ମେଧାବୀ ଛାତ୍ରଙ୍କୁ ନାମଲେଖା ପାଇଁ ମିଳିଲା ସହାୟତା

ଆନନ୍ଦପୁର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କୃଷ୍ଣ ଚନ୍ଦ୍ର ହେମ୍ବ୍ରମ୍‌ ନାମକ ଜଣେ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ନାମଲେଖା ବାବଦରେ ସହାୟତା ଯୋଗାଇଦେଇଛନ୍ତି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ସମ୍ପୃକ୍ତ ଛାତ୍ରଙ୍କ ପରିବାର ଲୋକେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତ ପଞ୍ଚୁଗୋଛିଆ ଗ୍ରାମର ବାପଛେଉଣ୍ଡ କୃଷ୍ଣ ଜଣେ ମେଧାବୀ ଓ ଭିନ୍ନକ୍ଷମ ଛାତ୍ର ଅଟନ୍ତି। ଜବାହର ନବୋଦୟ ବିଦ୍ୟାଳୟ, ହଦଗଡରେ ଦଶମ ଓ ଯୁକ୍ତ୨ ପରୀକ୍ଷାରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଉଚ୍ଚଶିକ୍ଷା ପାଇଁ ନାମଲେଖାଇବା ବାବଦରେ ୨୨,୩୭୫ ଟଙ୍କା ଆବଶ୍ୟକ ପଡିଥିଲା। ଯାହାକି ପୈଠ କରି ଉଚ୍ଚଶିକ୍ଷା ଲାଭ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା। ଏନେଇ ଏକ ରିପୋର୍ଟ ଧରିତ୍ରୀରେ ତା୨୯।୭।୨୦୧୯ରିଖରେ ପ୍ରକାଶ ପାଇଥିଲା। ଘସିପୁରା ବିଡିଓ ଡ. ମଧୁସ୍ମିତା ସାମନ୍ତରାୟ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ପରେ ଜିଲାପାଳ ଠାକରେ କୃଷ୍ଣ ଚନ୍ଦ୍ରଙ୍କ ନାମ ଲେଖା ବାବଦରେ ୨୨୩୭୫ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସୁରଞ୍ଜିକା ବେହେରା କହିଛନ୍ତି ଯେ, ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଛାତ୍ରଙ୍କ ଜମାଖାତାରେ ନାମଲେଖା ବାବଦରେ ଆର୍ଥିକ ସହାୟତା ପୈଠ କରାଯାଇଛି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri