ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି ‘ଦମନ’ । ଜିଲାର ୭ଟି ବ୍ଲକ ଯଥା ଧରାକୋଟ, ଚିକିଟି, କୁକୁଡ଼ାଖଣ୍ଡି, କୋଦଳା, ପାତ୍ରପୁର, ପୋଲସରା ଏବଂ ସାନଖେମୁଣ୍ଡିରେ ଏହି କାର୍ଯ୍ୟକ୍ରମ ହେଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଚିକିଟି, କୁକୁଡ଼ାଖଣ୍ଡି ଏବଂ କୋଦଳା ବ୍ଲକକୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ଅନ୍ୟ ୪ ବ୍ଲକରେ ଗତବର୍ଷ ମଧ୍ୟ ଦମନ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବ ବର୍ଷ ଥିବା ଭଞ୍ଜନଗର, ସୋରଡ଼ା ଏବଂ ଦିଗପହଣ୍ଡିରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ ଏସବୁ ବ୍ଲକକୁ ଚଳିତ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଇଛି।

ମ୍ୟାଲେରିଆ ଅଧିକାରୀ ଡା. ଜଗଦୀଶ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ବର୍ଷକୁ ଦୁଇଥର ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ବର୍ଷା ପୂର୍ବରୁ ଏବଂ ପରେ। ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ୭ଟି ବ୍ଲକର ୧୩୫ଟି ଗ୍ରାମରେ ଏହା ହେବ । ମୋଟ ୮୦ଟି ଶିବିର ଅନୁଷ୍ଠିତ ହେବ । ସାନଖେମୁଣ୍ଡି ବ୍ଲକ, କୁକୁଡ଼ାଖଣ୍ଡି ବ୍ଲକରେ ୧୦ଟି ଲେଖାଏଁ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ଚିକିଟି, କୋଦଳା ଏବଂ ପୋଲସରାରେ ୫ଟି ଲେଖାଏ, ଧରାକୋଟରେ ୧୫ ଏବଂ ପାତ୍ରପୁର ବ୍ଲକରେ ୩୦ଟି ଶିବିର ଅନୁଷ୍ଠିତ ହେବ। ପ୍ରତ୍ୟେକ ଶିବିର ୩ ଦିନ ଯାଏଁ ଚାଲିବ। ମେ’ ୩୧ତାରିଖ ପର୍ଯ୍ୟନ୍ତ ଏପରି ଚାଲିବ। ଶିବିରରେ ମ୍ୟାଲେରିଆ ପରୀକ୍ଷା କରାଯିବ। ୂଆବଶ୍ୟକସ୍ଥଳେ ଔଷଧ ପ୍ରଦାନ କରାଯିବ। ଗର୍ଭବତୀ, ଯୁବତୀ ଏବଂ ଶିଶୁମାନଙ୍କ ହେମୋଗ୍ଳୋବିନ୍‌ ପରୀକ୍ଷା ମଧ୍ୟ କରାଯିବ । ଶିଶୁମାନଙ୍କ ଓଜନ ଏବଂ ଉଚ୍ଚତା ପରୀକ୍ଷା ହେବ । ଏତଦ୍‌ ବ୍ୟତୀତ ଗ୍ରାମବାସୀଙ୍କୁ ଔଷଧୀୟ ମଶାରି ବଣ୍ଟନ କରାଯିବ। ଔଷଧ ସଞ୍ଚନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ହଜାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ମ୍ୟାଲେରିଆ ଅଧିକାରୀ ପ୍ରକାଶ କରିଛନ୍ତି । ଗତବର୍ଷ ମଧ୍ୟ ଜିଲାରେ ଦୁଇଟି ପର୍ଯ୍ୟାୟରେ ଦମନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨୦ଟି ଗ୍ରାମରେ ୧୯ହଜାର ୧୧୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ହଜାର ୬୧୮ଜଣଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ପଜେଟିଭ ବାହାରିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ୧୧୪ଟି ଗ୍ରାମରେ ୧୬ହଜାର ୫୫୬ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୨ହଜାର ୧୬୮ଜଣଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri