ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏଥିସହିତ ଠିକାଦାରମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା
୬୦ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍‌ଠାରୁ ମଥାନୀ ବାଇପାସ୍‌ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ସାଙ୍ଗକୁ ଦୁର୍ବଳ ପୋଲସବୁ ଭଙ୍ଗାଯାଇ ନୂତନ ପୋଲ ଓ ରାସ୍ତା ନିର୍ମାଣ ଚାଲିଛି ା ଏଥିସହିତ ବସ୍ତାରୁ ରାଜପଥ ଓ ଗାନ୍ଧୀଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବସ୍ତା ଛକ ନିକଟରେ ଏକ ପୋଲ ନିର୍ମାଣ ଚାଲିଛି ା ଏହି ପୋଲ କାମ ଦୀର୍ଘଦିନ ଧରି ଚାଲୁଛି। ଫଳରେ ରାସ୍ତା ପାର୍ଶ୍ୱରେ ଠିକାଦାର ଟ୍ରକ୍‌ ଟ୍ରକ୍‌ ବାଲି ଏବଂ ନିର୍ମାଣ ସାମଗ୍ରୀ ଜମା କରିଛନ୍ତି। ଫଳରେ ଯାତାୟାତରେ ବାଧା ଉପୁଜୁଥିଲା। ଏବେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କାମ କରାଯାଉଛି। ମୁଖ୍ୟ ରାସ୍ତା ବନ୍ଦ ଯୋଗୁ ଲୋକେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର୍ଦ୍ଦା ତହସିଲ ଅଫିସ ଓ ଗାନ୍ଧୀ ଛକ ନିକଟରେ ଥିବା ଦୁଇଟି ପୋଲ ନିର୍ମାଣ ହେଉଥିବାରୁ ଏହି ପୋଲ ନିକଟ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିଦିଆଯାଇଛି ା ଫଳରେ ଯାତାୟାତ କରୁଥିବା ବସ୍‌ ତଥା ଅନ୍ୟ ଭାରିଯାନ ସବୁ ମଥାନୀ, ବାହାର୍ଦ୍ଦା, ଗାନ୍ଧୀ ଛକ ମଧ୍ୟକୁ ନ ଆସି ଜାତୀୟ ରାଜପଥରେ ଯାଆସ କରୁଛି। ଅଧିକାଂଶ ଯାତ୍ରୀ ଏ ବିଷୟରେ ଜାଣି ନ ପାରିବା ଯୋଗୁ ଅଯଥା ହୀନସ୍ତା ହେଉଛନ୍ତି। ପୁଣି ଅତ୍ୟଧିକ ଗରମ ଏବଂ ଖରା ଯୋଗୁ ଜାତୀୟ ରାଜପଥ ପାର୍ଶ୍ୱରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ପୁଣି ଯାତାୟାତ ବନ୍ଦ ନେଇ କୌଣସି ବିଧିବଦ୍ଧ ଫଳକ ମଧ୍ୟ ଲଗାଯାଇନାହିଁ। ଯେଉଁ ରାସ୍ତା ଦେଇ ଏବେ ଗାଡ଼ିମୋଟର ଯାତାୟାତ କରୁଛି ତାହା ଅତ୍ୟନ୍ତ ଅଣଓସାରିଆ ସହିତ ଜନବସତି ମଧ୍ୟ ଦେଇ ଯାଉଥିବାରୁ ଭାରିଯାନ ସାଙ୍ଗକୁ ଆମ୍ବୁଲାନ୍ସ ତଥା ଦମକଳ ଆଦି ଯିବା ଆସିବାରେ ବହୁ ଅସୁବିଧା ହେଉଛି। ତୁରନ୍ତ ଏହାର ବିକଳ୍ପ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri