ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦଲାଲଙ୍କ ଉପରେ ନଜର: ଆର୍‌ଟିଓ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୭ା୯-ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଆର୍‌ଟିଓ କାର୍ଯ୍ୟାଳୟକୁ ୧୫ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ତଦନୁଯାୟୀ ଗୁରୁବାର ମଧ୍ୟାହ୍ନରେ ଢେଙ୍କାନାଳ ଟାଉନ ଥାନା ପୋଲିସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ, ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇ ଅଫିସ୍‌ର ବିଭିନ୍ନ ପ୍ରକୋଷ୍ଠ ଏବଂ କାଉଣ୍ଟରରେ ଯାଞ୍ଚ କରିଥିଲେ। ଯାନବାହନ ପଞ୍ଜୀକରଣ ଲାଗି ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ଦଲାଲଙ୍କ କବଳରେ ନ ପଡ଼ିବାକୁ ସଚେତନ କରାଯାଇଥିଲା। କାର୍ଯ୍ୟାଳୟରେ ଦଲାଲ ସାଜି ଲୋକଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଡ଼ି ମାଲିକଙ୍କୁ ପ୍ରଲୋଭିତ କରି ଅର୍ଥ ଆଦାୟ କରୁଥିବା ଏବଂ ହଇରାଣ ହରକତ କରୁଥିବା ମଧ୍ୟସ୍ଥଙ୍କ ବିଷୟରେ ସୂଚନା ଦେବାକୁ ଥାନାଧିକାରୀ ଆହ୍ବାନ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଆରଟିଓ କୁହନ୍ତି, ଦଲାଲ ଏବଂ ମଧ୍ୟସ୍ଥ କାର୍ଯ୍ୟ ରୋକିବାକୁ ଉଦ୍ୟମ କରାଯିବା ପରେ କେତେଜଣ ବ୍ୟକ୍ତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ଫୋନ୍‌ରେ ଧମକଚମକ ଦେଉଛନ୍ତି। ଏ ନେଇ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ଖୁସିରେ ଗଦଗଦ ହୋଇ ମୋଦିଙ୍କୁ ଏମିତି ମେସେଜ୍‌ କରିଦେଲେ ଟ୍ରମ୍ପ: ଚାହିଁ ରହିଗଲା ସାରା ବିଶ୍ୱ

ନୂଆଦିଲ୍ଲୀ,୧୧।୬:ଲଗାତର ଅଧିକ ଦିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡକୁ ବୁଧବାର ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିକ୍ରମ କରିଛନ୍ତି। ୨୦୧୪ ମେ’…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଆଜିଠୁ ସିଜେପିର ଦେଶବ୍ୟାପୀ ବିକ୍ଷୋଭ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ…

ପୁଣି ହର୍ମୁଜ ବନ୍ଦ: ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ଓ୍ବାଶିଂଟନ୍‌/ତେହରାନ,୧୧।୬: ଏକ ଆପାଚେ ହେଲିକପ୍ଟର ଖସାଇ ଦିଆଯିବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା…

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ତୁରନ୍ତ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri