‘ମୋ ସରକାର’ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ଏତଲାକାରୀଙ୍କଠାରୁ ରିପୋର୍ଟ ନେଲେ କମିଶନର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସବୁ ଜିଲାରେ ରହିଥିବା ଥାନା ଓ ମେଡିକାଲକୁ ଆସୁଥିବା ଜନସାଧାରଣଙ୍କ ସହ ଫୋନ ଜରିଆରେ ମୁଖ୍ୟମନ୍ତ୍ରୀ କଥାହୋଇ ସମସ୍ୟା ସମ୍ପର୍କରେ ଅବଗତ ହେବେ। କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସ ପକ୍ଷରୁ ଏ ନେଇ ପ୍ରସ୍ତୁତି ଚାଲିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ କାର୍ଯ୍ୟକାରୀ କରିବାସହ ପୋଲିସ କର୍ମଚାରୀଙ୍କ ଆଚରଣ ଏବଂ ବ୍ୟବହାର ଉପରେ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। କମିଶନର ଷଡ଼ଙ୍ଗୀ ଏତଲାକାରୀଙ୍କୁ ସିଧାସଳଖ ଫୋନ କରି ଥାନାର ରିପୋର୍ଟ କାର୍ଡ ନେଇଛନ୍ତି। ୮ ପ୍ରସଙ୍ଗରେ ପଚାରି ବୁଝିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଜାଣିବା ସହ ଏ ବାବଦରେ ଥାନାକୁ କେତେ ମାର୍କ ଦେବାକୁ ଚାହାନ୍ତି ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି। ତେବେ ଏତଲାକରୀଙ୍କ ମାର୍କ ଉପରେ ଥାନା ଓ କର୍ମଚାରୀଙ୍କର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ବୁଧବାର କମିଶନର ଷଡ଼ଙ୍ଗୀ ନିଜ କାର୍ଯ୍ୟାଳୟ କଲ୍‌ ସେଣ୍ଠ୍ଟରରୁ କଟକ ଏବଂ ଭୁବନେଶ୍ୱରର ୩ଜଣ ଏତଲାକରୀଙ୍କୁ କଲ୍‌ କରିଥିଲେ। ତିନିଜଣଙ୍କ ଭିତରୁ ଜଣଙ୍କୁ ଛାଡ଼ି ଅନ୍ୟ ଦୁଇଜଣ ଫୋନ୍‌ ଉଠାଇଥିଲେ। କଟକ ମଧୁପାଟଣା ଅଞ୍ଚଳର ଜଣେ ଏତଲାକାରୀଙ୍କୁ କମିଶନର କହିଥିଲେ, ରାଜ୍ୟ ସରକାରଙ୍କ ‘ମୋ ସରକାର’ କଲ୍‌ ସେଣ୍ଟରରୁ କହୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିବା ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ କର୍ମଚାରୀମାନେ ଅଭିଯୋଗକାରୀଙ୍କ ସହ କିଭଳି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଆପଣଙ୍କର ମତାମତ ନିଆଯିବ। ଆପଣଙ୍କ ନାମ ଏବଂ ପରିଚୟ ଗୁପ୍ତ ରଖାଯିବ। ଏତଲାକାରୀ ସମ୍ମତି ଜଣାଇବା ପରେ କମିଶନର ପଚାରିଥିଲେ, ଥାନାରେ ଆପଣଙ୍କ ଅଭିଯୋଗକୁ ଗ୍ରହଣ କରାଗଲା ନା ବାରମ୍ବାର ହଇରାଣ କରାଗଲା। ଥାନାର ବ୍ୟବହାର ଭଲ ରହିଥିଲା ନା ଠିକ୍‌ ନ ଥିଲା। ଅଭିଯୋଗ ଗ୍ରହଣର କପି ମେସେଜ ଯୋଗେ ଦିଆଯାଇଛି କି ନାହିଁ, ପୁଲିସ ତୁରନ୍ତ କାଯର୍‌ୟାନୁଷ୍ଠାନ ନେଇଛନ୍ତି ନା ନାହିଁ। ଅଭିଯୋଗ ସଂକ୍ରାନ୍ତରେ ପୋଲିସ କର୍ମଚାରୀଙ୍କ ବ୍ୟବହାର ଓ ଆଚରଣ କିଭଳି ରହିଥିଲା। ପ୍ରତି ପ୍ରଶ୍ନ ପାଇଁ ୫ ମାର୍କ ଥିବାବେଳେ ଅଭିଯୋଗକାରୀ ଥାନାଠାରୁ ପାଇଥିବା ସେବା ଅନୁଯାୟୀ ନିିର୍ଦ୍ଦିଷ୍ଟ ମାର୍କ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri