ମୃତ ଶିଶୁପୁତ୍ରକୁ ଜୀବିତ ପାଇଁ ଉଦ୍ୟମ : ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଲେ ମା’

ଡୁବୁରୀ,୯ା୯(ଡି.ଏନ୍‌.ଏ.) ଅସୁସ୍ଥତା କାରଣରୁ ମେଡିକାଲରେ ମୃତ୍ୟୁବରଣ କରିଥିବା ଏକ ଶିଶୁପୁତ୍ରକୁ ବଞ୍ଚାଇବାକୁ ପରିବାର ଲୋକେ ଉଦ୍ୟମ କରିଛନ୍ତି। ପ୍ରଥମେ ଗୁଣିଆ ଦ୍ୱାରା ଝଡ଼ାଫୁଙ୍କା କରିଥିଲେ। ଏଥିରେ ବିଫଳ ହେବାରୁ ଶିଶୁପୁତ୍ରର ମା’ ଶିଶୁକୁ ଧରି ରବିବାର ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିଲେ। ହେଲେ ଶିଶୁପୁତ୍ର ଜୀବିତ ନ ହେବାରୁ ସେ ନିରାଶ ହୋଇ ଘରକୁ ଫେରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଜଖପୁରା ଥାନା ଅଧୀନ ବରପାଳ ଗ୍ରାମରେ। ଏହି ଗ୍ରାମର ଧନୁ ନାୟକ ଓ ଚିନୁ ନାୟକଙ୍କ ୬ ମାସର ଶିଶୁପୁତ୍ର ୭ ଦିନ ତଳେ ଥଣ୍ଡା ଜ୍ୱର ଓ କଫରେ ଆକ୍ରାନ୍ତ ହୋଇଥିଲା। ତାକୁ ଭଲ କରିବା ପାଇଁ ପ୍ରଥମେ ଡାକ୍ତରଖାନା ନେବା ପରିବର୍ତ୍ତେ ଡୁବୁରୀ ଅଞ୍ଚଳକୁ ନେଇ ଝଡାଫୁଙ୍କା କରାଇଥିଲେ। ଏଥିରେ କୁଆଡେ ଶିଶୁପୁତ୍ରର ଦେହ ଟିକେ ଭଲ ହୋଇଥିଲା। ପରେ ମା’ବାପା ତାକୁ ନେଇ ଘରକୁ ଚାଲିଯାଇଥିଲେ। ଶନିବାର ପୁଣି ଶିଶୁପୁତ୍ରକୁ ଜ୍ୱର ଓ କାଶ ହେବାରୁ ତାକୁ ଦାନଗନୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତା’ର ମୃତ୍ୟୁ ହୋଇଥିଲା। ପରେ ଶିଶୁପୁତ୍ରକୁ ମା’ବାପା ଘରକୁ ନେଇଯାଇଥିଲେ। ହେଲେ ରବିବାର ସକାଳୁ ମୃତ ଶିଶୁପୁତ୍ରକୁ ଧରି ତାର ମା’ ଡୁବୁରୀ ଢାବା ଛକ ନିକଟ ମା’ମଙ୍ଗଳାଙ୍କ ମନ୍ଦିରରେ ଅଧିଆ ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିଆ ପଡ଼ିବା ପରେ ମୃତ ଶିଶୁ ଜୀବିତ ହୋଇ ନ ଥିଲା। ଏହାପରେ ସ୍ଥାନୀୟ କିଛି ଲୋକଙ୍କ ପରାମର୍ଶ କ୍ରମେ ଶିଶୁପୁତ୍ରକୁ ନେଇ ମା’ ଡୁବୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପୂର୍ବରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri