ମୋଦିଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିବା ଅବସରରେ ବାବୁମାନଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ସରକାର ଦୁର୍ନୀତିକୁ ଆଦୌ ସହ୍ୟ କରିବେ ନାହିଁ। ନିକଟରେ ମୋଦି ସରକାର ଦୁର୍ନୀତି ଅଭିଯୋଗ ଥିବା ୧୫ ଜଣ ବରିଷ୍ଠ ରାଜସ୍ବ ସେବା ଅଧିକାରୀ (ଆଇଆର୍‌ଏସ୍‌)ଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଅଭିଯୁକ୍ତ ମୁଖ୍ୟ କମିଶନର, ପ୍ରମୁଖ କମିଶନର ଓ କମିଶନରଙ୍କ ସମେତ ୧୨ ଜଣ ବରିଷ୍ଠ ଅଫିସରଙ୍କୁ ବିଦା କରିବାର କେଇଦିନ ପରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ) ନିୟମାବଳୀ, ୧୯୭୨ର ଧାରା ୫୬(ଜେ) ଅନୁସାରେ ସରକାର ଉକ୍ତ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଉକ୍ତ ବାବୁମାନଙ୍କ ମଧ୍ୟରୁ କେତେଜଣଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସିବିଆଇ ଗିରଫ କରିଥିବା ବେଳେ ଅନ୍ୟମାନେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। କୁହାଯାଉଛି ଯେ ଧରାପଡ଼ିଥିବା ଏହିସବୁ ଦୁର୍ନୀତି ଭାସମାନ ବରଫ ପାହାଡ଼ରୁ ଦିଶୁଥିବା ଅଗ୍ରଭାଗ ମାତ୍ର। ଅମଲାତନ୍ତ୍ରରୁ ଅଳିଆ ସଫା କରିବା ପାଇଁ ଏହା ହେଉଛି ସରକାରଙ୍କର ଛୋଟିଆ ପଦକ୍ଷେପ। ଆସନ୍ତା ମାସଗୁଡ଼ିକରେ ଆହୁରି ଅନେକ ଶହ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯିବ ବୋଲି ସରକାର ଏହାଦ୍ୱାରା ସଙ୍କେତ ଦେଇଛନ୍ତି। କ୍ୟାବିନେଟ୍‌ ସଚିବ ଓ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଗତ କିଛିଦିନ ଭିତରେ ବିଭିନ୍ନ ବିଭାଗର ଭିଜିଲାନ୍ସ ମୁଖ୍ୟଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେବାକୁ ଥିବା ବାବୁମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ମୌଖିକ ଆଦେଶ ଦେଇଛନ୍ତି। ଏହାକୁ ଦେଖି ଅନ୍ୟ ବାବୁମାନେ ଭୟଭୀତ ହେବାର ଯଥେଷ୍ଟ କାରଣ ରହିଛି।
ତାମିଲନାଡ଼ୁ ବାବୁଙ୍କ ପାଇଁ ଡ୍ରେସ୍‌ କୋଡ୍‌
ବିଭିନ୍ନ କ୍ଷେତ୍ରରେ ଡ୍ରେସ୍‌ କୋଡ୍‌ ଲାଗୁ କରିବାର କାରଣ ହେଉଛି ପୋଷାକ ଏକ ଭାବମୂର୍ତ୍ତି ତିଆରି କରେ ଏବଂ କର୍ମଚାରୀମାନେ ଯେ ପ୍ରଫେଶନାଲ ତାହା ସୂଚାଏ। ନିକଟରେ ତାମିଲନାଡ଼ୁ ସରକାର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ତାମିଲ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ଆଦେଶ ଦେଇଛନ୍ତି। ଏପରି ଡ୍ରେସ୍‌ କୋଡ୍‌ ଦ୍ୱାରା ଅଫିସ ଡେକୋରମ୍‌ (ଶାଳୀନତା) ରକ୍ଷା ହୋଇପାରିବ ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗିରିଜା ବୈଦ୍ୟନାଥନ୍‌ଙ୍କ ସ୍ବାକ୍ଷରରେ କାର୍ମିକ ଓ ପ୍ରଶାସନିକ ସଂସ୍କାର ବିଭାଗ ତରଫରୁ ଦିଆଯାଇଥିବା ଆଦେଶନାମାରେ କୁହାଯାଇଛି ଯେ, ମହିଳାମାନେ ଶୋଭନୀୟ ରଙ୍ଗବିଶିଷ୍ଟ ଶାଢ଼ି ବା ଶାଲ୍‌ଓ୍ବାର କମିଜ୍‌ ବା ଦୁପଟା ସହ ଚୁଡ଼ିଦାର ପିନ୍ଧିବେ ଏବଂ ପୁରୁଷମାନେ ଔପଚାରିକ ପ୍ୟାଣ୍ଟ ସହ ଶାର୍ଟ ପିନ୍ଧିବେ, ଯାହା ତାମିଲ ସଂସ୍କୃତିକୁ ପ୍ରତିଫଳିତ କରୁଥିବ ବା ପାରମ୍ପରିକ ଭାରତୀୟ ପୋଷାକ ହୋଇଥିବ। ଅନ୍ୟ ସାମୟିକ ପୋଷାକ ନ ପିନ୍ଧିବାକୁ ଏଥିରେ କୁହାଯାଇଛି। ଯେଉଁ ଅଫିସରମାନେ କୋର୍ଟ ବା ଟ୍ରିବ୍ୟୁନାଲ ବା ନ୍ୟାୟିକ ଫୋରମ୍‌ ଆଗରେ ହାଜର ହେଉଛନ୍ତି ସେମାନେ ଟ୍ରାଉଜର ସହ ଛୋଟ ବଟନ୍‌ଦିଆ ପୂରା ହାତବାଲା କୋଟ ପିନ୍ଧିବେ। ଯଦି କୌଣସି ଅଫିସର ଖୋଲା କୋଟ ପିନ୍ଧିବାକୁ ପସନ୍ଦ କରୁଥିବେ ତେବେ ସେ ଏଥି ସହ ଟାଇ ବାନ୍ଧିବେ ଏବଂ ତାଙ୍କ ପୋଷାକ ଭଦ୍ର ତଥା ଶୋଭନ ରଙ୍ଗ ଓ ଡିଜାଇନବିଶିଷ୍ଟ ହୋଇଥିବ। ଜଣେ ମହିଳା ଶୋଭନ ରଙ୍ଗବିଶିଷ୍ଟ ଶାଢ଼ି ବା ଶାଲ୍‌ଓ୍ବାର କମିଜ୍‌ ବା ଦୁପଟା ସହ ଚୁଡ଼ିଦାର ପିନ୍ଧିବେ। କିନ୍ତୁ ଲୋକପ୍ରିୟ ପାରମ୍ପରିକ ଭେଷ୍ଟି (ଧୋତି ବା ଲୁଙ୍ଗି ପରି ପିନ୍ଧାଯାଉଥିବା ଧୋତି)କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ଏହାକୁ ପିନ୍ଧୁଥିବା ଲୋକମାନେ ନିରାଶ ହୋଇଥିଲେ। ତେବେ ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏହି ଆଦେଶନାମାକୁ ଏବେ ସଂଶୋଧନ କରାଯାଇଛି। ସରକାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପାରମ୍ପରିକ ଭେଷ୍ଟି ପିନ୍ଧିବାରେ କୌଣସି ବାରଣ ନାହିଁ।
ପୁନଃ କ୍ୟାଡର ଆବଣ୍ଟନ ପ୍ରସ୍ତାବ
ଫାଉଣ୍ଡେଶନ କୋର୍ସ ସାରିବା ପରେ ଆଇଏଏସ୍‌ ଓ ଆଇପିଏସ୍‌ କ୍ୟାଡର ଆବଣ୍ଟନ କରିବା ଲାଗି ୟୁପିଏସ୍‌ସି ଦେଇଥିବା ପ୍ରସ୍ତାବକୁ ମୋଦି ସରକାର ପୁନର୍ବିଚାର କରିବାର ସମ୍ଭାବନା ଦେଖାଦେଇଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ୧୦୦ ଦିନିଆ ଯୋଜନା ପ୍ରଦାନ କରିବା ଆଶା କରାଯାଉଛି। ଏଥିସହ ବିଭାଗ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଆର୍‌ଏସ୍‌ ପରି ପ୍ରମୁଖ ପ୍ରଶାସନିକ ସେବାରେ ନିଯୁକ୍ତି ଲାଗି ଏକୀକୃତ ଫାଉଣ୍ଡେଶନ କୋର୍ସ ନିମନ୍ତେ ସୁପାରିସ କରିବ। ଏହି କୋର୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗତବର୍ଷ ବିଚାର କରିଥିଲା। ୟୁପିଏସ୍‌ସି ଦ୍ୱାରା ବଛାଯାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ର଼୍ୟାଙ୍କିଙ୍ଗ୍‌ ଅନୁସାରେ ନୁହେଁ ବରଂ ଏକୀକୃତ ଫାଉଣ୍ଡେଶନ କୋର୍ସ ଭିତ୍ତିରେ ନିଯୁକ୍ତି ଦିଆଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାବୁମାନେ ସେତେବେଳେ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ସେମାନଙ୍କର ଭୟ ଥିଲା ଯେ ଏହାଦ୍ୱାରା ବ୍ୟକ୍ତିଗତ ଧାରଣା ବା ପସନ୍ଦ ଅନୁସାରେ ନିଯୁକ୍ତି ଦିଆଯିବ। କିନ୍ତୁ ଏଥର ମୋଦି ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦୃଢ଼ଭାବରେ ଶାସନ କ୍ଷମତା ଦଖଲ କରିଥିବାରୁ ଏ ପ୍ରସ୍ତାବକୁ ପୂର୍ବାପେକ୍ଷା କମ୍‌ ବିରୋଧ କରାଯିବ। ଅର୍ଥାତ୍‌ ପ୍ରସ୍ତାବ କାର୍ଯ୍ୟକାରୀ ହେବାର ଏଥର ଯଥେଷ୍ଟ ସମ୍ଭାବନା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri