ଯତରାର ଦ୍ୱିତୀୟ ସନ୍ଧ୍ୟା :ରାଜସ୍ଥାନର ଭବାଇ ନୃତ୍ୟ, ପିପିଲିର ପଲ୍ଲୀନୃତ୍ୟ ମନମୋହିଲା

ସୁନ୍ଦରଗଡ଼,୨୯।୧ (ଡି.ଏନ୍‌.ଏ) -ସ୍ଥାନୀୟ ଭବାନୀ ଭବନ ପଡିଆରେ ଚାଲିଥିବା ଜିଲା ସାଂସ୍କୃତିକ ମହୋତ୍ସବ ଯତରା -୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ସାଂସ୍କୃତିକ ଦଳ ଦ୍ୱାରା ପାରମ୍ପରିକ ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ। ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିବା ସହ ଆଦିବାସୀ କଳାସଂସ୍କୃତି ସମୃଦ୍ଧ ସୁନ୍ଦରଗଡବାସୀ ନିଜର କଳାନୈପୁଣତାକୁ ପ୍ରତିପାଦିତ କରି ପାରିବା ସହ ଅନ୍ୟ ଜିଲା ତଥା ରାଜ୍ୟର ପାରମ୍ପାରିକ ଲୋକନୃତ୍ୟ ସହିତ ପରିଚିତ ହେବାର ଏହି ମହୋତ୍ସବ ଅପୂର୍ବ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିକାଶ ପରିଷଦ ଜରିଆରେ ହଜିଯାଉଥିବା ଆଦିବାସୀ କଳାସଂସ୍କୃତି ର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା କହିଥିଲେ। ଅତିରିକ୍ତ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ଏହି ସମାରୋହରେ ସଭାପତିତ୍ୱ କରିଥିଲେ। ରାଉରକେଲା ତ୍ରିବେଣୀ କଳାପରିଷଦ ଓ ସୁନ୍ଦରଗଡ ଧରଣୀଧର କଳାକାରମାନଙ୍କ ଦ୍ୱାରା ଓଡିଶୀ, ଲାଠିକଟାର ସାନ୍ତାଳୀ ନୃତ୍ୟ, ବାମରା ସରଗମ କଳାପରିଷଦ ଓ ରାଉରକେଲା କୋଶଳ ଦର୍ପଣ ଅନୁଷ୍ଠାନର ପଦ୍ମିନୀ ପାଣିଗ୍ରାହୀ ଓ ସାଥୀ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ, ପୁରୀ ଓ୍ବାରିୟର ମାଲଖମ୍ବ ଏକାଡେମୀର ମାଲଖମ୍ବ କଳା କୌଶଳ, ପିପିଲି ମା’ ବୀଣକେଶରୀ ନୃତ୍ୟ ମଞ୍ଜରୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପଲ୍ଲୀନୃତ୍ୟ, ରାଜସ୍ଥାନର କଳାକାରଙ୍କ ଦ୍ୱାରା ଭବାଇ ନୃତ୍ୟ ଓ ବୌଦ ନଚନିଆ କଳା ପରିଷଦର କଳାକାରଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ସେହିପରି ରାଜଗାଙ୍ଗପୁରର ବାଲୁକା ଶିଳ୍ପୀ ରାଜୁ ସାହୁଙ୍କ ଦ୍ୱାରା ଏହି ପଡିଆରେ ବେଟୀ ବଚାଓ, ବେଟୀ ପଢାଓ ବାର୍ତ୍ତାକୁ ନେଇ ବାଲୁକା ଶିଳ୍ପକଳା ଓ ଜିଲା ଶିଶୁସୁରକ୍ଷା ବିଭାଗ ପକ୍ଷରୁ କନ୍ୟା ସନ୍ତାନ ସମ୍ପର୍କୀତ ଏକ ସଚେତନତା ଶୋଭା ଅନୁଷ୍ଠିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କନ୍ୟାସନ୍ତାନର ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ। ଅଞ୍ଜନ ପ୍ରଧାନ ଓ ଶ୍ରୀପଦା ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆସନ୍ତା ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜିଲା ଉନ୍ନୟନ ପ୍ରଦର୍ଶନୀ, ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା, ଚିତ୍ର କଳା କର୍ମଶାଳା ଓ ପ୍ରଦର୍ଶନୀରେ ବେଶ ଜନସମାଗମ ହେଉଛି। ବୁଧବାର ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଏହି ଅବସରରେ ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡର ଐତିହ୍ୟ, କଳା ସଂସ୍କୃତି ଭାଷା ସାହିତ୍ୟ ସମ୍ପର୍କୀତ ଏକ ସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri