ମୃତକଙ୍କ ପରିବାରକୁ ଭେଟିଲା ଜିଲା ପ୍ରଶାସନ

ରସୁଲପୁର,୨୪ା୨(ଡିଏନଏ): ଯାଜପୁର ସଦର ଥାନା ଯମଧର ଗାଁରେ ଯାଜପୁର ଜିଲା ପ୍ରଶାସନ ପହଞ୍ଚତ୍ଛି। ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଯାଜପୁର ପୌରପରିଷଦର ଅଧ୍ୟକ୍ଷ ଭବପ୍ରକାଶ ଦାସଙ୍କ ସମେତ ଯାଜପୁର ତହସିଲ ପ୍ରଶାସନର କର୍ମଚାରୀ ପ୍ରମୁଖ ରବିବାର ପୂର୍ବାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଜୀବନ୍ତ ଦଗ୍ଧ ହୋଇଥିବା ଓଡ଼ିଆ ଶ୍ରମିକଙ୍କ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ଦୟାନିଧି ଖୁଣ୍ଟିଆ(୩୭), ଚିନ୍ମୟ ଖୁଣ୍ଟିଆ(୨୫) ଏବଂ କାମେଶ ସିଂ(୨୩)ଙ୍କ ମୃତଦେହ ଗାଁରେ କିପରି ପହଞ୍ଚତ୍ବ ସେ ନେଇ ଜିଲା ପ୍ରଶାସନ ତପତ୍ର ହୋଇଉଠିଛି। ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାଛଡା ଆଉ କେଉଁ ଦିଗରୁ କ’ଣ ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ନେଇ ଜିଲା ପ୍ରଶାସନ ଚିନ୍ତା କରୁଛି ବୋଲି ଭାରପ୍ରାପ୍ତ ଜିଲାପାଳ ନାୟକ ପ୍ରକାଶ କରିଛନ୍ତି।
ଥାଉକି, ଅହମ୍ମଦାଦର ଓଧାବ୍‌ ଜିଆଇଡିସି ଅଞ୍ଚଳରେ ଥିବା ଲୋଟସ କପଡ଼ା ଲେବଲ୍‌ କାରଖାନାରେ ଉକ୍ତ ୩ ଶ୍ରମିକ କାର୍ଯ୍ୟ କରନ୍ତି। ଶୁକ୍ରବାର ରାତିରେ ନାଇଟ ଡ୍ୟୁଟି ସାରି ସେମାନେ କାରଖାନାର ୩ୟ ମହଲାରେ ଥିବା ଏକ କୋଠରୀରେ ଶୋଇଥିଲେ। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୌଣସି କାରଣରୁ କାରଖାନାରେ ନିଅଁା ଲାଗିଯାଇଥିଲା। ନିଆଁ ସହ ଧୂଆଁର ମାତ୍ରା ଅତ୍ୟଧିକ ଥିବାରୁ ଦୟାନିଧି, ଚିନ୍ମୟ ଓ କାମେଶ କୋଠରୀରୁ ବାହାରକୁ ଆସି ପାରି ନ ଥିଲେ। ଅପରପକ୍ଷରେ ସେହି କମ୍ପାନୀରେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ଖୁଣ୍ଟିଆ, ଦୀପୁ ସାମଲ ଓ ଲିପୁ ସାମଲ ଛାତ ଉପରକୁ ଆସି ଅନ୍ୟମାନଙ୍କ ସହଯୋଗରେ ତଳକୁ ଆସିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରି ଦୟାନିଧି, ଚିନ୍ମୟ ଓ କାମେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କ ମୃତ୍ୟୁ ଘଟିଥଲା। ମୃତକ ୩ଜଣଙ୍କୁ ସ୍ଥାନୀୟ ପୋଲିସ ଜବତ କରି ମୃତଦେହ ବ୍ୟବଚ୍ଛେଦ କରିଛି। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତିନିଜଣଙ୍କ ମୃତଦେହକୁ ଗାଁକୁ ଅଣାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଣେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରୁ ଦୟାନଧି ବିବାହ କରିଥିବାବେଳେ ତାଙ୍କର ୨ଟି ଶିଶୁକନ୍ୟା ଅଛି। ବୃଦ୍ଧ ମାବାପା, ବିଧବା ସ୍ତ୍ରୀଙ୍କ ଛାତିଫଟା କ୍ରନ୍ଦନ, ଦୁଇ ଝିଅଙ୍କ ଅସମ୍ଭବ ନିରବତା ପରିବେଶକୁ ଅଧିକ ଶୋକାକୂଳ କରିଛି। ଏହି ଖବରରେ ସମଗ୍ର ଜମଧର ଗାଁ ସ୍ତବ୍ଧ ହୋଇପଡିଛି। ରୋଜଗାରିଆ ପୁଅ ଆଉ ସ୍ବାମୀକୁ ହରାଇଥିବା ପରିବାରର ଆର୍ଥିକ ସ୍ଥିତି ଭୁଶୁଡି ପଡିଛି। ଉକ୍ତ ପରିବାର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ଓ ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?