ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ଗୁହାରି ଜଣାଇବା ବଡ଼କଥା

ଭୁବନେଶ୍ୱର,୨ା୭(ଅନିଲ ଦାସ):ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରୁ ନିଜର ସମସ୍ୟା ନେଇ ବହୁ ଲୋକ ରାଜଧାନୀକୁ ଛୁଟି ଆସିଥିଲେ ।
ସୋମବାର ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜୀକରଣ ସମୟ ଧାର୍ଯ୍ୟ ହୋଇଥିବାରୁ ଏହା ପୂର୍ବରୁ ଲୋକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୧୦ଟା ସୁଦ୍ଧା ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଭିଡ଼ ବଢ଼ିଚାଲିଲା। ୧୧ଟା ୩୦ ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମନରେ ଅସୁମାରି ଭରସା। ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଦୂର କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅନେକ ବ୍ୟକ୍ତି ଖୁସିବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିଧାସଳଖ ଦୁଃଖ ଜଣାଇବା ହେଉଛି ସବୁଠୁ ବଡ଼ କଥା। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ସମସ୍ୟା ସମାଧାନ ହେବ ବୋଲି ଲୋକମାନେ ଆଶା କରିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଅନ୍ୟ ମନ୍ତ୍ରୀମାନେ ପୂର୍ବାହ୍ନ ୧୧ଟାରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚତ୍ ଶୁଣାଣି ଆରମ୍ଭ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସମସ୍ତ କଥାକୁ ଭଲ ଭାବେ ଶୁଣୁଛନ୍ତି
ବଲାଙ୍ଗୀର ଜିଲାର ପ୍ରସନ୍ନ ପଟ୍ଟନାୟକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ୨୦୧୩ରୁ ବଲାଙ୍ଗୀର ବାଳିକା ଉଚ୍ଚ ବିଦ୍ୟାଳୟରୁ ଚାକିରିରୁ ଅବସର ନେଇଛନ୍ତି। ୧୯୮୨ ମସିହାରୁ ଚାକିରି କରିଥିଲେ ମଧ୍ୟ ତାଙ୍କର ପେନ୍‌ସନ ୧୯୯୬ରୁ ହିସାବ କରାଯାଇଥିଲା। ବଳକା ୧୪ ବର୍ଷର ହିସାବକୁ ବିଭାଗ ନେଉ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କର ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ନିଜର ସମସ୍ୟା ଜଣାଇବା ହେଉଛି ବଡ଼ କଥା। ମୁଖ୍ୟମନ୍ତ୍ରୀ ସମସ୍ତ କଥାକୁ ଭଲଭାବେ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଦୀର୍ଘବର୍ଷର ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ଆଶା କରୁଛି।
-ପ୍ରସନ୍ନ ପଟ୍ଟନାୟକ ଶିକ୍ଷକ, ବଲାଙ୍ଗୀର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି, ଦୁଃଖ ଦୂର ହେବ
ସ୍ବାମୀ ଚାଲିଗଲା ପରେ ୩ ଝିଅ ଓ ପୁଅକୁ ନେଇ ରହୁଛି। ନିଜର ମଧ୍ୟ ସ୍ବାସ୍ଥ୍ୟ ଭଲ ନାହିଁ। ପରିବାର ଚଳାଇବା କଷ୍ଟକର ହେଉଛି। ପକ୍କାଘର ଖଣ୍ଡେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁହାରି ଜଣାଇବା ସହ କିଛି ସହାୟତା ପାଇବା ଆଶାରେ ଏତେଦୂରରୁ ଆସିଛି। ଆମ କଥା କେହି ତ’ ଶୁଣୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୁଃଖ ଦୂର ହେବ ବୋଲି ଆଶା ରହିଛି।
– ସୀତା ପାତ୍ର, ତେଲକୋଇ, କେନ୍ଦୁଝର
ପୁଅ ଚାକିରି ସ୍ଥାୟୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲି
ପୁଅର ଚାକିରି ସ୍ଥାୟୀ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରୁ ଧାଇଁଆସିଥିଲେ ସଚିବାଳା ପ୍ରଧାନ। ସାଧାରଣ ପ୍ରଶାସନ ବିଭାଗରେ ତାଙ୍କ ପୁଅ ଡାଟା ଏଣ୍ଟ୍ରିି ଅପରେଟର ଭାବେ ଦୀର୍ଘ ବର୍ଷ କାମ କରିବା ପରେ ନିୟମିତ ହୋଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅର ଚାକିରି ପାଇଁ ଗୁହାରି କରିଛି। ଏକଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏତେ ପାଖରୁ ପାଇ ଖୁସି ଲାଗୁଛି। ବଡ଼ ଦୁଃଖ କଷ୍ଟରେ ଚଳୁଛୁ। ଭଗବାନ୍‌ଙ୍କୁ ଡାକୁଛି ପୁଅର ଚାକିରି କେମିତି ସ୍ଥାୟୀ ହୋଇଯାଉ।
– ସଚିବାଳା ପ୍ରଧାନ, ପଟ୍ଟାମୁଣ୍ଡାଇ
ଭିଡ଼ଥିଲା ଆର ସୋମବାରକୁ ଆସିବି
ଢେଙ୍କାନାଳର ଏକ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଥିବା ଦିବ୍ୟାଙ୍ଗ ଦିବାକର ସାହୁ ନିଜର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ତେବେ ଭିଡ଼ ବହୁତ ଥିବାରୁ ସେ ନିଜର ସମସ୍ୟା ଜଣାଇ ନ ପାରି ଫେରି ଯାଇଛନ୍ତି। ସେ କହିଛନ୍ତି, ମୋର ଆସିବା ବିଳମ୍ବ ହେବାରୁ ନାମ ପଞ୍ଜୀକରଣ କରିପାରିଲି ନାହିଁ। ଆସନ୍ତା ସପ୍ତାହରେ ଆସିବି। ଦୀର୍ଘ ବର୍ଷ ହେବ ଶିକ୍ଷକତା କରୁଥିଲେ ମଧ୍ୟ ଚାକିରି ସ୍ଥାୟୀ ହୋଇ ପାରି ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବି ବୋଲି ସେ କହିଛନ୍ତି।
-ଦିବାକର ସାହୁ,
ଭିନ୍ନକ୍ଷମ ସ୍କୁଲ ଶିକ୍ଷକ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?