ମୃତକଙ୍କ ପରିବାରକୁ ଭେଟିଲା ଜିଲା ପ୍ରଶାସନ

ରସୁଲପୁର,୨୪ା୨(ଡିଏନଏ): ଯାଜପୁର ସଦର ଥାନା ଯମଧର ଗାଁରେ ଯାଜପୁର ଜିଲା ପ୍ରଶାସନ ପହଞ୍ଚତ୍ଛି। ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଯାଜପୁର ପୌରପରିଷଦର ଅଧ୍ୟକ୍ଷ ଭବପ୍ରକାଶ ଦାସଙ୍କ ସମେତ ଯାଜପୁର ତହସିଲ ପ୍ରଶାସନର କର୍ମଚାରୀ ପ୍ରମୁଖ ରବିବାର ପୂର୍ବାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଜୀବନ୍ତ ଦଗ୍ଧ ହୋଇଥିବା ଓଡ଼ିଆ ଶ୍ରମିକଙ୍କ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ଦୟାନିଧି ଖୁଣ୍ଟିଆ(୩୭), ଚିନ୍ମୟ ଖୁଣ୍ଟିଆ(୨୫) ଏବଂ କାମେଶ ସିଂ(୨୩)ଙ୍କ ମୃତଦେହ ଗାଁରେ କିପରି ପହଞ୍ଚତ୍ବ ସେ ନେଇ ଜିଲା ପ୍ରଶାସନ ତପତ୍ର ହୋଇଉଠିଛି। ମୃତକଙ୍କ ପରିବାର ଲୋକଙ୍କୁ ରେଡକ୍ରସରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାଛଡା ଆଉ କେଉଁ ଦିଗରୁ କ’ଣ ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ନେଇ ଜିଲା ପ୍ରଶାସନ ଚିନ୍ତା କରୁଛି ବୋଲି ଭାରପ୍ରାପ୍ତ ଜିଲାପାଳ ନାୟକ ପ୍ରକାଶ କରିଛନ୍ତି।
ଥାଉକି, ଅହମ୍ମଦାଦର ଓଧାବ୍‌ ଜିଆଇଡିସି ଅଞ୍ଚଳରେ ଥିବା ଲୋଟସ କପଡ଼ା ଲେବଲ୍‌ କାରଖାନାରେ ଉକ୍ତ ୩ ଶ୍ରମିକ କାର୍ଯ୍ୟ କରନ୍ତି। ଶୁକ୍ରବାର ରାତିରେ ନାଇଟ ଡ୍ୟୁଟି ସାରି ସେମାନେ କାରଖାନାର ୩ୟ ମହଲାରେ ଥିବା ଏକ କୋଠରୀରେ ଶୋଇଥିଲେ। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୌଣସି କାରଣରୁ କାରଖାନାରେ ନିଅଁା ଲାଗିଯାଇଥିଲା। ନିଆଁ ସହ ଧୂଆଁର ମାତ୍ରା ଅତ୍ୟଧିକ ଥିବାରୁ ଦୟାନିଧି, ଚିନ୍ମୟ ଓ କାମେଶ କୋଠରୀରୁ ବାହାରକୁ ଆସି ପାରି ନ ଥିଲେ। ଅପରପକ୍ଷରେ ସେହି କମ୍ପାନୀରେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ଖୁଣ୍ଟିଆ, ଦୀପୁ ସାମଲ ଓ ଲିପୁ ସାମଲ ଛାତ ଉପରକୁ ଆସି ଅନ୍ୟମାନଙ୍କ ସହଯୋଗରେ ତଳକୁ ଆସିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରି ଦୟାନିଧି, ଚିନ୍ମୟ ଓ କାମେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କ ମୃତ୍ୟୁ ଘଟିଥଲା। ମୃତକ ୩ଜଣଙ୍କୁ ସ୍ଥାନୀୟ ପୋଲିସ ଜବତ କରି ମୃତଦେହ ବ୍ୟବଚ୍ଛେଦ କରିଛି। ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତିନିଜଣଙ୍କ ମୃତଦେହକୁ ଗାଁକୁ ଅଣାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଣେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ମଧ୍ୟରୁ ଦୟାନଧି ବିବାହ କରିଥିବାବେଳେ ତାଙ୍କର ୨ଟି ଶିଶୁକନ୍ୟା ଅଛି। ବୃଦ୍ଧ ମାବାପା, ବିଧବା ସ୍ତ୍ରୀଙ୍କ ଛାତିଫଟା କ୍ରନ୍ଦନ, ଦୁଇ ଝିଅଙ୍କ ଅସମ୍ଭବ ନିରବତା ପରିବେଶକୁ ଅଧିକ ଶୋକାକୂଳ କରିଛି। ଏହି ଖବରରେ ସମଗ୍ର ଜମଧର ଗାଁ ସ୍ତବ୍ଧ ହୋଇପଡିଛି। ରୋଜଗାରିଆ ପୁଅ ଆଉ ସ୍ବାମୀକୁ ହରାଇଥିବା ପରିବାରର ଆର୍ଥିକ ସ୍ଥିତି ଭୁଶୁଡି ପଡିଛି। ଉକ୍ତ ପରିବାର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ଓ ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri