ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ ବିକ୍ରି କରି ପାରି ନାହାନ୍ତି। ଏଭଳି ସ୍ଥିତିରେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାର ଖୋଲା ଆକାଶତଳେ ପଡ଼ି ରହିଛି। ବିଭିନ୍ନ ସମୟରେ ବର୍ଷା ଯୋଗୁ ତାହା ଭିଜିବାରେ ଲାଗିଛି। ଆଗକୁ ପୁଣି ବର୍ଷା ମାଡ଼ି ଆସୁଥିବାରୁ ଚାଷୀମାନଙ୍କ ଧାନବିକ୍ରି ଚିନ୍ତା ବଢ଼ି ଯାଇଛି। ଅନ୍ୟପଟେ ରବିଧାନ ବିକି ପାରି ନଥିବାରୁ ଜିଲାର ଚାଷୀମାନେ ଖରିଫ୍‌ ଚାଷକାର୍ଯ୍ୟକୁ ମଧ୍ୟ ଆଗେଇ ନେଇ ପାରୁ ନାହାନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ସହରାଟିକ୍ରା, ଗାଇସୀମା, ଗ୍ରୀଣ୍ଡୋଲା, ଖୁଣ୍ଟପାଲି, ମୁଲବାର ଆଦି ଅଞ୍ଚଳର ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଏବଂ ସମବାୟ ଉପନିବନ୍ଧକ(ଡିଆରସିଏସ୍‌)ଙ୍କୁ କାର୍ଯ୍ୟାଳୟକୁ ଟୋକନ ସମସ୍ୟାର ସମାଧାନ ଦାବି ନେଇ ଆସିଥିଲେ। ଆସନ୍ତା ୨୦ତାରିଖ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ନ ମିଳିଲେ କିମ୍ବା ଟୋକନରେ ରହିଥିବା ତ୍ରୁଟି ସଂଶୋଧନ କରା ନଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ।
ସୂଚନା ଅନୁଯାୟୀ, ଗତ ୧୧ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭରୁ ଟୋକନ ସମସ୍ୟା ଯୋଗୁ ଧାନ ବିକ୍ରିବଟା ପ୍ରଭାବିତ ହୋଇଛି। ଜିଲାର ଅନେକ ଚାଷୀଙ୍କ ଟୋକନକୁ ବ୍ଲକ୍‌ କରି ଦିଆଯାଇଛି। ସେହିପରି ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି, ସେଥିରେ ପଞ୍ଜୀକୃତ ଜମି ତୁଳନାରେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ଯଥେଷ୍ଟ କମାଇ ଦିଆଯାଇଛି। ଏଭଳି ଅଭିଯୋଗ ନେଇ ଚାଷୀମାନେ ବାରମ୍ବାର ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ଠାରୁ ଆରମ୍ଭ କରି ସମବାୟ ଉପନିବନ୍ଧକ, ଜିଲା ଯୋଗାଣ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାଁ ଧପଡ଼ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ପରାମର୍ଶକ୍ରମେ ନିର୍ଦ୍ଧାରୀତ ଫର୍ମରେ ଆବେଦନ କରୁଛନ୍ତି। ମାତ୍ର ମାସମାସ ବିତିଯିବା ସତ୍ତ୍ୱେ ସେମାନଙ୍କ ଟୋକନ ସମସ୍ୟାର ସମାଧାନ ହେଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ମହାପାତ୍ରଙ୍କ ନେତୃତ୍ୱରେ ଚାଷୀ ପ୍ରତିନିଧି ପ୍ରଶାନ୍ତ ସାହୁ, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ ପ୍ରମୁଖ ସମବାୟ ଉପନିବନ୍ଧକ ଏବଂ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?