ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏଥିସହିତ ଠିକାଦାରମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା
୬୦ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍‌ଠାରୁ ମଥାନୀ ବାଇପାସ୍‌ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ସାଙ୍ଗକୁ ଦୁର୍ବଳ ପୋଲସବୁ ଭଙ୍ଗାଯାଇ ନୂତନ ପୋଲ ଓ ରାସ୍ତା ନିର୍ମାଣ ଚାଲିଛି ା ଏଥିସହିତ ବସ୍ତାରୁ ରାଜପଥ ଓ ଗାନ୍ଧୀଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବସ୍ତା ଛକ ନିକଟରେ ଏକ ପୋଲ ନିର୍ମାଣ ଚାଲିଛି ା ଏହି ପୋଲ କାମ ଦୀର୍ଘଦିନ ଧରି ଚାଲୁଛି। ଫଳରେ ରାସ୍ତା ପାର୍ଶ୍ୱରେ ଠିକାଦାର ଟ୍ରକ୍‌ ଟ୍ରକ୍‌ ବାଲି ଏବଂ ନିର୍ମାଣ ସାମଗ୍ରୀ ଜମା କରିଛନ୍ତି। ଫଳରେ ଯାତାୟାତରେ ବାଧା ଉପୁଜୁଥିଲା। ଏବେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କାମ କରାଯାଉଛି। ମୁଖ୍ୟ ରାସ୍ତା ବନ୍ଦ ଯୋଗୁ ଲୋକେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର୍ଦ୍ଦା ତହସିଲ ଅଫିସ ଓ ଗାନ୍ଧୀ ଛକ ନିକଟରେ ଥିବା ଦୁଇଟି ପୋଲ ନିର୍ମାଣ ହେଉଥିବାରୁ ଏହି ପୋଲ ନିକଟ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିଦିଆଯାଇଛି ା ଫଳରେ ଯାତାୟାତ କରୁଥିବା ବସ୍‌ ତଥା ଅନ୍ୟ ଭାରିଯାନ ସବୁ ମଥାନୀ, ବାହାର୍ଦ୍ଦା, ଗାନ୍ଧୀ ଛକ ମଧ୍ୟକୁ ନ ଆସି ଜାତୀୟ ରାଜପଥରେ ଯାଆସ କରୁଛି। ଅଧିକାଂଶ ଯାତ୍ରୀ ଏ ବିଷୟରେ ଜାଣି ନ ପାରିବା ଯୋଗୁ ଅଯଥା ହୀନସ୍ତା ହେଉଛନ୍ତି। ପୁଣି ଅତ୍ୟଧିକ ଗରମ ଏବଂ ଖରା ଯୋଗୁ ଜାତୀୟ ରାଜପଥ ପାର୍ଶ୍ୱରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ପୁଣି ଯାତାୟାତ ବନ୍ଦ ନେଇ କୌଣସି ବିଧିବଦ୍ଧ ଫଳକ ମଧ୍ୟ ଲଗାଯାଇନାହିଁ। ଯେଉଁ ରାସ୍ତା ଦେଇ ଏବେ ଗାଡ଼ିମୋଟର ଯାତାୟାତ କରୁଛି ତାହା ଅତ୍ୟନ୍ତ ଅଣଓସାରିଆ ସହିତ ଜନବସତି ମଧ୍ୟ ଦେଇ ଯାଉଥିବାରୁ ଭାରିଯାନ ସାଙ୍ଗକୁ ଆମ୍ବୁଲାନ୍ସ ତଥା ଦମକଳ ଆଦି ଯିବା ଆସିବାରେ ବହୁ ଅସୁବିଧା ହେଉଛି। ତୁରନ୍ତ ଏହାର ବିକଳ୍ପ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri