ମେଡିକାଲ କର୍ମଚାରୀ ପଦବୀ ପୂରଣ ହେଉନି

ବାରିପଦା ଅଫିସ,୧୦।୮- ଓଡ଼ିିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖାର ଏକ ସାଧାରଣ ବୈଠକ ସଂଘର ଉପସଭାପତି ଶ୍ୟାମସୁନ୍ଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର, ଫାର୍ମସିଷ୍ଟ, ନର୍ସ, ରେଡିଓଗ୍ରାଫର, ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ପାଇଁ ନୂତନ ନିଯୁକ୍ତି କରାଯାଉଥିବା ବେଳେ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ସରକାର ତୁରନ୍ତ ଏହି ମେଡିକାଲ କଲେଜ ପାଇଁ ୫୦୦ଟି ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରାଯିବା ନେଇ ଦାବି କରାଯାଇଥିଲା। ସେହିପରି ମେଡିକାଲ କଲେଜର ୪୬ଟି ଆଟେଣ୍ଡାଣ୍ଟ ପଦବୀ ପୂରଣ କରିବା ପାଇଁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ସଂଘ ଅଭିଯୋଗ କରିଛି। କେତେକ ୪ର୍ଥ ଶ୍ରେଣୀ କର୍ମଚାରୀ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ସହିତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ପିସି ବସାଇ ପଦୋନ୍ନତି ସହିତ ସେମାନଙ୍କ ଲାଗି ବାସଗୃହ ଏବଂ ଡ୍ୟୁଟି ରୁମର ବ୍ୟବସ୍ଥା କରାଯିବା ସକାଶେ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ସମସ୍ତ ଦାବି ସମ୍ପର୍କରେ ଗତ ୨୩ ଜୁଲାଇରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପୂରଣ କରାଯାଇନାହିଁ। ଆସନ୍ତା ୩ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ବୈଠକରେ ରାଜ୍ୟ ସଂଘର ସଭାପତି ଦିଲୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ସୁବୋଧ କୁମାର ଜେନା, ସୁନ୍ଦର ମୋହନ ପାଢ଼ୀ, କୃଷ୍ଣଚନ୍ଦ୍ର ଦାସ, ଚିନ୍ତାମଣି ଦାସ, ରାମକୃଷ୍ଣ ତୁଙ୍ଗ, ଗଣେଶ୍ୱର ସିଂ, ଗତିକୃଷ୍ଣ ପଲେଇ, ମହେନ୍ଦ୍ର ପଲେଇ, ସନ୍ତୋଷ କୁମାର ନାୟକ, ବିଶ୍ୱଶଙ୍କର କଲିଆ, ପ୍ରମୋଦ କୁମାର ଦାସବାବୁ, ଅଜନ୍ତା ସାଠିଆ, କାହ୍ନୁଚରଣ ସେଠୀ, ଲୁଧିମଣି ଦେଇ, ସୁଜାତା ମହାନ୍ତ, ବିଜୟ ଲକ୍ଷ୍ମୀ ମହାନ୍ତ, ସୁଚିତ୍ରା ମହାକୁଡ ଓ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri