ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ମଧ୍ୟରେ କିଛିଦିନ ହେବ ଦେଖିବାକୁ ମିଳୁଛି ଏହି ସ୍ଥିତି। ପ୍ରତିଦିନ ସକାଳ ଓ ଅପରାହ୍ନରେ ହରିଣ, ମୟୂର, ବାର୍‌ହା ଆଦି ବହୁ ବନ୍ୟାପ୍ରାଣୀ ବିଚରଣ କରୁଥିବା ଦୃଶ୍ୟ ଦେଖିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ରାସ୍ତା ଉପରେ ଗାଡ଼ି ରଖି ଏଭଳି ନିଆରା ଦୃଶ୍ୟ ଉପଭୋଗ କରୁଛନ୍ତି। ଫଳରେ ଏହି ସମୟରେ ସେଠାରେ ଟ୍ରାଫିକ ଜାମ୍‌ ହେଉଛି।
ବନ୍ୟପ୍ରାଣୀ ବାହାରକୁ ନ ଆସିବା ଲାଗି ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ପାଚେରି ରହିଛି। ହେଲେ ଏହିସବୁ ସ୍ଥାନରେ ପାଚେରି କମ୍‌ ଉଚ୍ଚର ଥିବାରୁ ବନ୍ୟପ୍ରାଣୀମାନେ ପାଣି ପିଇବାକୁ ଆସିବା ବେଳେ ବାହାରକୁ ଦୃଶ୍ୟମାନ ହେଉଛି। ଲୋକେ ଦେଖୁଥିବାବେଳେ ଚିତ୍କାର କରି ଡାକୁଥିବାରୁ ସେହି ବନ୍ୟପ୍ରାଣୀମାନେ ପ୍ରଭାବିତ ହେଉଛନ୍ତି। ଏପରି କି କେହି କେହି ଟେକା ମାଡ଼ କରୁଥିବାରୁ ସେମାନଙ୍କ ପ୍ରତି ବିପଦ ରହିଛି। ଏ ପରିସ୍ଥିତିରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଉକ୍ତ ସ୍ଥାନରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯିବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri