁଣି ଖଳନାୟକ ହୋଇ ଡରେଇ ପାରନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ଜନ୍ମିତ ଏହି ମିଷ୍ଟଭାଷୀ କଳାକାର ଜଣକ ପିଲାଟି ବେଳକୁ ଗୀତ ଗାଉଥିଲେ। ଈଶ୍ୱର ତାଙ୍କୁ ଦେଇଥିଲେ ଏକ ସୁନ୍ଦର ଗଳା। କେବେ କାହାଠୁ ଗୀତ ଶିଖି ନ ଥିଲେ। ମାତ୍ର ଜଣେ ତାଲିମ୍‌ପ୍ରାପ୍ତ ଗାୟକ ଭଳି ସୁର-ତାଳ-ଲୟରେ ଗୀତ ଗାଇ ପାରୁଥିଲେ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ। ଉଦ୍ଦେଶ୍ୟ, ଜଣେ ଗାୟକ ହେବେ। ତେବେ ପାର୍ଟିକୁ ଆସିବା ପରେ ତାଙ୍କୁ ମାଲିକ ତଥା ମ୍ୟାନେଜର କହିଲେ, ତୁମେ ତ ଦେଖିବାକୁ ଖୁବ୍‌ ସୁନ୍ଦର। ପୁଣି ଆକ୍ଟିଂ ବି ଭଲଅଛି। ତୁମେ ଗୋଟେ କାମ କର। ପାର୍ଟିରେ ହିରୋ ହୁଅ। ଅଧିକ ଟଙ୍କା ମିଳିବ। ବାସ୍‌, ସେ ଗାୟକ ହେବାକୁ ଆସିଥିଲେ ସିନା; ନାୟକ ବନିଗଲେ। ତେବେ ସେତିକିନୁହେଁ, ପାର୍ଟି ପକ୍ଷରୁ ତାଙ୍କୁ ଆଙ୍କରିଂ କରିବା ପାଇଁ ବି କୁହାଗଲା। ସେ କଲେ। ଆଉ ସଫଳ ବି ହେଲେ। ଏଭଳି ଟ୍ୟାଲେଣ୍ଟ ଥିବା ଜଣେ କଳାକାରଙ୍କୁ ପାଇ ପରୀକ୍ଷା ନିରୀକ୍ଷା କରିବାରେ ଲାଗି ପଡ଼ିଲେ ନିର୍ଦ୍ଦେଶକମାନେ। ତାଙ୍କୁ ଆଣ୍ଟି ଚରିତ୍ରରେ ଠିଆ କରେଇଲେ। ଦୀପୁବାବୁ ସେଥିରେ ବି ସଫଳ। ଯେମିତି ସଫଳତା ପାଇବାକୁ ତାଙ୍କର ଜନ୍ମ। ଇତିମଧ୍ୟରେ ତ୍ରିନାଥ, ଧଉଳି, ଓମ୍‌ଶ୍ରୀ, ପାର୍ବତୀ, ଗୌରୀ ଆଦିରେ ସଫଳ ଅଭିନୟ କରି ସମ୍ପ୍ରତି ନୂଆ ଯାତ୍ରା ସିଜନ୍‌ରେ ଯୋଗ ଦେଇଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି- ‘ଚିରାକାଗଜ’, ‘ଅପାକୁ ସୁନ୍ଦର ରୁପା ପାଉଁଜି’, ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ପାଗଳ ହୋଇଛି ତୋରି ପାଇଁ’, ‘ଦେହଦାନ ମହାପୁଣ୍ୟ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘କାହାର କେତେ ଦମ୍‌’, ‘ଦିଅଁ ପୂଜିବାକୁ ଦେଉଳ ମନା’, ‘ମଣିଷଖିଆ ମଣିଷ’, ‘କହିଦେଲେ ମୁଁ ମରିଯିବୁ ତୁ’, ‘ଗଉରିନାନୀର ନୂଆ ଠିକଣା’, ‘ବେଳେବେଳେ ଭୁଲ୍‌ ହୋଇଯାଏ’, ‘ବାଘ ବୁୁଲୁଛି ରାଜଧାନୀରେ’ ଏବଂ ଆହୁରି ଅନେକ। ନୂଆ ଯାତ୍ରା ସିଜନ୍‌ ପାଇଁ ସେ ଏବେ ‘ସୂର୍ଯ୍ୟମନ୍ଦିର’ ଆଖଡ଼ାଶାଳରେ ଅଛନ୍ତି। ଚଳିତବର୍ଷ ସେ ଯେଉଁ ନାଟକଗୁଡ଼ିକରେ ଅଭିନୟ କରିବେ ବୋଲି ଶୁଣାଯାଉଛି ସେଥିମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’, ‘ମାୟାବିନୀ ମୌସୁମୀ’। ଦୀପୁ କହନ୍ତି, ଗାୟକ ହେବାକୁ ଆସିଥିଲି। ହେଲେ ଘୋଷକ-ନାୟକ-ଖଳନାୟକ ହୋଇଗଲି। ହେଲେ ଏସବୁ ମୋ ପାଇଁ କେବଳ ପେସା। ନିଶା ନୁହେଁ। ନିଶା ହେଉଛି ସଂଗୀତ। ଗୀତ ମୋର ସବୁଠୁ ବଡ଼ ଦୁର୍ବଳତା। ଦରକାର ପଡ଼ିଲେ ଯାତ୍ରା ଛାଡ଼ି ଦେଇପାରେ। ମାତ୍ର ଗୀତ କେବେ ଛାଡ଼ି ପାରିବିନି। ପତ୍ନୀ କନକଲତା ମହାନ୍ତି, ପୁଅ ପୀୟୂଷ ଓ ଝିଅ ପ୍ରତ୍ୟାଶାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି କଳାକାର କହନ୍ତି, ତାଙ୍କ ସଫଳତା ପଛରେ ରହିଛି ବଡ଼ଭାଇ ପ୍ରଦୀପ ବୋଷଙ୍କ ପ୍ରେରଣା।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri