Posted inଖେଳ

ମେସି, ରାପିନୋଙ୍କୁ ମିଳିପାରେ ବାଲୋନ ଡି’ ଅର

ପ୍ୟାରିସ,୦୧।୧୨(ଏଏଫ୍‌ପି)- ଚଳିତବର୍ଷର ସମ୍ମାନଜନକ ବାଲୋନ ଡି’ଅର ପୁରସ୍କାର ପୁରୁଷ ବର୍ଗରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ମହିଳା ବର୍ଗରେ ବିଶ୍ୱକପ୍‌ ଚାମ୍ପିୟନ ଆମେରିକା ଦଳର ଷ୍ଟାର ମେଗାନ ରାପିନୋଙ୍କୁ ମିଳିପାରେ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ସୋମବାର ସ୍ଥାନୀୟ ଚାଟଲେଟ ଥିଏଟରଠାରେ ଅନୁଷ୍ଠିତ ହେବାକୁ ଥିବା ଜାକଜମକ୍ୟ ଉତ୍ସବରେ ପ୍ରଦାନ କରାଯିବ। ଏଥିରେ ବିଶ୍ୱ ଫୁଟବଲ ବହୁ ଜଣାଶୁଣା ନାମ ଯୋଗଦେବେ। ମହିଳା ବିଭାଗର ପୁରସ୍କାର ରାପିନୋଙ୍କୁ ମିଳିବାର ବିଶେଷ ସମ୍ଭାବନା ରହିଛି। କାରଣ ଚଳିତବର୍ଷ ତାଙ୍କ ପ୍ରତିନିଧିତ୍ୱରେ ଆମେରିକା ତା’ର ମହିଳା ଫିଫା ବିଶ୍ୱକପ୍‌ ଟାଇଟଲ ବଜାୟ ରଖିଥିଲା। ଅନ୍ୟପକ୍ଷରେ ୨୦୧୮ରେ କ୍ରୋଏସିଆର ଲୁକା ମୋଡ୍ରିଚ୍‌ ପୁରୁଷ ବିଭାଗର ସମ୍ମାନ ଜିତିବା ପରେ ୧୨ ମାସ ହେଲା ଅନିଶ୍ଚିତତା ଜାରି ରହିଛି। ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବାଲୋନ ଡି’ଅର ପୁରସ୍କାର ହାତେଇଥିଲେ। ଏଥର ପୁରସ୍କାର ମେସି ହାତେଇ ପାରନ୍ତି। ୩୨ ବର୍ଷୀୟ ମେସି ଗତ ଲା’ ଲିଗା ଲିଗ୍‌ରେ ସର୍ବାଧିକ ୩୬ ଗୋଲ କରିଥିଲେ, ଯାହାଫଳରେ ବାର୍ସିଲୋନା ଟାଇଟଲ ବଜାୟ ରଖିଥିଲା। କିନ୍ତୁ କୋପା ଆମେରିକା ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାଙ୍କ ବ୍ୟତୀତ ପୁରସ୍କାର ପାଇଁ ୩୦ ନୋମିନଙ୍କ ତାଲିକାରେ ଲିଭରପୁଲ ଡିଫେଣ୍ଡର ବିର୍ଗିଲ ଭାନ ଡିଜକଙ୍କ ନାମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri