ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ ଦୌରାଜଜ ଶ୍ୟାମସୁନ୍ଦର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକ ପରିସରସ୍ଥ ମାଡା କୋଠାରେ ହୋଇଥିବା କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଅନୁଷ୍ଠିତ ସଭାରେ ବକ୍ତବ୍ୟ ରଖି ଦାସ କହିଥିଲେ ଯେ, ନୂତନ କୋର୍ଟ ସ୍ଥାପନ ଦ୍ୱାରା ନ୍ୟାୟିକ ପ୍ରକ୍ରିିୟା ତ୍ୱରାନ୍ବିତ ହେବ ଓ ଏହାର ସୁଫଳ ଅଞ୍ଚଳବାସୀ ପାଇ ପାରିବେ। ସମ୍ମାନୀତ ଅତିଥିଭାବେ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ପ୍ରଶାନ୍ତ ଦାସ ମଞ୍ଚାସୀନ ଥିଲେ। ମୁରିବାହାଲ ଓକିଲ ସଂଘ ସଭାପତି ବିଶ୍ୱନାରାୟଣ ବହିଦାର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସଭାରେ ମୁରିବାହାଲ ଜେଏମଏଫସି କୋର୍ଟର ରେଜିଷ୍ଟ୍ରାର ସନ୍ତୋଷ କୁମାର ଦାସରାୟ, କଣ୍ଟାବାଞ୍ଜି ଅତିରିକ୍ତ ଜିଲାଜଜ ଦାମୋଦର ରଥ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଆୟୁବ ଖାଁ, ବିଜେଡି ନେତା ଅଜୟ ଦାସ, ଭାଜପା ନେତା ଲକ୍ଷ୍ମଣ ବାଗ, ବିଡିଓ ଶିପକ୍‌ କୁମାର ପାତ୍ର, ତହସିଲଦାର ଅମୃତଲାଲ ବେହେରା, ତୁରେକେଲା ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ମୁରିବାହାଲ ଥାନା ଅଧିକାରୀ ରଞ୍ଜନ କୁମାର ବରିହା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ନବନିଯୁକ୍ତ ଜେଏମ୍‌ଏଫ୍‌ସି ବିଚାରପତି ଲୋକନାଥ ମିଶ୍ର ପ୍ରଥମ ଦିବସରେ ମୁରିବାହାଲ ଥାନା ଅଞ୍ଚଳର ୩ଟି ମାମଲାର ବିଚାର କରିଥିଲେ। ମୁରିବାହାଲ ଓକିଲ ସଂଘ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରମୋଦ ପାଣିଗ୍ରାହୀ, ଅଶୋକ ଦାସ, ମୋହନଲାଲ ଜୈନ, ବିଜୟ ମିଶ୍ର, ପ୍ରଫୁଲ୍ଲ କୁମାର ନାଏକ, ଦୁଃଖୀଶ୍ୟାମ ଗୁରୁ ଓ କଣ୍ଟାବାଞ୍ଜି, ଟିଟିଲାଗଡ, ସଇଁନ୍ତଲା, ବଙ୍ଗୋମୁଣ୍ଡା ଓକିଲ ସଂଘର ଶତାଧିକ ଓକିଲ ଯୋଗଦେଇଥିଲେ। ମୁରିବାହାଲ ଓକିଲ ସଂଘ ସାଧାରଣ ସମ୍ପାଦକ ଜୟଦେବ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । କୁମାର ଚନ୍ଦ୍ର ଖମାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପୂର୍ବରୁ ଏହି ଅଞ୍ଚଳର ଲୋକେ ସଇଁତଲା, କଣ୍ଟାବାଞ୍ଜି, ଟିଟିଲାଗଡ କୋର୍ଟ ଉପରେ ନିର୍ଭର କରୁଥିଲେ। ଏହି କୋର୍ଟ ଉଦ୍‌ଘାଟନ ଯୋଗୁଁ ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri