ମୋଦିଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିବା ଅବସରରେ ବାବୁମାନଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ସରକାର ଦୁର୍ନୀତିକୁ ଆଦୌ ସହ୍ୟ କରିବେ ନାହିଁ। ନିକଟରେ ମୋଦି ସରକାର ଦୁର୍ନୀତି ଅଭିଯୋଗ ଥିବା ୧୫ ଜଣ ବରିଷ୍ଠ ରାଜସ୍ବ ସେବା ଅଧିକାରୀ (ଆଇଆର୍‌ଏସ୍‌)ଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଅଭିଯୁକ୍ତ ମୁଖ୍ୟ କମିଶନର, ପ୍ରମୁଖ କମିଶନର ଓ କମିଶନରଙ୍କ ସମେତ ୧୨ ଜଣ ବରିଷ୍ଠ ଅଫିସରଙ୍କୁ ବିଦା କରିବାର କେଇଦିନ ପରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ) ନିୟମାବଳୀ, ୧୯୭୨ର ଧାରା ୫୬(ଜେ) ଅନୁସାରେ ସରକାର ଉକ୍ତ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଉକ୍ତ ବାବୁମାନଙ୍କ ମଧ୍ୟରୁ କେତେଜଣଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସିବିଆଇ ଗିରଫ କରିଥିବା ବେଳେ ଅନ୍ୟମାନେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। କୁହାଯାଉଛି ଯେ ଧରାପଡ଼ିଥିବା ଏହିସବୁ ଦୁର୍ନୀତି ଭାସମାନ ବରଫ ପାହାଡ଼ରୁ ଦିଶୁଥିବା ଅଗ୍ରଭାଗ ମାତ୍ର। ଅମଲାତନ୍ତ୍ରରୁ ଅଳିଆ ସଫା କରିବା ପାଇଁ ଏହା ହେଉଛି ସରକାରଙ୍କର ଛୋଟିଆ ପଦକ୍ଷେପ। ଆସନ୍ତା ମାସଗୁଡ଼ିକରେ ଆହୁରି ଅନେକ ଶହ ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯିବ ବୋଲି ସରକାର ଏହାଦ୍ୱାରା ସଙ୍କେତ ଦେଇଛନ୍ତି। କ୍ୟାବିନେଟ୍‌ ସଚିବ ଓ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଗତ କିଛିଦିନ ଭିତରେ ବିଭିନ୍ନ ବିଭାଗର ଭିଜିଲାନ୍ସ ମୁଖ୍ୟଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେବାକୁ ଥିବା ବାବୁମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ମୌଖିକ ଆଦେଶ ଦେଇଛନ୍ତି। ଏହାକୁ ଦେଖି ଅନ୍ୟ ବାବୁମାନେ ଭୟଭୀତ ହେବାର ଯଥେଷ୍ଟ କାରଣ ରହିଛି।
ତାମିଲନାଡ଼ୁ ବାବୁଙ୍କ ପାଇଁ ଡ୍ରେସ୍‌ କୋଡ୍‌
ବିଭିନ୍ନ କ୍ଷେତ୍ରରେ ଡ୍ରେସ୍‌ କୋଡ୍‌ ଲାଗୁ କରିବାର କାରଣ ହେଉଛି ପୋଷାକ ଏକ ଭାବମୂର୍ତ୍ତି ତିଆରି କରେ ଏବଂ କର୍ମଚାରୀମାନେ ଯେ ପ୍ରଫେଶନାଲ ତାହା ସୂଚାଏ। ନିକଟରେ ତାମିଲନାଡ଼ୁ ସରକାର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ତାମିଲ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ଆଦେଶ ଦେଇଛନ୍ତି। ଏପରି ଡ୍ରେସ୍‌ କୋଡ୍‌ ଦ୍ୱାରା ଅଫିସ ଡେକୋରମ୍‌ (ଶାଳୀନତା) ରକ୍ଷା ହୋଇପାରିବ ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗିରିଜା ବୈଦ୍ୟନାଥନ୍‌ଙ୍କ ସ୍ବାକ୍ଷରରେ କାର୍ମିକ ଓ ପ୍ରଶାସନିକ ସଂସ୍କାର ବିଭାଗ ତରଫରୁ ଦିଆଯାଇଥିବା ଆଦେଶନାମାରେ କୁହାଯାଇଛି ଯେ, ମହିଳାମାନେ ଶୋଭନୀୟ ରଙ୍ଗବିଶିଷ୍ଟ ଶାଢ଼ି ବା ଶାଲ୍‌ଓ୍ବାର କମିଜ୍‌ ବା ଦୁପଟା ସହ ଚୁଡ଼ିଦାର ପିନ୍ଧିବେ ଏବଂ ପୁରୁଷମାନେ ଔପଚାରିକ ପ୍ୟାଣ୍ଟ ସହ ଶାର୍ଟ ପିନ୍ଧିବେ, ଯାହା ତାମିଲ ସଂସ୍କୃତିକୁ ପ୍ରତିଫଳିତ କରୁଥିବ ବା ପାରମ୍ପରିକ ଭାରତୀୟ ପୋଷାକ ହୋଇଥିବ। ଅନ୍ୟ ସାମୟିକ ପୋଷାକ ନ ପିନ୍ଧିବାକୁ ଏଥିରେ କୁହାଯାଇଛି। ଯେଉଁ ଅଫିସରମାନେ କୋର୍ଟ ବା ଟ୍ରିବ୍ୟୁନାଲ ବା ନ୍ୟାୟିକ ଫୋରମ୍‌ ଆଗରେ ହାଜର ହେଉଛନ୍ତି ସେମାନେ ଟ୍ରାଉଜର ସହ ଛୋଟ ବଟନ୍‌ଦିଆ ପୂରା ହାତବାଲା କୋଟ ପିନ୍ଧିବେ। ଯଦି କୌଣସି ଅଫିସର ଖୋଲା କୋଟ ପିନ୍ଧିବାକୁ ପସନ୍ଦ କରୁଥିବେ ତେବେ ସେ ଏଥି ସହ ଟାଇ ବାନ୍ଧିବେ ଏବଂ ତାଙ୍କ ପୋଷାକ ଭଦ୍ର ତଥା ଶୋଭନ ରଙ୍ଗ ଓ ଡିଜାଇନବିଶିଷ୍ଟ ହୋଇଥିବ। ଜଣେ ମହିଳା ଶୋଭନ ରଙ୍ଗବିଶିଷ୍ଟ ଶାଢ଼ି ବା ଶାଲ୍‌ଓ୍ବାର କମିଜ୍‌ ବା ଦୁପଟା ସହ ଚୁଡ଼ିଦାର ପିନ୍ଧିବେ। କିନ୍ତୁ ଲୋକପ୍ରିୟ ପାରମ୍ପରିକ ଭେଷ୍ଟି (ଧୋତି ବା ଲୁଙ୍ଗି ପରି ପିନ୍ଧାଯାଉଥିବା ଧୋତି)କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ଏହାକୁ ପିନ୍ଧୁଥିବା ଲୋକମାନେ ନିରାଶ ହୋଇଥିଲେ। ତେବେ ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏହି ଆଦେଶନାମାକୁ ଏବେ ସଂଶୋଧନ କରାଯାଇଛି। ସରକାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପାରମ୍ପରିକ ଭେଷ୍ଟି ପିନ୍ଧିବାରେ କୌଣସି ବାରଣ ନାହିଁ।
ପୁନଃ କ୍ୟାଡର ଆବଣ୍ଟନ ପ୍ରସ୍ତାବ
ଫାଉଣ୍ଡେଶନ କୋର୍ସ ସାରିବା ପରେ ଆଇଏଏସ୍‌ ଓ ଆଇପିଏସ୍‌ କ୍ୟାଡର ଆବଣ୍ଟନ କରିବା ଲାଗି ୟୁପିଏସ୍‌ସି ଦେଇଥିବା ପ୍ରସ୍ତାବକୁ ମୋଦି ସରକାର ପୁନର୍ବିଚାର କରିବାର ସମ୍ଭାବନା ଦେଖାଦେଇଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ୧୦୦ ଦିନିଆ ଯୋଜନା ପ୍ରଦାନ କରିବା ଆଶା କରାଯାଉଛି। ଏଥିସହ ବିଭାଗ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଆର୍‌ଏସ୍‌ ପରି ପ୍ରମୁଖ ପ୍ରଶାସନିକ ସେବାରେ ନିଯୁକ୍ତି ଲାଗି ଏକୀକୃତ ଫାଉଣ୍ଡେଶନ କୋର୍ସ ନିମନ୍ତେ ସୁପାରିସ କରିବ। ଏହି କୋର୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗତବର୍ଷ ବିଚାର କରିଥିଲା। ୟୁପିଏସ୍‌ସି ଦ୍ୱାରା ବଛାଯାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ର଼୍ୟାଙ୍କିଙ୍ଗ୍‌ ଅନୁସାରେ ନୁହେଁ ବରଂ ଏକୀକୃତ ଫାଉଣ୍ଡେଶନ କୋର୍ସ ଭିତ୍ତିରେ ନିଯୁକ୍ତି ଦିଆଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାବୁମାନେ ସେତେବେଳେ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ସେମାନଙ୍କର ଭୟ ଥିଲା ଯେ ଏହାଦ୍ୱାରା ବ୍ୟକ୍ତିଗତ ଧାରଣା ବା ପସନ୍ଦ ଅନୁସାରେ ନିଯୁକ୍ତି ଦିଆଯିବ। କିନ୍ତୁ ଏଥର ମୋଦି ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦୃଢ଼ଭାବରେ ଶାସନ କ୍ଷମତା ଦଖଲ କରିଥିବାରୁ ଏ ପ୍ରସ୍ତାବକୁ ପୂର୍ବାପେକ୍ଷା କମ୍‌ ବିରୋଧ କରାଯିବ। ଅର୍ଥାତ୍‌ ପ୍ରସ୍ତାବ କାର୍ଯ୍ୟକାରୀ ହେବାର ଏଥର ଯଥେଷ୍ଟ ସମ୍ଭାବନା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?