Posted inଖେଳ

ମେସି ଆଣିଲେ ଦୁର୍ନୀତି ଅଭିଯୋଗ

କୋପା ଆମେରିକାର ପ୍ଲେ ଅଫ୍‌ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ୫ ଥର ବାଲୋନ ଡି’ ଅର ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଚିଲି ଅଧିନାୟକ ଗାରି ମେଡେଲ ଫିଲ୍ଡରେ ଯୁକ୍ତିତର୍କ କରିଥିଲେ। ଏଥିରେ ମେଡେଲ ଛାତିରେ ମେସିଙ୍କୁ ଧକ୍କା ମାରିଥିଲେ। ଏହା ଅନ୍ତର୍ଜାତୀୟ ଫୁଟ୍‌ବଲ ମ୍ୟାଚ୍‌ରେ ଏକ ସାମାନ୍ୟ ଘଟଣା। କିନ୍ତୁ ଉଭୟ ଖେଳାଳିଙ୍କୁ ରେଫରି ମାରିଓ ଡିଆଜ ଡେ ଭିଭାର ରେଡ୍‌ କାର୍ଡ ଦେଇଥିଲେ। ନିଷ୍ପତ୍ତି ବଦଳାଇବା ଲାଗି ଦୁଇ ଦଳର ଖେଳାଳି ଭିଏଆର ନେବାକୁ ଅନୁରୋଧ କରିଥିଲେ। ହେଲେ ରେଫରି ଭିଭାର ମନା କରିଦେଇଥିଲେ। ଏଥିଯୋଗୁ ମେସି ମ୍ୟାଚ୍‌ ପରେ ଅନୁଷ୍ଠିତ ପଦକ ବିତରଣ ଉତ୍ସବରେ ଯୋଗଦେବାକୁ ମନା କରିି ଦେଇଥିଲେ। ଏଥିସହ ଆୟୋଜକ କମିଟି ବ୍ରାଜିଲକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଅଭିଯୋଗ କରିଥିଲି, ଯାହାକି ମୋତେ ମିଳିଥିବା ରେଡ୍‌ କାର୍ଡର କାରଣ। ସେ ଆହୁରି କହିଥିଲେ, ଦୁର୍ନୀତି ଓ ରେଫରିମାନେ ଦର୍ଶକଙ୍କୁ ଫୁଟ୍‌ବଲ ଉପଭୋଗ କରିବାରୁ ରୋକୁଛନ୍ତି। ବ୍ରାଜିଲ ଚାମ୍ପିୟନ ହେବ, ଏଥିରେ ସନ୍ଦେହ ନାହିଁ। ଏହାର ଜବାବ ଦେଇଛି ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ ପରିଚାଳନା କମିଟି (ସିଓଏନ୍‌ଏମ୍‌ଇବିଓଏଲ)। ମେସି ପ୍ରତିଯୋଗିତା, ପ୍ରତିଯୋଗୀ ଦେଶ ଓ ଆୟୋଜକ କମିଟିର ଶହ ଶହ ଅଫିସିଆଲଙ୍କୁ ସମ୍ମାନ ଦେଉନାହାନ୍ତି। ଯାହା ତାଙ୍କ ଅଭିଯୋଗରୁ ଜଣାପଡ଼ୁଛି। ମ୍ୟାଚ୍‌ର ଫଳାଫଳକୁ ଗ୍ରହଣ ଓ ସମ୍ମାନ ଦେବା ଜଣେ ଖେଳାଳିଙ୍କ ଖେଳୁଆଡ଼ ମନୋଭାବକୁ ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?