କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରି କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଦେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
ଏହି ଷ୍ଟେଶନର ପ୍ଲାଟଫର୍ମ ୪ ନମ୍ବର ରେଡାଉନ ଟ୍ରେନ ଚଳାଚଳ କରିବାକୁ ଦାବି କରାଯାଇଛି। ୧, ୨, ୩ ଓ ୪ ନମ୍ବର ପ୍ଲାଟଫର୍ମରେ ପାନୀୟଜଳ, ଶୌଚାଳୟ ଆଦି ସ୍ଥାପନ କରିବା ପାଇଁ ଦାବି କରାଯାଇଥିଲା। ସଂଘର ସଭାପତି ସୁବାସ ଚନ୍ଦ୍ର ଜୈନ, ପରାମର୍ଶଦାତା ରାମକୁମାର ଜୈନ,ସମ୍ପାଦକ ଡ଼ମ୍ବରୁଧର ଭୋଇ, ବିନୋଦ ଜୈନ ପ୍ରମୁଖ ଡିଆରଏମଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।
Dharitri – Odisha’s No.1 Odia Daily

